ବଜେଟ୍ ଡେ’ରେ କେମିତି ରୁହେ ସେୟାର ମାର୍କେଟର ମୁଡ୍, ପଢନ୍ତୁ ୨୦୧୪ରୁ ୨୦୨୪ ଯାଏଁର ରିପୋର୍ଟ

ମୁମ୍ବାଇ ୨୩।୦୭ : ମଙ୍ଗଳବାର ଆସିବ ବଜେଟ୍‌ ୨୦୨୪-୨୫ । ନୂଆ ମୋଦି ସରକାର ଗଠନ ହେବା ପରେ ଏହା ପ୍ରଥମ ବଜେଟ୍‌ । ମୋଦି ସରକାର ନିଜର ପ୍ରଥମ ବଜେଟ୍‌ ୧୦ ଜୁଲାଇ ୨୦୧୪ରେ ଆଣିଥିଲେ । ଏହି ଦିନ ନିଫ୍‌ଟି ୦.୨୩ ପ୍ରତିଶତ ଖସି ୭୫୬୭.୭୫କୁ ଆସିଥିଲା । ହେଲେ ଆଗାମୀ ୭ଦିନ ମଧ୍ୟରେ ଏହା ୦.୯୬ ପ୍ରତିଶତ ବଢି ନିଫ୍‌ଟି ୭୬୪୦.୪୫ରେ ପହଞ୍ଚିଥିଲା । ବର୍ଷ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଥମ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ସେବେଠାରୁ ଏବେ ଯାଏଁ ମୋଟ ୧୨ ଥର ବଜେଟ ଅଣାଯାଇଛି । ଯେଉଁଥିରେ ୨ଟି ଅନ୍ତରୀଣ ବଜେଟ ରହିଛି । ପ୍ରଥମ ଅନ୍ତରୀଣ ବଜେଟ୍‌ ୨୦୧୯ ଏବଂ ୨ୟ ଅନ୍ତରୀଣ ବଜେଟ୍‌ ୧ ଫେବୃଆରୀ  ୨୦୨୪ରେ ଅଣାଯାଇଥିଲା । ଏହିସବୁ ମଧ୍ୟରେ ମୋଟ ୭ଥର ସେୟାର ମାର୍କେଟର ରିଆକ୍ସନ ଭଲ ନଥିଲା । ତେବେ ଆସନ୍ତୁ ଜାଣିବା କେଉଁ ବଜେଟ୍‌ରେ କେମିତି ରହିଥିଲା ସେୟାର ବଜାରର ରିଆକ୍ସନ୨୫ ଫେବୃଆରୀ ୨୦୧୫ରେ ମୋଦି ସରକାର ୨ୟ ଥର ପାଇଁ ଆଣିଥିଲେ ବଜେଟ୍‌ । ଏହି ଦିନ ସେୟାର ମାର୍କେରର ରିଆକ୍ସନ ପଜିଟିଭ୍‌ ଥିଲା । ନିଫ୍‌ଟିରେ ସାମାନ୍ୟ ବୃଦ୍ଧି ପାଇଥିଲା । ଆଗାମୀ ସାତ ଦିନରେ ନିଫ୍‌ଟି ୧.୭୭ ପ୍ରତିଶତ ବୃଦ୍ଧି ପାଇଁ ୮୯୨୨.୬୫ରେ ପହଞ୍ଚିଥିଲା । ୨୯ ଫେବୃଆରୀ ୨୦୧୬ରେ ମୋଦି ସରକାର ଆଣିଥିଲେ ତୃତୀୟ ବଜେଟ୍‌ । ଏହି ଦିନ ନିଫ୍‌ଟି ୦.୬୧ ପ୍ରତିଶତ ଖସି ୬୯୮୭ରେ ବନ୍ଦ ହୋଇଥିଲା । ହେଲେ ଏହାର ଆଗାମୀ ସାତ ଦିନରେ ସେୟାର ମାର୍କେଟ

