RCBର ସବୁଠାରୁ ବଡ ଶତ୍ରୁ, ନେବାକୁ ଦେଇନି IPL ଟ୍ରଫି, ଅନେକଥର ଚୁରମାର କରିଛି ସ୍ବପ୍ନ

ନୂଆଦିଲ୍ଲୀ ୦୭।୦୪:  ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ।ଏହି ଷ୍ଟାର ଭର୍ତ୍ତୀ ଟିମ୍‌ କିନ୍ତୁ ଚଳିତ ଆଇପିଏଲ୍‌ରେ ଏ ପର୍ଯ୍ୟନ୍ତ ଦେଖାଇନି ଖାସ୍‌ ଖେଳ । ଫାପ୍ ଡୁପ୍ଲେସି ନେତୃତ୍ବାଧିନ ଦଳରେ ବିରାଟ କେହଲି, ମ୍ୟାକ୍ସୱେଲ୍‌ଙ୍କ ଭଳି ମ୍ୟାଚ୍‌ ୱିନର । କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତି ଟେବୁଲର ୮ମ ସ୍ଥାନରେ ରହିଛି । ଏବେ ସୁଦ୍ଧା CSK, KKR, LSG ଏବଂ RR ଟିମ୍‌ RCBକୁ ପରାସ୍ତ କରିଛନ୍ତି । କେବଳ ପଞ୍ଜାବ କିଙ୍ଗ୍ସକୁ ହରାଇଛି । କିନ୍ତୁ ବେଙ୍ଗାଲୁରୁ ଟିମ୍‌ ଏପର୍ଯ୍ୟନ୍ତ ନିଜର ବଡ ଶତ୍ରୁ ସହ ଆମ୍ନାସାମ୍ନି ହୋଇନି । ଆମେ କହୁଛୁ  ଆରସିବିର ସବୁଠାରୁ ବଡ ଶତ୍ରୁ ସନରାଇଜର୍ସ ହାଇଦ୍ରାବାଦ କଥା । କାରଣ ହାଇଦ୍ରାବାଦ ଟିମ୍‌ ଆଇପି୍ଲ୍‌ରେ ଅନେକ ଥର  ବେଙ୍ଗାଲୁରର ସ୍ୱପ୍ନକୁ କରିଛି ଚୁରମାର । ଆରସିବି କୁ ୪ଥର ଚେକ୍‌ ଦେଇଛି ସନ୍‌ରାଇଜର୍ସ । କ୍ରିଜ୍‌ରେ RCBର ବଡ ଶତ୍ରୁ ହାଇଦ୍ରାବାଦ ।  ୨୦୦୮ରୁ ୨୦୧୨ ଯାଏଁ ହାଇଦ୍ରାବାଦ ଟିମ୍‌ ଡେକାନ୍‌ ଚାର୍ଜସ୍‌ ନାଁରେ ପରିଚିତ ଥିଲା । ଆରସିବି ୨୦୦୯ରେ ପ୍ରଥମଥର ପାଇଁ ଆଇପିଏଲ୍‌ ଫାଇନାଲ୍‌ରେ ପହଞ୍ଚିଥିଲା । ଆରସିବି ପାଖରେ ଜ୍ୟାକ୍ କଲିସ୍, ମାର୍କ ବାଉଚର୍, ରସ୍ ଟେଲର ଏବଂ ରାହୁଲ ଦ୍ରାବିଡଙ୍କ ପରି ଦିଗ୍ଗଜ ବ୍ୟାଟରଙ୍କ କମ୍ବିନେସନ୍ ଥିଲା । କିନ୍ତୁ ଡେକାନ୍ ଚାର୍ଜର୍ସ ୬ ରନ୍‌ରେ ଆରସିବିକୁ ପରାସ୍ତ କରିଥିଲା । ଆଉ ଆଇପିଏଲ୍‌ ଚା

RCBର ସବୁଠାରୁ ବଡ ଶତ୍ରୁ, ନେବାକୁ ଦେଇନି IPL ଟ୍ରଫି, ଅନେକଥର ଚୁରମାର କରିଛି ସ୍ବପ୍ନ

ନୂଆଦିଲ୍ଲୀ ୦୭।୦୪:  ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ।ଏହି ଷ୍ଟାର ଭର୍ତ୍ତୀ ଟିମ୍‌ କିନ୍ତୁ ଚଳିତ ଆଇପିଏଲ୍‌ରେ ଏ ପର୍ଯ୍ୟନ୍ତ ଦେଖାଇନି ଖାସ୍‌ ଖେଳ । ଫାପ୍ ଡୁପ୍ଲେସି ନେତୃତ୍ବାଧିନ ଦଳରେ ବିରାଟ କେହଲି, ମ୍ୟାକ୍ସୱେଲ୍‌ଙ୍କ ଭଳି ମ୍ୟାଚ୍‌ ୱିନର । କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତି ଟେବୁଲର ୮ମ ସ୍ଥାନରେ ରହିଛି । 

