ମନୋଜଙ୍କ ନିଆରା ଚିତ୍ରକଳା, ବିଶ୍ୱକପ୍ ବିଜୟୀ ଲାଗି ଟିମ୍ ଇଣ୍ଡିଆକୁ ଦେଲେ ଶୁଭେଚ୍ଛା

କଟକ ୨୯।୦୬ :  ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଟି-୨୦ ବିଶ୍ୱକପ ହାତେଇବା ପାଇଁ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ।  ଓ୍ୱେଷ୍ଟଇଣ୍ଡିଜ୍‌ର ବାରବାଡସ୍ ଷ୍ଟାଡିୟମରେ ଖେଳାଯିବ ଏହି ଫାଇନାଲ ମ୍ୟାଚ। ତେବେ ଦୀର୍ଘ ଦଶ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପରେ ନିଜର ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି । ଏହାରି ଭିତରେ ପ୍ରତିଥର ଭଳି ଏକ ନିଆରା ଚିତ୍ରକଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଚିଅର୍ ଅପ୍ କରିଛନ୍ତି କଟକର ଚିତ୍ରଶିଳ୍ପୀ ମନୋଜ। ଏକ ପ୍ଲାଷ୍ଟିକ ବଲରେ ସେ ହିଟ୍ ମ୍ୟାନ ରୋହିତ ଶର୍ମା ଓ ଘାତକ ବୋଲର ଜସପ୍ରୀତ ବୁମରାଙ୍କ ଚିତ୍ରକୁ ସ୍ଥାନିତ କରିଛନ୍ତି । କେବଳ ସେତିକି ନୁହେଁ ବୁମରାଙ୍କ ଚିତ୍ରରେ ରହିଛି ଏକ ବିଶ୍ୱକପର ସ୍ୟାଡୋ,  ଯାହା ବେଶ୍ ଆକର୍ଷଣ ଲାଗୁଛି ।  ଏହି ଚିତ୍ରକଳା କରିବାକୁ ପାଖାପାଖି ଦେଢ଼ରୁ ଦୁଇ ଘଣ୍ଟାର ସମୟ ଲାଗିଛି ବୋଲି କହିଛନ୍ତି ଚିତ୍ରଶିଳ୍ପୀ ମନୋଜ କୁମାର ଦାସ।

ମନୋଜଙ୍କ ନିଆରା ଚିତ୍ରକଳା, ବିଶ୍ୱକପ୍ ବିଜୟୀ ଲାଗି ଟିମ୍ ଇଣ୍ଡିଆକୁ ଦେଲେ ଶୁଭେଚ୍ଛା

କଟକ ୨୯।୦୬ :  ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଟି-୨୦ ବିଶ୍ୱକପ ହାତେଇବା ପାଇଁ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ।  ଓ୍ୱେଷ୍ଟଇଣ୍ଡିଜ୍‌ର ବାରବାଡସ୍ ଷ୍ଟାଡିୟମରେ ଖେଳାଯିବ ଏହି ଫାଇନାଲ ମ୍ୟାଚ। 


ତେବେ ଦୀର୍ଘ ଦଶ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପରେ ନିଜର ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି । ଏହାରି ଭିତରେ ପ୍ରତିଥର ଭଳି ଏକ ନିଆରା ଚିତ୍ରକଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଚିଅର୍ ଅପ୍ କରିଛନ୍ତି କଟକର ଚିତ୍ରଶିଳ୍ପୀ ମନୋଜ। ଏକ ପ୍ଲାଷ୍ଟିକ ବଲରେ ସେ ହିଟ୍ ମ୍ୟାନ ରୋହିତ ଶର୍ମା ଓ ଘାତକ ବୋଲର ଜସପ୍ରୀତ ବୁମରାଙ୍କ ଚିତ୍ରକୁ ସ୍ଥାନିତ କରିଛନ୍ତି । କେବଳ ସେତିକି ନୁହେଁ ବୁମରାଙ୍କ ଚିତ୍ରରେ ରହିଛି ଏକ ବିଶ୍ୱକପର ସ୍ୟାଡୋ,  ଯାହା ବେଶ୍ ଆକର୍ଷଣ ଲାଗୁଛି ।  ଏହି ଚିତ୍ରକଳା କରିବାକୁ ପାଖାପାଖି ଦେଢ଼ରୁ ଦୁଇ ଘଣ୍ଟାର ସମୟ ଲାଗିଛି ବୋଲି କହିଛନ୍ତି ଚିତ୍ରଶିଳ୍ପୀ ମନୋଜ କୁମାର ଦାସ।