ବଜ୍ରାଘାତରେ ଜଳିଗଲା ଚାଳଘର, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଭୋଗରାଇ ୧୮।୩: ବଜ୍ରାଘାତରେ ଚାଳଘର ସହ ଯୁବକ ଜୀବନ୍ତ ଦଗ୍ଧ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ହେଲେ ରଞ୍ଜନ ପରାମାଣିକ । ସେ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ସୋମବାର ସକାଳେ ପ୍ରବଳ ବର୍ଷା ସହ ଘଡ଼ଘଡି ହୋଇଥିଲା । ରଞ୍ଜନ ବିଲକୁ କାମ କରିବାକୁ ଯାଇଥିଲା ବେଳେ ବର୍ଷା ଯୋଗୁ ସେ ଗୋଟିଏ ଚାଳ ଘରେ ଅଟକି ଯାଇଥିଲେ । ଘନ ଘନ ବିଜୁଳି ମାଡ଼ ଯୋଗୁଁ ସେହି ଚାଳ ଘରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସଙ୍ଗେ ସଙ୍ଗେ ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ରଞ୍ଜନ ମଧ୍ୟ ସେହି ନିଆଁରେ ପୋଡି ହୋଇଯାଇଥିଲେ । ଚାଳଘର ସହ ରଞ୍ଜନ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।You Can Read :ଧାମରା ନିକଟରେ ଧସିଲା ନଦୀବନ୍ଧ, ଆଶା ଓ ଆଶଙ୍କାରେ ଅଞ୍ଚଳବାସୀ

ବଜ୍ରାଘାତରେ ଜଳିଗଲା ଚାଳଘର, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଭୋଗରାଇ ୩: ବଜ୍ରାଘାତରେ ଚାଳଘର ସହ ଯୁବକ ଜୀବନ୍ତ ଦଗ୍ଧ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ହେଲେ ରଞ୍ଜନ ପରାମାଣିକ । ସେ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ । 

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ସୋମବାର ସକାଳେ ପ୍ରବଳ ବର୍ଷା ସହ ଘଡ଼ଘଡି ହୋଇଥିଲା । ରଞ୍ଜନ ବିଲକୁ କାମ କରିବାକୁ ଯାଇଥିଲା ବେଳେ ବର୍ଷା ଯୋଗୁ ସେ ଗୋଟିଏ ଚାଳ ଘରେ ଅଟକି ଯାଇଥିଲେ । ଘନ ଘନ ବିଜୁଳି ମାଡ଼ ଯୋଗୁଁ ସେହି ଚାଳ ଘରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସଙ୍ଗେ ସଙ୍ଗେ ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ରଞ୍ଜନ ମଧ୍ୟ ସେହି ନିଆଁରେ ପୋଡି ହୋଇଯାଇଥିଲେ । ଚାଳଘର ସହ ରଞ୍ଜନ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

You Can Read :

ଧାମରା ନିକଟରେ ଧସିଲା ନଦୀବନ୍ଧ, ଆଶା ଓ ଆଶଙ୍କାରେ ଅଞ୍ଚଳବାସୀ