'ବଜେଟ୍ରେ ସବୁ ରାଜ୍ୟର ନାଁ ନେବା ଅସମ୍ଭବ'
କେବଳ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବଜେଟ୍ରେ ସବୁ ଥିବାବେଳେ ଅନ୍ୟ ରାଜ୍ୟ ପାଇଁ କିଛି ଦେଇ ନାହାନ୍ତି କହି ବୁଧବାର ସଂସଦରେ ରାହୁଲ ଗାନ୍ଧି ବିରୋଧ କରିଛନ୍ତି।
ଗତକାଲି ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପିତ ହୋଇସାରିଛି। ତେବେ ଏହି ବଜେଟ୍ରେ ଅନେକ ରାଜ୍ୟକୁ ଅଣଦେଖା କରାଯାଇଥିବା ନେଇ ବିରୋଧୀ ଅଭିଯୋଗ କରୁଛନ୍ତି। ଏହାକୁ ନେଇ ସଂସଦରେ ହଙ୍ଗାମା ଜାରି ରହିଛି। ବିରୋଧୀ କକ୍ଷ ତ୍ୟାଗ କରିବା ସହ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାକୁ ନେଇ ଏବେ ରାଗି ଯାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ବିରୋଧ କରୁଛନ୍ତି। କେବଳ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବଜେଟ୍ରେ ସବୁ ଥିବାବେଳେ ଅନ୍ୟ ରାଜ୍ୟ ପାଇଁ କିଛି ଦେଇ ନାହାନ୍ତି କହି ବୁଧବାର ସଂସଦରେ ରାହୁଲ ଗାନ୍ଧି ବିରୋଧ କରିଛନ୍ତି। ଯାହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଗି ଯାଇ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।
କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତାମିଲନାଡୁର ନାମ ନ ନେଇ ଅନ୍ୟ ରାଜ୍ୟ ପାଇଁ ବଜେଟ୍ରେ ସବୁ ସୁବିଧା ଥିବା ନେଇ ବିରୋଧୀଦଳ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ସଭାରେ ବିରକ୍ତ ପ୍ରକାଶ କରିଛନ୍ତି। ଆପଣ ଆପଣଙ୍କର ସମସ୍ତ ବଜେଟ ଭାଷଣରେ ସମସ୍ତ ରାଜ୍ୟର ନାମ ନେଇଛନ୍ତି କି ବୋଲି ଅର୍ଥମନ୍ତ୍ରୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, ବଜେଟ ଭାଷଣରେ ପ୍ରତିଟି ରାଜ୍ୟର ନାଁ ନେବା ସମ୍ଭବ ନୁହେଁ। ଆମ ବଜେଟ ଭାଷଣରେ ଆମେ ସମସ୍ତ ରାଜ୍ୟର ନାମ ନେଇନାହୁଁ, ଏହାର ଅର୍ଥ ନୁହେଁ ଯେ ଆମେ ସେହି ରାଜ୍ୟଗୁଡିକ ପାଇଁ ବଜେଟରେ କିଛି ରଖିନାହୁଁ। କେନ୍ଦ୍ରର ଯୋଜନାଗୁଡ଼ିକରୁ ସମସ୍ତେ ଉପକୃତ ହୁଅନ୍ତି।
କଂଗ୍ରେସର ଏହା ସୁଚିନ୍ତିତ ରଣନୀତି। ବିରୋଧୀ ଜାଣିଶୁଣି ଟାର୍ଗେଟ୍ କରୁଛନ୍ତି। ବିରୋଧୀମାନେ ବଜେଟ୍କୁ ନେଇ ଲୋକଙ୍କ ମନରେ ଏକ ଭ୍ରମ ସୃଷ୍ଟି କରିବାକୁ ଚାହୁଁଛନ୍ତି। ବିରୋଧୀଦଳ ଦ୍ୱାରା ଅଣାଯାଇଥିବା ଏହା ଅତ୍ୟନ୍ତ ଅପମାନଜନକ ଅଭିଯୋଗ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।