ଡାକ୍ତରଙ୍କ ଆତ୍ମହତ୍ୟା
ରାଉରକେଲା : ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ହେଲଥ୍ ସେଣ୍ଟରରେ କାର୍ଯ୍ୟରତ ଡାକ୍ତର ସନ୍ତୋଷ ହୁଗାର (୨୮)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରଙ୍କ ଘର କର୍ଣ୍ଣାଟକର ବିଜୟପୁରରେ ବୋଲି ଜଣାପଡ଼ିଛି। ମୃତଦେହ ନିକଟରୁ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୁଲିସ। ସେଥିରେ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରିଥିବା ଲେଖା ହୋଇଛି । ତେବେ ସେହି ସୁଇସାଇଡ ନୋଟ୍ ସେ ଲେଖିଛନ୍ତି କି ନାହିଁ, […]

ରାଉରକେଲା : ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ହେଲଥ୍ ସେଣ୍ଟରରେ କାର୍ଯ୍ୟରତ ଡାକ୍ତର ସନ୍ତୋଷ ହୁଗାର (୨୮)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରଙ୍କ ଘର କର୍ଣ୍ଣାଟକର ବିଜୟପୁରରେ ବୋଲି ଜଣାପଡ଼ିଛି। ମୃତଦେହ ନିକଟରୁ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୁଲିସ। ସେଥିରେ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରିଥିବା ଲେଖା ହୋଇଛି । ତେବେ ସେହି ସୁଇସାଇଡ ନୋଟ୍ ସେ ଲେଖିଛନ୍ତି କି ନାହିଁ, ତାହା ତଦନ୍ତ ପରେ ପୁଲିସ ସ୍ପଷ୍ଟ କରିବ। ଘଟଣାସ୍ଥଳରେ ସେକ୍ଟର ୩ ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି ।