ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ: ଏହି ୩ ଜିଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର,୨୪।୨: ରାଜ୍ୟରେ କିଛିଦିନ ହେଲା ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ସହ ବଜ୍ରପାତ ହେଉଛି। ତେବେ ଆସନ୍ତା ୨ଦିନ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ବେଳେ ଘଡ଼ଘଡ଼ି ଓ ବିଜୁଳି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ସତର୍କ କରାଯାଇଛି। ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ କୁଆପଥର […] The post ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ: ଏହି ୩ ଜିଲାକୁ ଅରେଞ୍ଜ ଆଲର୍ଟ appeared first on Dharitri Odia News.

ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ: ଏହି ୩ ଜିଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର,୨୪।୨: ରାଜ୍ୟରେ କିଛିଦିନ ହେଲା ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ସହ ବଜ୍ରପାତ ହେଉଛି। ତେବେ ଆସନ୍ତା ୨ଦିନ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ବେଳେ ଘଡ଼ଘଡ଼ି ଓ ବିଜୁଳି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ସତର୍କ କରାଯାଇଛି।

ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷାକୁ ନେଇ ୩ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବ। ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ସହ ଘଡଘଡି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଜିଲାକୁ ସତର୍କତା ଜାରି କରାଯାଇଛି। ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । କିଛି ସ୍ଥାନରେ କୁଆପଥର ମାଡ଼ ହେବା ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି। ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ନେଇ ୯ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି ଓ ଗଞ୍ଜାମ ଜିଲାକୁ ଆଲର୍ଟ ଜାରି କରାଯାଇଛି । ଅପରାହ୍ନ ସମୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ବଜ୍ରପାତ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ବଜ୍ରପାତ ଜାରି ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଙ୍ଗଳବାର ୩ ଜିଲା କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଘଡଘଡି ସାଙ୍ଗକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

The post ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ: ଏହି ୩ ଜିଲାକୁ ଅରେଞ୍ଜ ଆଲର୍ଟ appeared first on Dharitri Odia News.