ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ଶେଷ: ୨୮ରେ ପ୍ରକାଶ ପାଇବ ରାୟ
ପାଟଣାଗଡ଼,୧୪ା୫( ସଚ୍ଚିଦାନନ୍ଦ ମହାକୁର): ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବୁଧବାର ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ଙ୍କ କୋର୍ଟରେ ବିତର୍କ ପ୍ରକିୟା ଶେଷ ହୋଇଯାଇଛି। ଆସନ୍ତା ୨୮ରେ ଏହି ମାମଲାର ରାୟ ପ୍ରକାଶ ପାଇବ। ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ କ’ଣ ଦଣ୍ଡ ମିଳିବ, ଯଦି ମିଳିବ ତା’ହେଲେ କି ପ୍ରକାର ଦଣ୍ଡ ମିଲିବ ଏବେ ତା’ଉପରେ ସମସ୍ତଙ୍କର ନଜର ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗୀର […] The post ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ଶେଷ: ୨୮ରେ ପ୍ରକାଶ ପାଇବ ରାୟ appeared first on Dharitri Odia News.
ପାଟଣାଗଡ଼,୧୪ା୫( ସଚ୍ଚିଦାନନ୍ଦ ମହାକୁର): ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବୁଧବାର ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ଙ୍କ କୋର୍ଟରେ ବିତର୍କ ପ୍ରକିୟା ଶେଷ ହୋଇଯାଇଛି। ଆସନ୍ତା ୨୮ରେ ଏହି ମାମଲାର ରାୟ ପ୍ରକାଶ ପାଇବ। ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ କ’ଣ ଦଣ୍ଡ ମିଳିବ, ଯଦି ମିଳିବ ତା’ହେଲେ କି ପ୍ରକାର ଦଣ୍ଡ ମିଲିବ ଏବେ ତା’ଉପରେ ସମସ୍ତଙ୍କର ନଜର ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗୀର ଜେଲରୁ ଆଜି ମଧ୍ୟ କଡ଼ାସୁରକ୍ଷା ବଳୟ ଭିତରେ ପାଟଣାଗଡ଼ କୋର୍ଟକୁ ଅଣାଯାଇଥିଲା। କୋର୍ଟରେ ଉଭୟ ପକ୍ଷର ଓକିଲ ଶେଷ ପ୍ରକ୍ରିୟାର ବିତର୍କ କରିଥିଲେ। ଏହି ବିତର୍କକୁ ଶୁଣିବା ପାଇଁ ପୁଞ୍ଜିଲାଲ ପରିବାର ବର୍ଗ, ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।
ପୀଡ଼ିତା ପରିବାରଙ୍କ ଓକିଲ ଚିତ୍ତରଞ୍ଜନ କାନୁନ୍ଗୋଙ୍କ କହିବା ଅନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ଯାହାସବୁ ତଥ୍ୟ ମିଳିଥିଲା ତାକୁ ଆମେ ସମ୍ପୂର୍ଣ୍ଣ ଭାବରେ ତଥ୍ୟ ଆଧାରରେ କୋର୍ଟରେ ପ୍ରମାଣ କରିଛୁ। ଠିକ୍ ଭାବରେ ତଦନ୍ତ ପ୍ରକିୟା ହୋଇଛି। ଏପରିକି ଯାହା ଆମେ ଉପସ୍ଥାପନ କରିଛୁ ନ୍ୟାୟ ପାଇବା ନିଶ୍ଚିତ ବୋଲି କାନୁନ୍ଗୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ରଙ୍କ କହିବା