ବଜ୍ରପାତରେ ୮ ଗୋରୁ ମୃତ, ତିନି ଜଣ ଆହତ

ତେଲକୋଇ ୧୭।୮: କେନ୍ଦୁଝର ଜିଲ୍ଲା କାଳିଆହତା ପଞ୍ଚାୟତର କାଟେଣି ଗାଁ ହାଟ ପଡ଼ିଆରେ ବଜ୍ରପାତରେ ୮ ଗୋରୁ ମୃତ । ଶାଳଗଛ ନିକଟରେ ଗୋରୁ ଗୁଡିକ ଚରୁଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ୮ ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟପଟେ କାଳିଆହତା ପଞ୍ଚାୟତର ବାଦବିଲ ଗାଁରେ ମଧ୍ୟ ବଜ୍ରପାତରେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରେ ଜଣେ ଶିଶୁଙ୍କ ସହିତ ଦୁଇ ଜଣ ମହିଳା ଅଛନ୍ତି । ଶିଶୁଙ୍କ ନାଁ ସୋନାଲି ମହାନ୍ତ ହୋଇଥିବା ବେଳେ ଅନ୍ୟମାନେ ହେଲେ କେତକି ମହାନ୍ତ, ନମିତା ମହାନ୍ତ । ଘରେ ବସିଥିବା ବେଳେ ହୋଇଥିଲା ବଜ୍ରପାତ ।You Can Read:ମନ୍ତ୍ରୀ ପହଞ୍ଚିବାର ୨୦ମିନିଟ୍ ପରେ ଆସିଲେ ତହସିଲଦାର, ୧୫ ମିନିଟ୍ ଧରି ଚାଲିଲା ଚାମ୍ବର ଚାବି ଖୋଜା

ବଜ୍ରପାତରେ ୮ ଗୋରୁ ମୃତ, ତିନି ଜଣ ଆହତ

ତେଲକୋଇ ୧୭: କେନ୍ଦୁଝର ଜିଲ୍ଲା କାଳିଆହତା ପଞ୍ଚାୟତର କାଟେଣି ଗାଁ ହାଟ ପଡ଼ିଆରେ ବଜ୍ରପାତରେ ୮ ଗୋରୁ ମୃତ । ଶାଳଗଛ ନିକଟରେ ଗୋରୁ ଗୁଡିକ ଚରୁଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ୮ ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । 

ଅନ୍ୟପଟେ କାଳିଆହତା ପଞ୍ଚାୟତର ବାଦବିଲ ଗାଁରେ ମଧ୍ୟ ବଜ୍ରପାତରେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରେ ଜଣେ ଶିଶୁଙ୍କ ସହିତ ଦୁଇ ଜଣ ମହିଳା ଅଛନ୍ତି । ଶିଶୁଙ୍କ ନାଁ ସୋନାଲି ମହାନ୍ତ ହୋଇଥିବା ବେଳେ ଅନ୍ୟମାନେ ହେଲେ କେତକି ମହାନ୍ତ, ନମିତା ମହାନ୍ତ । ଘରେ ବସିଥିବା ବେଳେ ହୋଇଥିଲା ବଜ୍ରପାତ ।

You Can Read:

ମନ୍ତ୍ରୀ ପହଞ୍ଚିବାର ୨୦ମିନିଟ୍ ପରେ ଆସିଲେ ତହସିଲଦାର, ୧୫ ମିନିଟ୍ ଧରି ଚାଲିଲା ଚାମ୍ବର ଚାବି ଖୋଜା