ବଜାରରେ ବିକ୍ରି ହେଉଛି ନକଲୀ ଅଦା, ଜାଣନ୍ତୁ ଅସଲି ଚିହ୍ନିବେ କିପରି?
ନୂଆଦିଲ୍ଲୀ ୭।୧୨: ଅଦା ପ୍ରାୟ ପ୍ରତ୍ୟେକଙ୍କ ଘରେ ବ୍ୟବହାର ହୁଏ। ଖାଦ୍ୟର ସ୍ୱାଦ ବଢାଇବା ଛଡା ଅଦା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ ହୋଇଥାଏ। ଗବେଷଣା ଅନୁସାରେ ଅଦାର ଗୁଣ ଓ ପୋଷକ ତତ୍ୱର କଥା କହିଲେ ଏଥିରେ ଆଣ୍ଟି ଇଂଫ୍ଲେମେଟରୀ, ଆଣ୍ଟି ଅକ୍ସିଡେଣ୍ଟ, ସୁପାଚ୍ୟ ଓ ଜୀବାଣୁ ରୋଧି ଆଣ୍ଟିଭାଇରାଲ ଗୁଣ ରହିଛି। ଏଥିରେ କେତେକ ଭିଟାମିନ, ମିନେରାଲ ଓ ବାୟୋଆକ୍ଟିଭ ଯୌଗିକବି ଥାଏ। ଅଦାର ଏହି ଫାଇଦା ସେତେବେଳେ ମିଳିପାରିବ ଯେତେବେଳେ ଆପଣ ଅସଲି ଅଦା ଖାଆନ୍ତି। ଆଜିକାଲି ବଜାରରେ ନକଲୀ ଅଦା ମିଳୁଛି। ଚାହିଦା ଓ ଯୋଗାଣ କାରଣରୁ ବଜାରରେ ନକଲୀ ଅଦାର ପ୍ରଚଳନ ଏବେ ବଢି ଯାଇଛି, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ। ବଜାରରେ ମିଳୁଥିବା ଅଦା ଦେଖିବାକୁ ଅସଲୀ ଭଳି ହେଲେ ଏହାର ନା କୌଣସି ସ୍ୱାଦ ଅଛି ନା ଗନ୍ଧ। ଏଥିରୁ କୌଣସି ସ୍ୱାସ୍ଥ୍ୟ ଲାଭ ମଧ୍ୟ ମିଳିବାର ନାହିଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ନକଲୀ ଅଦା ଲଗାତାର ଖାଇବା ଯୋଗୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିରେ ଅଜିର୍ଣ୍ଣ ଓ ଅଲସର ବି ହୋଇପାରେ। ପନିପରିବା ଦୋକାନରୁ ଅଦା କିଣିବା ବେଳେ ଦୋକାନୀକୁ ଏଥିରୁ ଟିକେ ମାଗନ୍ତୁ ଓ ସୁଙ୍ଗନ୍ତୁ। ଅସଲୀ ଅଦାର ଗନ୍ଧ ସବୁବେଳେ କଡା ଓ ତିଖା। ତେବେ ନକଲୀ ଅଦାର କୌଣସି ଗନ୍ଧ ନାହିଁ। ଅନେକ ସ୍ଥାନରେ ପାହାଡିଆ ଚେରକୁ ଅଦା ବୋଲି କହି ବେପାରୀ ବିକ୍ରି କରୁଛନ୍ତି। ଅସଲି ଅଦା ଚିହ୍ନିବା ପାଇଁ ଏହାର ଚୋପା ଉପରେ ଧ୍
ନୂଆଦିଲ୍ଲୀ ୭।୧୨: ଅଦା ପ୍ରାୟ ପ୍ରତ୍ୟେକଙ୍କ ଘରେ ବ୍ୟବହାର ହୁଏ। ଖାଦ୍ୟର ସ୍ୱାଦ ବଢାଇବା ଛଡା ଅଦା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ ହୋଇଥାଏ। ଗବେଷଣା ଅନୁସାରେ ଅଦାର ଗୁଣ ଓ ପୋଷକ ତତ୍ୱର କଥା କହିଲେ ଏଥିରେ ଆଣ୍ଟି ଇଂଫ୍ଲେମେଟରୀ, ଆଣ୍ଟି ଅକ୍ସିଡେଣ୍ଟ, ସୁପାଚ୍ୟ ଓ ଜୀବାଣୁ ରୋଧି ଆଣ୍ଟିଭାଇରାଲ ଗୁଣ ରହିଛି। ଏଥିରେ କେତେକ ଭିଟାମିନ, ମିନେରାଲ ଓ ବାୟୋଆକ୍ଟିଭ ଯୌଗିକବି ଥାଏ। ଅଦାର ଏହି ଫାଇଦା ସେତେବେଳେ ମିଳିପାରିବ ଯେତେବେଳେ ଆପଣ ଅସଲି ଅଦା ଖାଆନ୍ତି। ଆଜିକାଲି ବଜାରରେ ନକଲୀ ଅଦା ମିଳୁଛି।
ଚାହିଦା ଓ ଯୋଗାଣ କାରଣରୁ ବଜାରରେ ନକଲୀ ଅଦାର ପ୍ରଚଳନ ଏବେ ବଢି ଯାଇଛି, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ। ବଜାରରେ ମିଳୁଥିବା ଅଦା ଦେଖିବାକୁ ଅସଲୀ ଭଳି ହେଲେ ଏହାର ନା କୌଣସି ସ୍ୱାଦ ଅଛି ନା ଗନ୍ଧ। ଏଥିରୁ କୌଣସି ସ୍ୱାସ୍ଥ୍ୟ ଲାଭ ମଧ୍ୟ ମିଳିବାର ନାହିଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ନକଲୀ ଅଦା ଲଗାତାର ଖାଇବା ଯୋଗୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିରେ ଅଜିର୍ଣ୍ଣ ଓ ଅଲସର ବି ହୋଇପାରେ।
ପନିପରିବା ଦୋକାନରୁ ଅଦା କିଣିବା ବେଳେ ଦୋକାନୀକୁ ଏଥିରୁ ଟିକେ ମାଗନ୍ତୁ ଓ ସୁଙ୍ଗନ୍ତୁ। ଅସଲୀ ଅଦାର ଗନ୍ଧ ସବୁବେଳେ କଡା ଓ ତିଖା। ତେବେ ନକଲୀ ଅଦାର କୌଣସି ଗନ୍ଧ ନାହିଁ। ଅନେକ ସ୍ଥାନରେ ପାହାଡିଆ ଚେରକୁ ଅଦା ବୋଲି କହି ବେପାରୀ ବିକ୍ରି କରୁଛନ୍ତି। ଅସଲି ଅଦା ଚିହ୍ନିବା ପାଇଁ ଏହାର ଚୋପା ଉପରେ ଧ୍ୟାନ ଦିଅନ୍ତୁ। ଯଦି ଅଦା ଅସଲି ତେବେ ଏହାର ଚୋପା ଛଡାଇବା ବେଳେ ଏହା ହାତରେ ଲାଗିବ ଓ ଏହାର ମହକ ମଧ୍ୟ ରହିବ। ଯଦି ଅଦା ଚୋପା ମୋଟା ଲାଗେ ଓ ଛଡେଇବାକୁ କଷ୍ଟ ହୁଏ ତେବେ ଏହା ନକଲୀ ଅଦା। ଏଣୁ ଅଦା କିଣିବା ବେଳେ ଚିକ୍କଣିଆ ସଫାସୁତୁରା ଅଦା ଦେଖି କିଣନ୍ତୁ ନାହିଁ।