ବଜେଟରେ କୃଷି କ୍ଷେତ୍ରକୁ ଦିଆଯାଇଛି ଅଧିକ ପ୍ରାଧାନ୍ୟ
ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ବଜେଟ। ବଜେଟରେ କୃଷି କ୍ଷେତ୍ରକୁ ଦିଆଯାଇଛି ଅଧିକ୍ ପ୍ରାଧାନ୍ୟ। କୃଷି ଓ... The post ବଜେଟରେ କୃଷି କ୍ଷେତ୍ରକୁ ଦିଆଯାଇଛି ଅଧିକ ପ୍ରାଧାନ୍ୟ appeared first on .
ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ବଜେଟ। ବଜେଟରେ କୃଷି କ୍ଷେତ୍ରକୁ ଦିଆଯାଇଛି ଅଧିକ୍ ପ୍ରାଧାନ୍ୟ। କୃଷି ଓ ଅନ୍ଯାନ୍ଯ ଆନୁଷଙ୍ଗିକ କ୍ଷେତ୍ର ଲାଗି ୩୩ ହଜାର ୯୧୯ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଗତ ବର୍ଷ ଠାରୁ ଏହି ପରିମାଣ ୩୬ ପ୍ରତିଶତ ଅଧିକ। ରାଜ୍ଯ ସରକାର ୧୦ଟି ସ୍ତମ୍ଭକୁ ଗୁରୁତ୍ବ ଦେଇଛନ୍ତି। ସେଗୁଡିକ ହେଲା ଅନ୍ନଦାତା, ନାରୀ ଶକ୍ତି, ସାମାଜିକ ନ୍ୟାୟ, ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷା, ସାବଲୀଳ ଜୀବନ, ମୌଳିକ ନାଗରିକ ସୁବିଧା, ବିକଶିତ ଗାଁ, ଶିଳ୍ପ ଓ ରୋଜଗାର, ଓଡିଆ ଅସ୍ମିତା ଓ ଲୋକଙ୍କ ଲାଗି ସରକାର। ଚଳିତ ଆର୍ଥିକ ବର୍ଷରେ ରାଜ୍ଯର ସାମଗ୍ରିକ ଘରୋଇ ଉତ୍ପାଦ ୮ ପ୍ରତିଶତ ବୃଦ୍ଧି ଆଶା ରଖାଯାଇଛି। କୃଷି କ୍ଷେତ୍ର ରାଜ୍ଯର ମୋଟ ଶ୍ରମଶକ୍ତିର ୪୫ ପ୍ରତିଶତ। ରାଜ୍ଯ ସରକାର ବିକଶିତ ଓଡିଶା ଲାଗି ଆଣିବେ ସମୃଦ୍ଧ କୃଷକ ଯୋଜନା। ଚାଷୀଙ୍କ ଠାରୁ ଧାନ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣାଯିବ। ଯାହାକିଏମଏସପିର ଧାର୍ଯ୍ୟମୂଲ୍ଯଠାରୁ ୮ ଶହ ଟଙ୍କା ଅଧିକ। ଚାଷୀମାନେ ଡିବିଟି ଜରିଆରେ ୪୮ ଘଣ୍ଟାରେ ପ୍ରାପ୍ଯ ପାଇବେ। ସମୃଦ୍ଧ କୃଷକ ଯୋଜନା ଲାଗି ୫ ହଜାର କୋଟି ଟଙ୍କା ରଖାଯାଇଛି। ସିଏମ କିଷାନ ଯୋଜନାରେ ଅଧିକ ଟପଅପ ପ୍ରଦାନ କରାଯିବ। ବଜେଟରେ ଏଥିଲାଗି ୧ ହଜାର ୯୩୫ କୋଟି ଟଙ୍କା ରଖାଯାଇଛି। କୃଷକଙ୍କ ସମସ୍ଯାର ସମାଧାନ ଲାଗି ୱାନ ଷ୍ଟପ ସମାଧାନ ବ୍ଯବସ୍ଥା କାର୍ଯ୍ଯକାରୀ ହେବ। ଶ୍ରୀଅନ୍ନ ଅଭିଯାନ ଲାଗି ୬୪୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗି ୬ ଶହ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଜୈବିକ ଚାଷ ଲାଗି ଓଡିଶା ଜୈବିକ ଚାଷ ମିଶନ ଆରମ୍ଭ ହୋଇଛି। ଅକ୍ଷୟ ଶକ୍ତି ଜରିଆରେ ଜଳସେଚନ ଲାଗି ପିଏମ କୁସୁମ ଯୋଜନା କାର୍ଯ୍ୟକାରୀ କରାଯିବ। ବିଭିନ୍ନ ଜିଲ୍ଲା ଜଳସେଚନ ପ୍ରକଳ୍ପ ଲାଗି ୩, ୩୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବନ୍ଯା ନିୟନ୍ତ୍ରଣ ଓ ପରିଚାଳନା ଲାଗି ୭୧୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ମୁଖ୍ଯମନ୍ତ୍ରୀ କେନାଲ ଲାଇନିଂ ଯୋଜନା ଲାଗି ଓ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଲାଗି ୭୭୩ କୋଟି ଟଙ୍କା ରହିଛି।
The post ବଜେଟରେ କୃଷି କ୍ଷେତ୍ରକୁ ଦିଆଯାଇଛି ଅଧିକ ପ୍ରାଧାନ୍ୟ appeared first on .