ବଜେଟ୍ ଡେ’ରେ କେମିତି ରୁହେ ସେୟାର ମାର୍କେଟର ମୁଡ୍, ପଢନ୍ତୁ ୨୦୧୪ରୁ ୨୦୨୪ ଯାଏଁର ରିପୋର୍ଟ

ମୁମ୍ବାଇ ୨୩।୦୭ : ମଙ୍ଗଳବାର ଆସିବ ବଜେଟ୍‌ ୨୦୨୪-୨୫ । ନୂଆ ମୋଦି ସରକାର ଗଠନ ହେବା ପରେ ଏହା ପ୍ରଥମ ବଜେଟ୍‌ । ମୋଦି ସରକାର ନିଜର ପ୍ରଥମ ବଜେଟ୍‌ ୧୦ ଜୁଲାଇ ୨୦୧୪ରେ ଆଣିଥିଲେ । ଏହି ଦିନ ନିଫ୍‌ଟି ୦.୨୩ ପ୍ରତିଶତ ଖସି ୭୫୬୭.୭୫କୁ ଆସିଥିଲା । ହେଲେ ଆଗାମୀ ୭ଦିନ ମଧ୍ୟରେ ଏହା ୦.୯୬ ପ୍ରତିଶତ ବଢି ନିଫ୍‌ଟି ୭୬୪୦.୪୫ରେ ପହଞ୍ଚିଥିଲା । 

ବର୍ଷ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଥମ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ସେବେଠାରୁ ଏବେ ଯାଏଁ ମୋଟ ୧୨ ଥର ବଜେଟ ଅଣାଯାଇଛି । ଯେଉଁଥିରେ ୨ଟି ଅନ୍ତରୀଣ ବଜେଟ ରହିଛି । ପ୍ରଥମ ଅନ୍ତରୀଣ ବଜେଟ୍‌ ୨୦୧୯ ଏବଂ ୨ୟ ଅନ୍ତରୀଣ ବଜେଟ୍‌ ୧ ଫେବୃଆରୀ  ୨୦୨୪ରେ ଅଣାଯାଇଥିଲା । ଏହିସବୁ ମଧ୍ୟରେ ମୋଟ ୭ଥର ସେୟାର ମାର୍କେଟର ରିଆକ୍ସନ ଭଲ ନଥିଲା । 

ତେବେ ଆସନ୍ତୁ ଜାଣିବା କେଉଁ ବଜେଟ୍‌ରେ କେମିତି ରହିଥିଲା ସେୟାର ବଜାରର ରିଆକ୍ସନ

୨୫ ଫେବୃଆରୀ ୨୦୧୫ରେ ମୋଦି ସରକାର ୨ୟ ଥର ପାଇଁ ଆଣିଥିଲେ ବଜେଟ୍‌ । ଏହି ଦିନ ସେୟାର ମାର୍କେରର ରିଆକ୍ସନ ପଜିଟିଭ୍‌ ଥିଲା । ନିଫ୍‌ଟିରେ ସାମାନ୍ୟ ବୃଦ୍ଧି ପାଇଥିଲା । ଆଗାମୀ ସାତ ଦିନରେ ନିଫ୍‌ଟି ୧.୭୭ ପ୍ରତିଶତ ବୃଦ୍ଧି ପାଇଁ ୮୯୨୨.୬୫ରେ ପହଞ୍ଚିଥିଲା । 

