ଭୁବନେଶ୍ୱର ଅଞ୍ଚଳର ନାବାଳକ ପିପିଲିରୁ ଉଦ୍ଧାର, ମାମୁଙ୍କ ଜିମାରେ ଦେଲା ପୁଲିସ

ପିପିଲି:ରାଜଧାନୀ ଭୁବନେଶ୍ୱର ଅଞ୍ଚଳର ଜଣେ ନାବାଳକକୁ ପିପିଲିରୁ ଉଦ୍ଧାର କରାଯିବା ପରେ ତାଙ୍କ ମାମୁଁଙ୍କୁ ହସ୍ତାନ୍ତର କରାଯାଇଛି। ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ମେଳଣପଡ଼ିଆ ଠାରେ ଶନିବାର ସକାଳେ ଜଣେ ୧୨ ବର୍ଷୀୟ ନାବାଳକ ଏକ ସାଇକେଲ ଧରି ଏଣେତେଣେ ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଯେତେ ପଚାରିଲେ ମଧ୍ୟ ସେ ନିଜ ନାମ ଓ ଘର ଠିକଣା ଠିକ୍‌‌ ଭାବରେ କହିପାରିନଥିଲା। ଏସଂପର୍କରେ ଖବରପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସ […]

ଭୁବନେଶ୍ୱର ଅଞ୍ଚଳର ନାବାଳକ ପିପିଲିରୁ ଉଦ୍ଧାର, ମାମୁଙ୍କ ଜିମାରେ ଦେଲା ପୁଲିସ

ପିପିଲି:ରାଜଧାନୀ ଭୁବନେଶ୍ୱର ଅଞ୍ଚଳର ଜଣେ ନାବାଳକକୁ ପିପିଲିରୁ ଉଦ୍ଧାର କରାଯିବା ପରେ ତାଙ୍କ ମାମୁଁଙ୍କୁ ହସ୍ତାନ୍ତର କରାଯାଇଛି। ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ମେଳଣପଡ଼ିଆ ଠାରେ ଶନିବାର ସକାଳେ ଜଣେ ୧୨ ବର୍ଷୀୟ ନାବାଳକ ଏକ ସାଇକେଲ ଧରି ଏଣେତେଣେ ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଯେତେ ପଚାରିଲେ ମଧ୍ୟ ସେ ନିଜ ନାମ ଓ ଘର ଠିକଣା ଠିକ୍‌‌ ଭାବରେ କହିପାରିନଥିଲା।

ଏସଂପର୍କରେ ଖବରପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସ ସେଠାରେ ପହଞ୍ôଚ ନାବାଳକକୁ ନେଇ ପିପିଲି ଥାନାକୁ ଆସିଥିଲେ। ସେଠାରେ ନାବାଳକ ଜଣକ ନିଜର ନିତ୍ୟକର୍ମ ସାରିବା ପରେ ପୁଲିସ ତାକୁ ଜଳଖିଆ ଖାଇବାକୁ ଦେଇଥିଲା। ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଓ ଫାଣ୍ଡି ଅଧିକାରୀ ଶ୍ରୀଦାସ ଉକ୍ତ ନାବାଳକକୁ ନାମ ଓ ଘର ଠିକଣା ବାବଦରେ ପଚାରି ବୁଝିଥିଲେ। ତାର ନାମ ସତ୍ୟଜିତ ବେହେରା ଓ ବାପାଙ୍କ ନାମ ସୁବାଷ ବେହେରା ବୋଲି ନାବାଳକ ଜଣକ ପୁଲିସକୁ କହିଥିବା ବେଳେ ଘର ଓ ସ୍କୁଲ ଠିକଣା ସଂପର୍କରେ ଭୁଲ୍‌‌ ତଥ୍ୟ ଦେଇଥିଲା। ପିଲାଟିର ପରିଚୟ ପାଇବା ପାଇଁ ପୁଲିସ ବିଭିନ୍ନ ସ୍ତରରେ ଉଦ୍ୟମ ଚଳାଇଥିଲା।

ଏ ସଂପର୍କରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ପ୍ରଚାର ହୋଇଥିଲା। ବିଭିନ୍ନ ସୂତ୍ରରୁ ଖବରନେବାରେ ନାବାଳକର ମାମୁଁ ଘର ବାଲିପାଟଣା ରେ ହୋଇଥିବା ଜଣାପଡ଼ିଥିଲା। ପରେ ପିପିଲି ଥାନାଧିକାରୀ ଶ୍ରୀ ତ୍ରିପାଠୀ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଶ୍ରୀ ଦାସ ଉକ୍ତ ନାବାଳକକୁ ବାଲିପାଟଣା ଥାନାକୁ ନେଇ ସେଠାରେ ତାଙ୍କ ମାମୁଁ ନରେନ୍ଦ୍ର କୁମାର ବେହେରାଙ୍କ ଜିମା ଦେଇଥିଲେ। ନାବାଳକର ଘର ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଝାରପଡା ଅଞ୍ଚଳରେ ହୋଇଥିବା ବେଳେ ସେ ୨୫ ତାରିଖ ସଂନ୍ଧ୍ୟା ୬ଟାରେ ସାଇକେଲରେ ଘରୁ ଆସିଥିବା ଓ ବାଟ ବାଉଳା ହୋଇଯାଇଥିବା ନେଇ ତାଙ୍କ ମାମୁଁ ନରେନ୍ଦ୍ର ସୂଚନା ଦେଇଛନ୍ତି। ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁଁ ନାବାଳକ ଭଣଜାକୁ ଫେରିପାଇଥିବା ସଂପର୍କରେ ନରେନ୍ଦ୍ର ପ୍ରକାଶ କରିବା ସହ ଏଥିପାଇଁ ପିପିଲି ପୁଲିସ ଓ ଓଡିଶା ପୁଲିସକୁ ସେ ଧନ୍ୟବାଦ ଦେଇଛନ୍ତି।