ବଜେଟରେ ସ୍ବାସ୍ଥକୁ ଗୁରୁତ୍ୱ, ବ୍ୟୟବରାଦ ହେଲା ଏତିକି କୋଟି
ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ରହିଛି। ବଜେଟରେ ଜନସ୍ବାସ୍ଥ୍ୟ ସେବା ପାଇଁ ମୋଟ ୨୧,୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହାକି ରାଜ୍ୟ ବଜେଟର ପ୍ରାୟ ୮ ପ୍ରତିଶତ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫,୪୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଯେଉଁଥିରେ ପ୍ରତିଷ୍ଠାନ ଓ […] The post ବଜେଟରେ ସ୍ବାସ୍ଥକୁ ଗୁରୁତ୍ୱ, ବ୍ୟୟବରାଦ ହେଲା ଏତିକି କୋଟି appeared first on Dharitri Odia News.
ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ରହିଛି। ବଜେଟରେ ଜନସ୍ବାସ୍ଥ୍ୟ ସେବା ପାଇଁ ମୋଟ ୨୧,୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହାକି ରାଜ୍ୟ ବଜେଟର ପ୍ରାୟ ୮ ପ୍ରତିଶତ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫,୪୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଯେଉଁଥିରେ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୩,୦୫୬ କୋଟି ଟଙ୍କା ରହିଥିବାବେଳେ ନିରାମୟ(ମାଗଣା ଔଷଧ) ପାଇଁ ୧୦୩୩ କୋଟି ଟଙ୍କା ରହିଛି। ନିଦାନ ପାଇଁ ୨୩୬ କୋଟି ଟଙ୍କା, ସମ୍ମପୂର୍ଣ୍ଣା(ଆଇଏମ୍ଆର/ଏମ୍ଏମ୍ଆର୍ ହ୍ରାସ) ପାଇଁ ୧୨୨ କୋଟି ଟଙ୍କା, ସ୍ବାସ୍ଥ୍ୟ ସହାୟ ପାଇଁ ୧୯୧ କୋଟି ଟଙ୍କା, ଓଡିଶା ବ୍ୟାପକ କର୍କଟ ଚିକିତ୍ସା ଯୋଜନା ପାଇଁ ୨୧୧ କୋଟି ଟଙ୍କା ଏବଂ ଆମ୍ବୁଲାନ୍ସ ସେବା ପାଇଁ ୩୫୦ କୋଟି ଟଙ୍କା ରହିଛି। ସେହିପରି ଆମ ହସ୍ପିଟାଲ ପାଇଁ ୧,୩୧୪ କୋଟି ଟଙ୍କା ବୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ୨,୪୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି।
The post ବଜେଟରେ ସ୍ବାସ୍ଥକୁ ଗୁରୁତ୍ୱ, ବ୍ୟୟବରାଦ ହେଲା ଏତିକି କୋଟି appeared first on Dharitri Odia News.