ବଜ୍ରପାତ ଯୋଗୁ ଚାଷ ଜମିରେ ଯାଉଛି ଜୀବନ

ମହାକାଳପଡ଼ା, ୨୪ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପରିବେଶ ଅସନ୍ତୁଳିତ ହେବାରେ ଲାଗିଛି। ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି। ବିଶେଷ କରି ବଜ୍ରପାତ ବଢ଼ିବା ଯୋଗୁ ପୂର୍ବ ଅପେକ୍ଷା ଅଧିକାଂଶ ଲୋକଙ୍କ ଜୀବନ ଚାଷ ଜମିରେ ଯାଉଛି। ଚାଷ ଜମିରେ ଯଦି ବଡ଼ ବଡ଼ ତାଳ ଗଛ ରୋପଣ କରାଯାଇଥାନ୍ତା ତେବେ ବଜ୍ରପାତ ପ୍ରଭାବ ସ୍ବଳ୍ପ ଦେଖା ଯାଆନ୍ତା ବୋଲି କୁହାଯାଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୦ବର୍ଷ ମଧ୍ୟରେ […] The post ବଜ୍ରପାତ ଯୋଗୁ ଚାଷ ଜମିରେ ଯାଉଛି ଜୀବନ appeared first on Dharitri Odia News.

ବଜ୍ରପାତ ଯୋଗୁ ଚାଷ ଜମିରେ ଯାଉଛି ଜୀବନ

ମହାକାଳପଡ଼ା, ୨୪ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପରିବେଶ ଅସନ୍ତୁଳିତ ହେବାରେ ଲାଗିଛି। ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି। ବିଶେଷ କରି ବଜ୍ରପାତ ବଢ଼ିବା ଯୋଗୁ ପୂର୍ବ ଅପେକ୍ଷା ଅଧିକାଂଶ ଲୋକଙ୍କ ଜୀବନ ଚାଷ ଜମିରେ ଯାଉଛି। ଚାଷ ଜମିରେ ଯଦି ବଡ଼ ବଡ଼ ତାଳ ଗଛ ରୋପଣ କରାଯାଇଥାନ୍ତା ତେବେ ବଜ୍ରପାତ ପ୍ରଭାବ ସ୍ବଳ୍ପ ଦେଖା ଯାଆନ୍ତା ବୋଲି କୁହାଯାଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୦ବର୍ଷ ମଧ୍ୟରେ ଚାଷ ଜମିରେ ବଜ୍ରପାତ ଘଟି ୨୫ରୁ ଅଧିକ ଚାଷୀଙ୍କ ଜୀବନ ଯାଇଛି। ହେଲେ ଏଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଲାଗିଥିବା ବଜ୍ରପାତ ନିରୋଧ ଯନ୍ତ୍ର ଅଚଳ ହୋଇପଡିଛି।
ବ୍ଲକ ଅଞ୍ଚଳରେ ଚାଷ ଜମିରେ ବଜ୍ରପାତ ଯୋଗୁ ଜୀବନ ଯାଇଥିବା ସ୍ଥାନ ମଧ୍ୟରେ ଗୋଗୁଆ, କୋଚିଳା, ଗୌଡବାଡ଼ପୁର, ଆଡେଇ, ଜମ୍ବୁ, ଖରିନାସୀ, ନୂଆଗଁା, ସୁନିତି, ବଉଳକଣି, ବତିଘର, ବାରଡାଙ୍ଗ, ଗୋଜାବନ୍ଧ, କେନ୍ତିଆ ବୋଲି ତହସିଲ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ତେବେ ବଜ୍ରପାତ ନିରୋଧ ଯନ୍ତ୍ର ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଛାତରେ ଲାଗିଥିବା ଦେଖିବାକୁ ମିଳୁଛି। ଏଥିମଧ୍ୟରୁ ଅଧିକାଂଶ ବଜ୍ରପାତ ନିରୋଧ ଯନ୍ତ୍ର ଅକାମୀ ହୋଇପଡିଛି। କାରଣ ୩ବର୍ଷ ପୂର୍ବେ ବଉଳକଣିଠାରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ବଜ୍ରପାତ ନିରୋଧ ଯନ୍ତ୍ର ଥାଇ ଏହାର ୫୦ଫୁଟ୍‌ ଦୂରରେ ଏକ ବଜ୍ରପାତ ଘଟିବାରୁ ଘର ସହ ନଡ଼ିଆ ଗଛ ଜଳି ଯାଇଥିଲା। ପରିବାରର ୩ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ। ବିଭିନ୍ନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଲାଗିଥିବା ବଜ୍ରପାତ ନିରୋଧ ଯନ୍ତ୍ରର ସୁପରିଚାଳନା ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବା ଲାଗି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ ଓ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରେ ବାତ୍ୟା ଆଶ୍ରୟସ୍ଥଳୀରେ ବଜ୍ରପାତ ନିରୋଧ ଯନ୍ତ୍ର ରକ୍ଷଣାବେକ୍ଷଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ଖୁବ୍‌ଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି।

The post ବଜ୍ରପାତ ଯୋଗୁ ଚାଷ ଜମିରେ ଯାଉଛି ଜୀବନ appeared first on Dharitri Odia News.