ବଜେଟ ଅଧିବେଶନରେ ଆସିପାରେ ଓ୍ବକ୍ଫ ବିଲ୍
ନୂଆଦିଲ୍ଲୀ,୨୭।୨: ଭାଜପା ଏମ୍ପି ଜଗଦମ୍ବିକା ପାଲ୍ଙ୍କ ନେତୃତ୍ୱାଧୀନ ଯୁଗ୍ମ ସଂସଦୀୟ କମିଟି (ଜେପିସି) ପ୍ରସ୍ତାବିତ ପରିବର୍ତ୍ତନ ସହ ଓ୍ବକଫ୍ (ସଂଶୋଧନ) ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ଗତ ୧୯ ତାରିଖରେ ମଞ୍ଜୁରୀ ପ୍ରଦାନ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନର ଦ୍ୱିତୀୟ ଭାଗରେ ଏହି ବିଲ୍କୁ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇପାରେ। ଶାସକ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସଦସ୍ୟମାନଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବକୁ ଜେପିସି କମିଟି ଅନୁମୋଦନ କରିଥିବାବେଳେ ବିରୋଧୀ ସଦସ୍ୟ […] The post ବଜେଟ ଅଧିବେଶନରେ ଆସିପାରେ ଓ୍ବକ୍ଫ ବିଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୨: ଭାଜପା ଏମ୍ପି ଜଗଦମ୍ବିକା ପାଲ୍ଙ୍କ ନେତୃତ୍ୱାଧୀନ ଯୁଗ୍ମ ସଂସଦୀୟ କମିଟି (ଜେପିସି) ପ୍ରସ୍ତାବିତ ପରିବର୍ତ୍ତନ ସହ ଓ୍ବକଫ୍ (ସଂଶୋଧନ) ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ଗତ ୧୯ ତାରିଖରେ ମଞ୍ଜୁରୀ ପ୍ରଦାନ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି।
ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନର ଦ୍ୱିତୀୟ ଭାଗରେ ଏହି ବିଲ୍କୁ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇପାରେ। ଶାସକ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସଦସ୍ୟମାନଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବକୁ ଜେପିସି କମିଟି ଅନୁମୋଦନ କରିଥିବାବେଳେ ବିରୋଧୀ ସଦସ୍ୟ ଦେଇଥିବା ସଂଶୋଧନ ପ୍ରସ୍ତାବକୁ ଖାରଜ କରିଦିଆଯାଇଥିଲା।
ଗତ ୧୩ ତାରିଖରେ ଜେପିସି ରିପୋର୍ଟ ପାର୍ଲାମେଣ୍ଟର ଉଭୟ ଗୃହରେ ଉପସ୍ଥାପନ କରାଯାଇଥିବାବେଳେ ବିରୋଧୀ ଦଳଗୁଡ଼ିକ ଏହାର ତୀବ୍ର ବିରୋଧ କରିଥିଲେ। ବିଲ୍ର ମୁଖ୍ୟ ବ୍ୟବସ୍ଥା ମଧ୍ୟରେ ରହିଛି ରାଜ୍ୟ ଓ୍ବକ୍ଫ ବୋର୍ଡଗୁଡ଼ିକରେ ଅନୂ୍ୟନ ୨ ଜଣ ଲେଖାଏ ଅଣମୁସଲମାନ ସଦସ୍ୟ ନିଯୁକ୍ତ କରିବା ଏବଂ କୌଣସି ସମ୍ପତ୍ତି ଓ୍ବକ୍ଫ ସମ୍ପତ୍ତି ହେବାକୁ ଯୋଗ୍ୟ କି ନୁହେଁ, ତାହା ସରକାରୀ ଅଧିକାରୀ ନିର୍ଦ୍ଧାରଣ କରିବାକୁ ଅନୁମତି।
The post ବଜେଟ ଅଧିବେଶନରେ ଆସିପାରେ ଓ୍ବକ୍ଫ ବିଲ୍ appeared first on Dharitri Odia News.