ଅନୁସାରେ ବିତର୍କ ପ୍ରକିୟା ସରିଯାଇଛି। ଖୁବ୍ଶୀଘ୍ର କୋର୍ଟ ନିଜର ଫଇସଲା ଶୁଣିଇବେ। ପୁଞ୍ଜିଲାଲଙ୍କୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଚାପଗ୍ରସ୍ତ ହୋଇ ଫସାଇଦେଇଛି। କ୍ରାଇମବ୍ରାଞ୍ଚ ଅନ୍ୟଦିଗ ଉପରେ ତଦନ୍ତ ନ କରି ଆକ୍ରେଶମୂଳକ ଭାବରେ ପୁଞ୍ଜିଲାଲଙ୍କୁ କାଠଗଡ଼ାକୁ ଟାଣିବା ସହ ନିଜ କାମ ସାରିଦେଇଛି। ପୁଞ୍ଜିଲାଲଙ୍କ ବିରୋଧରେ ଯେତିକି ଅଭିଯୋଗ ଆସିଥିଲା ତା’ଠାରୁ ଅନ୍ୟମାନଙ୍କ ଉପରେ ଅଧିକ ଅଭିଯୋଗ ଥିଲା। କିନ୍ତୁ ପୋଲିସ ମଧ୍ୟ ଚାପଗ୍ରସ୍ତ ହୋଇ ସେମାନଙ୍କୁ ତଦନ୍ତ ପରିସରକୁ ଆଣି ମଧ୍ୟ ପରବର୍ତ୍ତୀ ସମୟରେ ଛାଡ଼ିଦେଇଥିଲା। ତେଣୁ ତଦନ୍ତ ଠିକ୍ ବାଟରେ ହୋଇ ନ ଥିବା ପୁଞ୍ଜିଲାଲଙ୍କ ଓକିଲ ମିଶ୍ର କହିଥିଲେ। ସେପଟେ ମୃତ ସୌମ୍ୟଶେଖରଙ୍କ ବାପା ରବୀନ୍ଦ୍ର ସାହୁ କ୍ରାଇମ୍ବ୍ରାଞ୍ଚ ଠିକ୍ ଭାବରେ ଏହି ମାମଲାର ତଦନ୍ତ କରିଛି। ଆଗକୁ ଆମେ ନ୍ୟାୟ ପାଇବୁ ବୋଲି ଗଣମାଧ୍ୟମ ସମ୍ମୁଖରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ।
ସୂଚନାନୁସାରେ, ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ସେତେବେଳର କଲେଜ ଅଧ୍ୟକ୍ଷା ସଂଯୁକ୍ତ ସାହୁଙ୍କ ଘରକୁ ଏକ ପାର୍ସଲ ବୋମା ପଠାଇଥିଲେ। ରବୀନ୍ଦ୍ର ଓ ସଂଯୁକ୍ତାଙ୍କ ଏକମାତ୍ର ପୁଅ ସୋମ୍ୟଶେଖରଙ୍କ ବାହାଘର ୨୦୧୮ ଫେବୃଆରୀ ୧୭ରେ ହୋଇଥିଲା। ପୁଞ୍ଜିଲାଲ ବିବାହ ଉପହାର ଭାବେ କୋରିଅର ମାଧ୍ୟମରେ ଏହି ପାର୍ସଲ ଗିଫ୍ଟ ଦେଇଥିଲେ। ୨୩ ତାରିଖରେ ପାର୍ସଲ ଗିଫ୍ଟ ଖୋଲିବା ସମୟରେ ତାହା ବିସ୍ପୋରଣ ଘଟିଥିଲା । ଏଥିରେ ସୋମ୍ୟଶେଖର ଓ ତାଙ୍କ ଜେଜେମା ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ନବବିବାହିତା ସ୍ତ୍ରୀ ରୀମାରାଣି ସାହୁ ଗୁରୁତର ହୋଇ ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ପାଟଣାଗଡ଼ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ କ୍ରାଇମବ୍ରାଞ୍ଚ ଏଦିଗରେ ତଦନ୍ତ କରି ପୁଞ୍ଜିଲାଲଙ୍କୁ ମାମଲାର ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା। ସେହିଦିନଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜେଲରେ ବିଚାରାଧୀନ ଭାବରେ ରହିଆସୁଛନ୍ତି।
The post ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ଶେଷ: ୨୮ରେ ପ୍ରକାଶ ପାଇବ ରାୟ appeared first on Dharitri Odia News.