ବଜେଟରେ କୃଷି ଏବଂ କୃଷକଙ୍କୁ ବଡ଼ ଗୁରୁତ୍ୱ: କୃଷି ପାଇଁ ଏତିକି କୋଟି ଟଙ୍କା ବ୍ୟୟବରାଦ
ଭୁବନେଶ୍ୱର,୨୫।୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ୨ ଲକ୍ଷ ୬୫ ହଜାର କୋଟିର ବଜେଟ ଉପସ୍ଥାପନ କରାଯାଇଛି। ୨୦୨୩-୨୪ ତୁଳନାରେ ୧୫ ପ୍ରତିଶତ ଅଧିକ ବଜେଟ ରହିଛି। ବଜେଟରେ କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦିଆଯାଇଛି। ଏପରିକି କୃଷି ପାଇଁ ୩୩ ହଜାର କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି। ଧାନ କୁଇଣ୍ଟାଲ ପିଛା […] The post ବଜେଟରେ କୃଷି ଏବଂ କୃଷକଙ୍କୁ ବଡ଼ ଗୁରୁତ୍ୱ: କୃଷି ପାଇଁ ଏତିକି କୋଟି ଟଙ୍କା ବ୍ୟୟବରାଦ appeared first on Dharitri Odia News.
ଭୁବନେଶ୍ୱର,୨୫।୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ୨ ଲକ୍ଷ ୬୫ ହଜାର କୋଟିର ବଜେଟ ଉପସ୍ଥାପନ କରାଯାଇଛି। ୨୦୨୩-୨୪ ତୁଳନାରେ ୧୫ ପ୍ରତିଶତ ଅଧିକ ବଜେଟ ରହିଛି।
ବଜେଟରେ କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦିଆଯାଇଛି। ଏପରିକି କୃଷି ପାଇଁ ୩୩ ହଜାର କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି। ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣାଯିବ ବୋଲି ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଧାର୍ଯ୍ୟ ଏମ୍ଏସ୍ପି ଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି।
The post ବଜେଟରେ କୃଷି ଏବଂ କୃଷକଙ୍କୁ ବଡ଼ ଗୁରୁତ୍ୱ: କୃଷି ପାଇଁ ଏତିକି କୋଟି ଟଙ୍କା ବ୍ୟୟବରାଦ appeared first on Dharitri Odia News.