ବଜେଟ୍ ପୂର୍ବରୁ ଉଛୁଳିଲା ସେୟାର ବଜାର, ୨୪ ହଜାର ୫୦୦ ଡେଇଁଲା ନିଫ୍ଟି
ମୁମ୍ବାଇ ୨୩।୦୭ : ମଙ୍ଗଳବାର ଆସି କେନ୍ଦ୍ର ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ । ୨୦୨୪-୨୫ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ହେଲେ ବଜେଟ୍ ଘୋଷଣା ହେବାର କିଛି ସମୟ ପୂର୍ବରୁ ଉଛୁଳୁଛି ସେୟାର ବଜାର । ଉଭୟ ନିଫ୍ଟି ଏବଂ ସେନ୍ସେକ୍ସ ଗ୍ରୀନ୍ ରଙ୍ଗ ସହ ଖୋଲିଛି । ତେବେ ସଂସଦରରେ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ସେୟାର ବଜାରରେ ଭଲ ସ୍ଥିତି ଦେଖିବାକୁ ମିଳିଛି । ସେନ୍ସେକ୍ସ ୨୦୦ରୁ ଅଧିକ ଅଙ୍କ ଉପରକୁ ଉଠିଛି । ଯାହାଫଳରେ ସେନ୍ସେକ୍ସ ଏବେ ୮୦.୫୭୧ରେ ଟ୍ରେଡ୍ କରୁଛି । ସେହିପରି ନିଫ୍ଟିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ନିଫ୍ଟି ୭୦ ପଏଣ୍ଟ ବୃଦ୍ଧି ପାଇ ୨୪.୫୦୦ ଉପରେ ଟ୍ରେଡ୍ କରୁଛି । ମିଡ୍କ୍ୟାପ୍ ଇଣ୍ଡେସ୍ରେ ବୃଦ୍ଧି ଦେଖିବାକୁ ମିଳିଛି ।
ମୁମ୍ବାଇ ୨୩।୦୭ : ମଙ୍ଗଳବାର ଆସି କେନ୍ଦ୍ର ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ । ୨୦୨୪-୨୫ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ହେଲେ ବଜେଟ୍ ଘୋଷଣା ହେବାର କିଛି ସମୟ ପୂର୍ବରୁ ଉଛୁଳୁଛି ସେୟାର ବଜାର । ଉଭୟ ନିଫ୍ଟି ଏବଂ ସେନ୍ସେକ୍ସ ଗ୍ରୀନ୍ ରଙ୍ଗ ସହ ଖୋଲିଛି ।
ତେବେ ସଂସଦରରେ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ସେୟାର ବଜାରରେ ଭଲ ସ୍ଥିତି ଦେଖିବାକୁ ମିଳିଛି । ସେନ୍ସେକ୍ସ ୨୦୦ରୁ ଅଧିକ ଅଙ୍କ ଉପରକୁ ଉଠିଛି । ଯାହାଫଳରେ ସେନ୍ସେକ୍ସ ଏବେ ୮୦.୫୭୧ରେ ଟ୍ରେଡ୍ କରୁଛି । ସେହିପରି ନିଫ୍ଟିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ନିଫ୍ଟି ୭୦ ପଏଣ୍ଟ ବୃଦ୍ଧି ପାଇ ୨୪.୫୦୦ ଉପରେ ଟ୍ରେଡ୍ କରୁଛି । ମିଡ୍କ୍ୟାପ୍ ଇଣ୍ଡେସ୍ରେ ବୃଦ୍ଧି ଦେଖିବାକୁ ମିଳିଛି ।