ବଜ୍ରାଘାତ ନେଲା ଜୀବନ । ୩ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର
କନକ ବ୍ୟୁରୋ: ବଜ୍ରାଘାତ ନେଲା ଜୀବନ। ବଜ୍ରାଘାତରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସୋର ଥାନା ଅନ୍ତର୍ଗତ ରାଇପିତାମ୍ବର ଗାଁର ବସନ୍ତ ଦାସ, ନରେନ୍ଦ୍ର ବିଶ୍ବାଳ ଓ ସୁରେନ୍ଦ୍ର ସାହୁ ଆଜି ଅପରାହ୍ନରେ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ବସନ୍ତ ଦାସ ଓ ନରେନ୍ଦ୍ର […] The post ବଜ୍ରାଘାତ ନେଲା ଜୀବନ । ୩ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର first appeared on Kanak News.

କନକ ବ୍ୟୁରୋ: ବଜ୍ରାଘାତ ନେଲା ଜୀବନ। ବଜ୍ରାଘାତରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସୋର ଥାନା ଅନ୍ତର୍ଗତ ରାଇପିତାମ୍ବର ଗାଁର ବସନ୍ତ ଦାସ, ନରେନ୍ଦ୍ର ବିଶ୍ବାଳ ଓ ସୁରେନ୍ଦ୍ର ସାହୁ ଆଜି ଅପରାହ୍ନରେ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳକୁ ମୃତ ଘୋଷଣା କରିଥିବା ବେଳେ ସୁରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସେହିଭଳି ବଜ୍ରାଘାତରେ ଆଠଗଡର ୪୫ ବର୍ଷୀୟ ଆଶୁତୋଷ ତ୍ରିପାଠୀଙ୍କର ମୃତ୍ୟୁ ହୋଇଛି। ଭୋଗରା ଛକରୁ ଘରକୁ ଫେରୁଥିବା ବଜ୍ରପାତ କାରଣରୁ ଗୁରୁତର ଅବସ୍ଥାରେ ଆଠଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
The post ବଜ୍ରାଘାତ ନେଲା ଜୀବନ । ୩ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର first appeared on Kanak News.