ବଜ୍ରପାତ ନେଲା ଜୀବନ, ଗାଈ ଚରାଇବା ବେଳେ ଟଳିପଡିଲେ ବ୍ୟକ୍ତି

ଭଞ୍ଜନଗର,୧୨।୪,(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଗ୍ରାମର ଜଣେ ଗାଈ ଚରାଳି ଶନିବାର ସାଂରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି। ସେହେଲେ କାର୍ତ୍ତିକ ଗୌଡ। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ଘଟଣାରୁ ପ୍ରକାଶ ଯେ ଶନିବାର ସାରେ ଭଞ୍ଜନଗର ଅଞ୍ଚଳରେ କାଳ ବୈଶାଖୀ ଯୋଗୁ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇଥିଲା। ଏହି ସମୟରେ କାର୍ତ୍ତିକ ଗାଈ ଗୋଠ ଚରାଉଥିଲେ। ବଜ୍ରପାତ ଯୋଗୁ ସେ ବିଲରେ ଟଳି ପଡ଼ିଥିଲେ। […] The post ବଜ୍ରପାତ ନେଲା ଜୀବନ, ଗାଈ ଚରାଇବା ବେଳେ ଟଳିପଡିଲେ ବ୍ୟକ୍ତି appeared first on Dharitri Odia News.

ବଜ୍ରପାତ ନେଲା ଜୀବନ, ଗାଈ ଚରାଇବା ବେଳେ ଟଳିପଡିଲେ ବ୍ୟକ୍ତି

ଭଞ୍ଜନଗର,୧୨।୪,(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଗ୍ରାମର ଜଣେ ଗାଈ ଚରାଳି ଶନିବାର ସାଂରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି। ସେହେଲେ କାର୍ତ୍ତିକ ଗୌଡ। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ଘଟଣାରୁ ପ୍ରକାଶ ଯେ ଶନିବାର ସାରେ ଭଞ୍ଜନଗର ଅଞ୍ଚଳରେ କାଳ ବୈଶାଖୀ ଯୋଗୁ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇଥିଲା। ଏହି ସମୟରେ କାର୍ତ୍ତିକ ଗାଈ ଗୋଠ ଚରାଉଥିଲେ। ବଜ୍ରପାତ ଯୋଗୁ ସେ ବିଲରେ ଟଳି ପଡ଼ିଥିଲେ। ଏହାପରେ ଗ୍ରାମବାସୀ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

The post ବଜ୍ରପାତ ନେଲା ଜୀବନ, ଗାଈ ଚରାଇବା ବେଳେ ଟଳିପଡିଲେ ବ୍ୟକ୍ତି appeared first on Dharitri Odia News.