ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ; ଆଜି ବି ହୁଲସ୍ତୁଲ ହୋଇପାରେ ଗୃହ !
ଆଜି ବି ଗୃହ ହୁଲସ୍ତୁଲ ହୋଇପାରେ। ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରୀ ଦଳକୁ ଘେରି ପାରନ୍ତି।
ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଆଜି ଦ୍ବିତୀୟ ଦିନ। ଆଜି ବି ଗୃହ ହୁଲସ୍ତୁଲ ହୋଇପାରେ। ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରୀ ଦଳକୁ ଘେରି ପାରନ୍ତି। ଆଜି ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଏମଏସଏମଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି।
ଆଜିଠାରୁ ଗୃହରେ ଖର୍ଚ୍ଚଦାବି ଆଲୋଚନା ହେବ। ଏସସି/ଏସଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି। ଗତକାଲି ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ପ୍ରବଳ ତମ୍ବିତଫାନ ହୋଇଥିଲା। ଗୃହରେ କଡ଼ା ଆଭିମୁଖ୍ୟ ରଖି ଶାସକ ଦଳକୁ ଘେରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ହଟ୍ଟଗୋଳ ଓ ନାରାବାଜି ଯୋଗୁ ସକାଳେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ପାରି ନଥିଲା। ଆଜି ବି ହଟ୍ଟଗୋଳ କରିପାରନ୍ତି।
ଅଧିକ ପଢ଼ନ୍ତୁ: ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ; ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ପ୍ରଭାବ...
ଅପରପକ୍ଷେ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ଗୃହ ତ୍ୟାଗ କରିଥିବା ବେଳେ କେବଳ ଶାସକ ଦଳ ସଭ୍ୟଙ୍କୁ ନେଇ ଗୃହ ଚାଲିଥିଲା । ତେଣୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ସେହି ପୁରୁଣା ଦାବିକୁ ଉଠାଉଛନ୍ତି ନା ଗୃହ କାର୍ଯ୍ୟ ସ୍ୱାଭାବିକ ହେଉଛି ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିପାରେ । ସେପ୍ଟେମ୍ବର ୧୩ ତାରିଖ ଯାଏଁ ଅଧିବେଶନ ଚାଲିବ ।