ଏବେ ସୁଦ୍ଧା CSK, KKR, LSG ଏବଂ RR ଟିମ୍‌ RCBକୁ ପରାସ୍ତ କରିଛନ୍ତି । କେବଳ ପଞ୍ଜାବ କିଙ୍ଗ୍ସକୁ ହରାଇଛି । କିନ୍ତୁ ବେଙ୍ଗାଲୁରୁ ଟିମ୍‌ ଏପର୍ଯ୍ୟନ୍ତ ନିଜର ବଡ ଶତ୍ରୁ ସହ ଆମ୍ନାସାମ୍ନି ହୋଇନି । ଆମେ କହୁଛୁ  ଆରସିବିର ସବୁଠାରୁ ବଡ ଶତ୍ରୁ ସନରାଇଜର୍ସ ହାଇଦ୍ରାବାଦ କଥା । କାରଣ ହାଇଦ୍ରାବାଦ ଟିମ୍‌ ଆଇପି୍ଲ୍‌ରେ ଅନେକ ଥର  ବେଙ୍ଗାଲୁରର ସ୍ୱପ୍ନକୁ କରିଛି ଚୁରମାର । ଆରସିବି କୁ ୪ଥର ଚେକ୍‌ ଦେଇଛି ସନ୍‌ରାଇଜର୍ସ । 

କ୍ରିଜ୍‌ରେ RCBର ବଡ ଶତ୍ରୁ ହାଇଦ୍ରାବାଦ ।  ୨୦୦୮ରୁ ୨୦୧୨ ଯାଏଁ ହାଇଦ୍ରାବାଦ ଟିମ୍‌ ଡେକାନ୍‌ ଚାର୍ଜସ୍‌ ନାଁରେ ପରିଚିତ ଥିଲା । ଆରସିବି ୨୦୦୯ରେ ପ୍ରଥମଥର ପାଇଁ ଆଇପିଏଲ୍‌ ଫାଇନାଲ୍‌ରେ ପହଞ୍ଚିଥିଲା । ଆରସିବି ପାଖରେ ଜ୍ୟାକ୍ କଲିସ୍, ମାର୍କ ବାଉଚର୍, ରସ୍ ଟେଲର ଏବଂ ରାହୁଲ ଦ୍ରାବିଡଙ୍କ ପରି ଦିଗ୍ଗଜ ବ୍ୟାଟରଙ୍କ କମ୍ବିନେସନ୍ ଥିଲା । କିନ୍ତୁ ଡେକାନ୍ ଚାର୍ଜର୍ସ ୬ ରନ୍‌ରେ ଆରସିବିକୁ ପରାସ୍ତ କରିଥିଲା । ଆଉ ଆଇପିଏଲ୍‌ ଚାମ୍ପିଅନ୍ ହେବାର ସ୍ୱପ୍ନ ଭାଙ୍ଗି ଯାଇଥିଲା । 

୨୦୧୬ରେ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଥିଲା ଆରସିବି । ଏଥର ମଧ୍ୟ ଆରସିବି ବିପକ୍ଷରେ ଥିଲା ହାଇଦ୍ରାବାଦ । କିନ୍ତୁ ଏହାର ନାଁ ସେତେବେଳକୁ ଡେକାନ ଚାର୍ଜର୍ସ ନୁହେଁ ବରଂ ସନରାଇଜର୍ସ ହାଇଦ୍ରାବାଦ ହୋଇସାରିଥିଲା । ୨୦୧୬ ସିଜିନ୍‌ରେ ମଧ୍ୟ ଟାଇଟଲ୍‌ର ନିକଟତର ହୋଇ ପରାଜୟର ସ୍ବାଦ ଚାଖିଥିଲା ଆରସିବି । ଫାଇନାଲ୍‌ ମ୍ୟାଚ୍‌ରେ ଆରସିବିକୁ ୮ ରନ୍‌ରେ ହରାଇଥିଲା ହାଇଦ୍ରାବାଦ । 