୨୯ ଫେବୃଆରୀ ୨୦୧୬ରେ ମୋଦି ସରକାର ଆଣିଥିଲେ ତୃତୀୟ ବଜେଟ୍‌ । ଏହି ଦିନ ନିଫ୍‌ଟି ୦.୬୧ ପ୍ରତିଶତ ଖସି ୬୯୮୭ରେ ବନ୍ଦ ହୋଇଥିଲା । ହେଲେ ଏହାର ଆଗାମୀ ସାତ ଦିନରେ ସେୟାର ମାର୍କେଟ ବାଉଁସ ବ୍ୟାକ୍‌ କରିଥିଲା । ନିଫ୍‌ଟି ରକେଟ୍‌ ପରି ବୃଦ୍ଧି ପାଇଥିଲା । ୭.୧୯ ପ୍ରତିଶତ ବୃଦ୍ଧି ପାଇଁ ୭୪୮୫ ଲେବୁଲ୍‌ରେ ପହଞ୍ଚିଥିଲା । 

୧ ଫେବୃଆରୀ ୨୦୧୭ରେ ଆସିଥିଲା ମୋଦି ସରକାରଙ୍କ ଆଉ ଏକ ବଜେଟ୍‌ । ଏହି ଦିନ ନିଫ୍‌ଟି ୧.୮୧ ପ୍ରତିଶତ ବୃଦ୍ଧି ପାଇ ୮୭୧୬ ଯାଏଁ ରହିଥିଲା । ଏହାପରେ ଆଗାମୀ ଦିନ ୭ ଦିନ ୦.୬୦ ପ୍ରତିଶତ ବୃଦ୍ଧି ପାଇ ୮୭୬୯ ଯାଏଁ ପହଞ୍ଚିଥିଲା । ହେଲେ ୨୦୧୮ରେ ବଜେଟ୍‌ ଦିନ ନିଫ୍‌ଟି ୦.୧୦ ପ୍ରତିଶତ ହ୍ରାସ୍‌ ପାଇ ୧୧୦୧୬ରେ ବନ୍ଦ ହୋଇଥିଲା । ଆଗାମୀ ୭ ଦିନ ମଧ୍ୟରେ ୩.୯୯ ପ୍ରତିଶତ ହ୍ରାସ୍‌ ପାଇଥିଲା ନିଫ୍‌ଟି । 

୨୦୧୯ରେ ପୂର୍ଣ୍ଣ ବହୁମତର ସରକାର ଗଠନରେ ପୁଣି ଥରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଣିଥିଲେ ମୋଦି ସରକାର । ୫ ଜୁଲାଇ ୨୦୧୯ରେ ବଜେଟ୍‌ ଆଣିଥିଲେ କେନ୍ଦ୍ର ସରକାର । ଏହି ଦିନ ମାର୍କେଟ ଭଲ ରେସ୍‌ପନ୍ସ ଦେଇନଥିଲା । ନିଫ୍‌ଟ୍‌ ୧.୧୪ ପ୍ରତିଶତ ଖସି ୧୧୮୧୧ରେ ପହଞ୍ଚିଥିଲା । ଆଗାମୀ ସାତ ଦିନରେ ସେୟାର ମାର୍କେଟ୍‌ରେ ହ୍ରାସ୍‌ ଦେଖିବାକୁ ମିଳିଥିଲା । ଏପିରିକି ମାର୍କେଟ ୨.୧୯ ପ୍ରତିଶତ ହ୍ରାସ୍‌ ପାଇ ୧୧୫୫୨ରେ ବନ୍ଦ ହୋଇଥିଲା । 

୧ ଫେବୃଆରୀ ୨୦୨୦ ବଜେଟ୍‌ ଦିନ ନିଫ୍‌ଟି ୨.୫୧ ପ୍ରତିଶତ ବୃଦ୍ଧି ପାଇଁ ୧୧୬୬୧ରେ ବନ୍ଦ ହୋଇଥିଲା । ଏହାର ଆଗାମୀ ସାତ ଦିନରେ ନିଫ୍‌ଟି ୩.୩୪ ପ୍ରତିଶତ ବୃଦ୍ଧି ସହ ୧୨୦୯୮ରେ ପହଞ୍ଚିଥିଲା ମାର୍କେଟ୍‌ । 

