ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ କାର୍ଗିଲ ବିଜୟ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଜି କାର୍ଗିଲ ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ସଂଗଠନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବିଜୟ ଉତ୍ସବ ସମାରୋହରେ କାର୍ଗିଲ୍ ଯୋଦ୍ଧା ଅବସରପ୍ରାପ୍ତ ସେନା କ୍ୟାପ୍‌ଟେନ୍ ବସୁଦେବ ମହାକୁର ମୁଖ୍ୟ ଅତିଥି , ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ବକ୍ତା ତଥା ଶିକ୍ଷାବିତ୍ ଭୂଷଣ କୁମାର ପାତ୍ର […] The post ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ କାର୍ଗିଲ ବିଜୟ ଦିବସ ପାଳିତ appeared first on Odisha.News.

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ କାର୍ଗିଲ ବିଜୟ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଜି କାର୍ଗିଲ ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ସଂଗଠନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବିଜୟ ଉତ୍ସବ ସମାରୋହରେ କାର୍ଗିଲ୍ ଯୋଦ୍ଧା ଅବସରପ୍ରାପ୍ତ ସେନା କ୍ୟାପ୍‌ଟେନ୍ ବସୁଦେବ ମହାକୁର ମୁଖ୍ୟ ଅତିଥି , ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ବକ୍ତା ତଥା ଶିକ୍ଷାବିତ୍ ଭୂଷଣ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କୁ ଉପଢୌକନ ଓ ଫୁଲତୋଡ଼ା ସହ ସଭାପତିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଦିନଟି ଭାରତ ଇତିହାସ ପାଇଁ ଏକ ସ୍ମରଣୀୟ ଦିବସ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ୧୯୯୯ ମସିହା ଜୁଲାଇ ୨୬ ତାରିଖ ସମଗ୍ର ଭାରତବର୍ଷରେ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରା ଯାଇଥିଲା । ପଡୋଶୀ ରାଷ୍ଟ୍ର ପାକିସ୍ଥାନ କାର୍ଗିଲ ସେକ୍ଟର ରେ ଭାରତ ଭିତରକୁ ଅନଧିକାର ପ୍ରବେଶ କରିବାରୁ ୧୯୯୯ ମଇ ମାସ ଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ଭାରତ ସହିତ ସଂଘର୍ଷ ଘଟିଥିଲା , ଯହିଁରେ ୫୨୭ ଜଣ ଭାରତୀୟ ଜବାନ ଶହୀଦ ହେବା ସହିତ ୧୩୬୫ ଜଣ ସୈନିକ ଆହତ ଓ କ୍ଷତାକ୍ତ ହୋଇଥିଲେ । ଏହି କଥା ସ୍ମରଣ କରି ନିଜର ଅନୁଭୂତି ବଖାଣିଥିଲେ କାରଗିଲ ଯୁଦ୍ଧl , ମୁଖ୍ୟ ଅତିଥି ଶ୍ରୀ ମହାକୁର । ଆଜିର ଏହି ସମାବେଶରେ ବରିଷ୍ଠ ସଦସ୍ୟ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ସ୍ବାଗତ କରିଥିବା ବେଳେ ଉପ ସଭାପତି ସୌମିତ୍ରି ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ । ଅନୁଷ୍ଠାନ ର ସଦସ୍ୟ ବାସୁଦେବ ପଣ୍ଡା , ଚମରା ମହାକୁର , ଭଗବାନ ମିଶ୍ର, ଦିଲ୍ଲିପ ମିଶ୍ର , ସୁରୁ ସାହୁ , ସନ୍ତୋଷ ଷଡ଼ଙ୍ଗୀ, ବଳରାମ କାଣ୍ଡ , ଅକ୍ଷୟ ମିଶ୍ର , ନାରାୟଣ ପ୍ରସାଦ ନାୟକ , ନିତ୍ୟାନନ୍ଦ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

The post ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ କାର୍ଗିଲ ବିଜୟ ଦିବସ ପାଳିତ appeared first on Odisha.News.