୨୦୧୬ ଫାଇନାଲ ପରେ ଆରସିବି ପରବର୍ତ୍ତୀ ୩ ସିଜନରେ ପ୍ଲେ ଅଫ୍ରେ କ୍ୟାଲିଫାଏ କରିପାରିନଥିଲା । ୨୦୨୦ରେ RCB ଶେଷରେ ପ୍ଲେ ଅଫ୍ରେ ପହଞ୍ଚିଲା । ବଢିଥିଲା ଆରସିବି ଫ୍ୟାନ୍ସଙ୍କର ବିଜୟ ଆଶା । ଦୁର୍ଭାଗ୍ୟବଶତଃ କଠିନ ମୁକାବିଲା ପରେ ବି ଏଲିମିନେଟର ମ୍ୟାଚରେ SRH ଠାରୁ ହାରିଥିଲା ଆରସିବି । ଏହି ମ୍ୟାଚ୍‌ରେ ଆରସିବିକୁ ୬ ୱିକେଟ୍ରେ ହରାଇ ବେଙ୍ଗାଲୁରୁର ଚାମ୍ପିୟନ ହେବାର ସ୍ବପ୍ନକୁ ପୁଣି ଭାଙ୍ଗିଥିଲା ଟିମ୍‌ ହାଇଦ୍ରାବାଦ ।  

୨୦୨୩ରେ RCB ପ୍ଲେ ଅଫ୍ରେ କ୍ୱାଲିଫାଏ କରିବା  ପାଇଁ ନିଜ ବିଜୟ ଉପରେ ନୁହେଁ ବରଂ MI ବନାମ SRH ମ୍ୟାଚ୍ ଉପରେ ନିର୍ଭର କରୁଥିଲା । ଯଦି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ SRH ବିଜୟୀ ହୋଇଥାନ୍ତା, ତେବେ ଗୁଜୁରାଟ ବିପକ୍ଷରେ କମ୍ ରନ୍ରେ ହାରିବା ପରେ ବି RCB ପ୍ଲେ ଅଫ୍କୁ ଯାଇପାରିଥାନ୍ତି । କିନ୍ତୁ ମୁମ୍ବାଇ ଜିତିବା ସ୍ଥିତିରେ ଆରସିବିକୁ ଗୁଜୁରାଟଠାରୁ ବଡ ରନ୍‌ରେ ଜିତିବାକୁ ପଡିଥାନ୍ତା । ଦୁର୍ଭାଗ୍ୟବଶତ RCB ଗୁଜରାଟକୁ ହରାଇ ପାରିଲାନି । ଅନ୍ୟପଟେ ମୁମ୍ବାଇ ୮ ଓ୍ବିକେଟରେ ହାଇଦ୍ରାବାଦକୁ ହରାଇଥିଲା । 

ତେବେ ଆଇପିଏଲ୍ ୨୦୨୪ ପୂର୍ବରୁ ଆରସିବି ନାଁରେ ଗୋଟିଏ ଇନିଂସରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ରହିଥିଲା । ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ୨୬୩ ରନ୍ ସ୍କୋର କରିଥିଲା ଆରସିବି । ଗୋଟିଏ ଇନିଂସରେ ସର୍ବାଧିକ ସ୍କୋରର ରେକର୍ଡ ପରବର୍ତ୍ତୀ ୧୦ ବର୍ଷ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାଁରେ ରହିଥିଲା । 

କିନ୍ତୁ ଆଇପିଏଲ ୨୦୨୪ରେ SRH ଆରସିବିରେ ରେକର୍ଡ ଭାଙ୍ଗିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଇନିଂସରେ ୨୭୭ ରନ୍‌ ସ୍କୋର୍‌ କରି ଏହି ରେକର୍ଡକୁ ନିଜ ନାଁର କରିଛି ସନରାଇଜର୍ସ ହାଇଦ୍ରାବାଦ ।ଏମିତି କିଛି ଇକ୍ୱିଏସନ କହୁଛି ଆଇପିଏଲ୍‌ରେ ଆରସିବିର ବଡ ଶତ୍ରୁ ସନରାଇଜର୍ସ ହାଇଦ୍ରାବାଦ । ତେବେ ୨୦୨୪ ରେ ବେଙ୍ଗାଲୁର ପ୍ରତିଶୋଧ ନେଉଛି କି ହାଇଦ୍ରାବାଦ ତାର ଭିଜୟ ଧାରା  ଅବ୍ୟାହତ ରକୁଛି, ତାହାକୁ ଅପେକ୍ଷା ।