ବଜ୍ରାଘାତରେ ବଳଦର ମୃତ୍ୟୁ
କଳାହାଣ୍ଡି,୨୬/୦୫-ଆଜି ଅପରାହ୍ନରେ ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ଅଞ୍ଚଳରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ତୋଫାନ ହୋଇଥିବାବେଳେ ଏଥିରେ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଆଜି ଅପରାହ୍ନରେ ହୋଇଥିବା ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ିରେ ଲାଞ୍ଜି ପଂଚାୟତ ଦଣ୍ଡିଗୁଡା ଗାଁର ଗୁଲା ମାଝୀଙ୍କ ଗୋଟିଏ ବଳଦ ଚରିବାକୁ ଯାଇଥିବାବେଳେ ବଜ୍ରାଘାତରେ ପ୍ରାଣ ହରାଇଥିଲା। ଦୀର୍ଘ ସମୟ ଧରି ବଳଦ ନଫେରିବାରୁ ଗୁଲା ଆଖପାଖରେ ଖୋଜାଖୋଜି କଲାବେଳେ ନିକଟସ୍ଥ ଜଙ୍ଗଲରେ ବଳଦଟି […] The post ବଜ୍ରାଘାତରେ ବଳଦର ମୃତ୍ୟୁ appeared first on Odisha.News.

କଳାହାଣ୍ଡି,୨୬/୦୫-ଆଜି ଅପରାହ୍ନରେ ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ଅଞ୍ଚଳରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ତୋଫାନ ହୋଇଥିବାବେଳେ ଏଥିରେ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଆଜି ଅପରାହ୍ନରେ ହୋଇଥିବା ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ିରେ ଲାଞ୍ଜି ପଂଚାୟତ ଦଣ୍ଡିଗୁଡା ଗାଁର ଗୁଲା ମାଝୀଙ୍କ ଗୋଟିଏ ବଳଦ ଚରିବାକୁ ଯାଇଥିବାବେଳେ ବଜ୍ରାଘାତରେ ପ୍ରାଣ ହରାଇଥିଲା। ଦୀର୍ଘ ସମୟ ଧରି ବଳଦ ନଫେରିବାରୁ ଗୁଲା ଆଖପାଖରେ ଖୋଜାଖୋଜି କଲାବେଳେ ନିକଟସ୍ଥ ଜଙ୍ଗଲରେ ବଳଦଟି ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଆଗକୁ ଚାଷ ଋତୁ ଆସୁଥିବାବେଳେ ବଳଦଟି ବଜ୍ରାଘାତରେ ମରିଯିବାରୁ କୁଲିମଜୁରୀ ଓ ଚାଷକାମ କରୁଥିବା ଗୁଲା ମାଝୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବଳଦ ବିନା କେମିତି ଚାଷ କାମ କରିବେ ବୁଦ୍ଧିବାଟ ପାଉନାହାନ୍ତି। ଏଣୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଖବର ପାଇ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ଘଟଣାସ୍ଥଳ ପରିଦର୍ଶନ କରି ଗୁଲାଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡିଛି।
The post ବଜ୍ରାଘାତରେ ବଳଦର ମୃତ୍ୟୁ appeared first on Odisha.News.