୧ ଫେବୃଆରୀ ୨୦୨୧ରେ ବଜେଟ୍‌ ଦିନ ସେୟାର ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା । ନିଫ୍‌ଟି ୪.୭୪ ପ୍ରତିଶତ ବୃଦ୍ଧି ପାଇ ୧୪୨୮୧ରେ ପହଞ୍ଚିଥିଲା । ଆଗାମୀ ସାତ ଦିନରେ ନିଫ୍‌ଟି ୫.୮୪ ପ୍ରତିଶତ ବୃଦ୍ଧି ପାଇଁ ୧୫୧୧୫ରେ ପହଞ୍ଚିଥିଲା ନିଫ୍‌ଟି । 

୧ ଫେବୃଆରୀ ୨୦୨୨ରେ ବଜେଟ୍‌ ଦିନ ନିଫ୍‌ଟି ୦.୨୬ ପ୍ରତିଶତ ହ୍ରାସ ପାଇ ୧୭୬୧୬ରେ ପହଞ୍ଚିଥିଲା । ଆଗାମୀ ସାତ ଦିନରେ ୧.୭୬ ହ୍ରାସ ପାଇ ୧୭୨୬୬ରେ ପହଞ୍ଚିଥିଲା । 

୧ ଫେବୃଆରୀ ୨୦୨୩ରେ ବଜେଟ୍‌ ଦିନ ନିଫ୍‌ଟି ୦.୨୬ ପ୍ରତିଶତ ହ୍ରାସ ପାଇ ୧୭୬୧୬ରେ ପହଞ୍ଚିଥିଲା । ହେଲେ ଆଗାମୀ ସାତ ଦିନରେ ନିଫ୍‌ଟି ଉପରମୁହାଁ ରହିଥିଲା । ୧.୪୫ ପ୍ରତିଶତ ବୃଦ୍ଧି ପାଇ ୧୭୮୭୧ରେ ପହଞ୍ଚିଥିଲା ନିଫ୍‌ଟି। 

ମୋଦି ସରକାରଙ୍କ ପ୍ରଥମ ଅନ୍ତରୀଣ ବଜେଟ ଦିନ କିପରି ରହିଛି ସେୟାର ବଜାର ?

ମୋଦି ସରକାର ୧ ଫେବୃଆରୀ ୨୦୧୯ରେ ପ୍ରଥମ ଥର ପାଇଁ ଅନ୍ତରୀଣ ବଜେଟ୍‌ ଆଣିଥିଲେ । ଏହି ଦିନ ନିଫ୍‌ଟି ୦.୫୮ ପ୍ରତିଶତ ବଢି ୧୦୮୯୩ରେ ବନ୍ଦ ହୋଇଥିଲା । ହେଲେ ଆଗାମୀ ସାତ ଦିନ ମଧ୍ୟରେ ମାର୍କେଟ ୦.୪୬ ପ୍ରତିଶତ ବୃଦ୍ଧି ପାଇ ୧୦୯୪୩ରେ ପହଞ୍ଚିଥିଲା । ୧ ଫେବୃଆରୀ ୨୦୨୪ରେ ଆସିଥିବା ଅନ୍ତରୀଣ ବଜେଟ୍‌ ଦିନ ସେନ୍‌ସେକ୍ସ ୭୧୯୯୮ରେ ଖୋଲିଥିଲା । ଆଉ ବନ୍ଦ ୭୧୬୪୫ରେ ବନ୍ଦ ହୋଇଥିଲା । ଏହାପୂର୍ବରୁ ୩୧ ଜାନୁଆରୀ ୭୧, ୭୫୨, ୧୧ରେ ବନ୍ଦ ହୋଇଥିଲା । ସେହିପରି ବଜେଟ୍‌ର ଆଗାମୀ ସାତ ଦିନରେ ସେନ୍‌ସେକ୍ସରେ ବୃଦ୍ଧି ଦେଖିବାକୁ ମିଳିଥିଲା ।