ବଜ୍ରାଘାତରେ ବଳଦ ମୃତ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ଅଞ୍ଚଳରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ତୋଫାନ ହୋଇଥିବା ବେଳେ ଏଥିରେ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ିରେ ଲାଞ୍ଜି ପଂଚାୟତ ଦଣ୍ଡିଗୁଡା ଗାଁର ଗୁଲା ମାଝୀଙ୍କ ଗୋଟିଏ ବଳଦ ଚରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଥିଲା। ଦୀର୍ଘ ସମୟ ଧରି ବଳଦ ନଫେରିବାରୁ ଗୁଲା ଆଖପାଖରେ ଖୋଜାଖୋଜି କଲାବେଳେ ନିକଟସ୍ଥ ଜଙ୍ଗଲରେ ବଳଦଟି ମରିପଡ଼ିଥିବା ଦେଖିବାକୁ […]

ବଜ୍ରାଘାତରେ ବଳଦ ମୃତ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ଅଞ୍ଚଳରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ତୋଫାନ ହୋଇଥିବା ବେଳେ ଏଥିରେ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ିରେ ଲାଞ୍ଜି ପଂଚାୟତ ଦଣ୍ଡିଗୁଡା ଗାଁର ଗୁଲା ମାଝୀଙ୍କ ଗୋଟିଏ ବଳଦ ଚରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଥିଲା। ଦୀର୍ଘ ସମୟ ଧରି ବଳଦ ନଫେରିବାରୁ ଗୁଲା ଆଖପାଖରେ ଖୋଜାଖୋଜି କଲାବେଳେ ନିକଟସ୍ଥ ଜଙ୍ଗଲରେ ବଳଦଟି ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଆଗକୁ ଚାଷ ଋତୁ ଆସୁଥିବାବେଳେ ବଳଦଟି ବଜ୍ରାଘାତରେ ମରିଯିବାରୁ କୁଲିମଜୁରୀ ଓ ଚାଷକାମ କରୁଥିବା ଗୁଲା ମାଝୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।