ବଜାରରେ ଲାଭାର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୩୦।୧୧: ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍ ବା ଲାଭାର ନୂତନ ଉତ୍ପାଦ ତଥା ୟୁଭା ସିରିଜର ଅତ୍ୟାଧୁନିକ ମଡେଲ ‘ୟୁଭା-୪’ର ଅନାବରଣ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ୬,୯୯୯ ଟଙ୍କାର ଆକର୍ଷଣୀୟ ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ୟୁଭା-୪ ପାୱାର ପରଫର୍ମାନ୍ସ, ସୁନ୍ଦର ଡିଜାଇନ ଏବଂ ଏକ ଲଗ୍ ଫ୍ରି ଅନୁଭୂତି ପ୍ରଦାନ କରୁଛି। ନୂଆ ୟୁଭା ୪, ୪+୬୪ଜିବି ଏବଂ ୪+୧୨୮ଜିବି ଭଳି ଦୁଇଟି ଭାରିଆଣ୍ଟ ଲାଭାର ରିଟେଲ ଆଉଟଲେଟଗୁଡ଼ିକରେ ଉପଲବ୍ଧ ରହିଛି। ଲାଭା ଲାଇନ ଅପ୍ରେ ଏହି ସଦ୍ୟତମ […] The post ବଜାରରେ ଲାଭାର ନୂତନ ଉତ୍ପାଦ appeared first on Dharitri Odia News.
ନୂଆଦିଲ୍ଲୀ,୩୦।୧୧: ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍ ବା ଲାଭାର ନୂତନ ଉତ୍ପାଦ ତଥା ୟୁଭା ସିରିଜର ଅତ୍ୟାଧୁନିକ ମଡେଲ ‘ୟୁଭା-୪’ର ଅନାବରଣ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ୬,୯୯୯ ଟଙ୍କାର ଆକର୍ଷଣୀୟ ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ୟୁଭା-୪ ପାୱାର ପରଫର୍ମାନ୍ସ, ସୁନ୍ଦର ଡିଜାଇନ ଏବଂ ଏକ ଲଗ୍ ଫ୍ରି ଅନୁଭୂତି ପ୍ରଦାନ କରୁଛି। ନୂଆ ୟୁଭା ୪, ୪+୬୪ଜିବି ଏବଂ ୪+୧୨୮ଜିବି ଭଳି ଦୁଇଟି ଭାରିଆଣ୍ଟ ଲାଭାର ରିଟେଲ ଆଉଟଲେଟଗୁଡ଼ିକରେ ଉପଲବ୍ଧ ରହିଛି। ଲାଭା ଲାଇନ ଅପ୍ରେ ଏହି ସଦ୍ୟତମ ସଂଯୋଗ ୟୁଏନ୍ଆଇଏସ୍ଓସି ଟି୬୦୬ ଚିପ୍ ସେଟ୍ ଦ୍ୱାରା ପରିଚାଳିତ ଏବଂ ଏହା ତିନୋଟି ଆକର୍ଷଣୀୟ ରଙ୍ଗ ଯଥା ଗ୍ଲସି ହ୍ବାଇଟ୍, ଗ୍ଲସି ପର୍ପଲ୍ ଏବଂ ଗ୍ଲସି ବ୍ଲାକ୍ରେ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍ର ପ୍ରଡକ୍ଟ ମୁଖ୍ୟ ସୁମିତ ସିଂହ କହିଛନ୍ତି, ୟୁଭା ସିରିଜ୍ ଆମର ସବୁଠାରୁ ଗତିଶୀଳ ଏବଂ ଅଭିଳଷିତ ସ୍ମାର୍ଟଫୋନ୍ ଭାବେ ଉଭା ହୋଇଛି, ଯାହା ଆମ ଗ୍ରାହକଙ୍କ ପାଇଁ ଏଣ୍ଟ୍ରି-ଲେଭଲ ସ୍ମାର୍ଟଫୋନ୍ ଅନୁଭୂତିକୁ ଉନ୍ନତ କରିବା ପାଇଁ ଡିଜାଇନ ହୋଇଛି। ଏପରିକି ନୂଆ ୟୁଭା୪, ନୂତନ ଯୁଗର ଡିଜାଇନ ଧାରଣା ଏବଂ ଉନ୍ନତ ମୂଲ୍ୟ ସହ ଏକ ନିରବଚ୍ଛିନ୍ନ ଉପଭୋକ୍ତା ଯାତ୍ରା ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
The post ବଜାରରେ ଲାଭାର ନୂତନ ଉତ୍ପାଦ appeared first on Dharitri Odia News.