ବଜ୍ରାଘାତରେ ୭ ଗୋରୁ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ସୋଗର ଗ୍ରାମରେ ବଜ୍ରାପାତ ଘଟି ୭ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଗ୍ରାମର ଧୀରେନ୍ଦ୍ର କାଣ୍ଡି, ମାର୍କଣ୍ଡ ଦେହୁରୀ, ଜଟିଆ ଦେହୁରୀ ଓ ତ୍ରିଲୋଚନ ବାରିକଙ୍କ ଗୋରୁଗୁଡିକ ଗ୍ରାମ ପାଖ ପଡିଆରେ ଚରୁଥିବା ବେଳେ ବର୍ଷାପବନ ଘଡଘଡି ମାରିବାରୁ ଏକ ଗଛ ମୁଳେ ଆଶ୍ରୟ ନେଉଥିଲେ। ଏହ ସମୟରେ ବଜ୍ରାପାତ ଘଟିବାରୁ ଘଟଣାସ୍ଥଳରେ ସମସ୍ତ ୭ଟି ଯାକ ଗୋରୁଙ୍କ ମୃତ୍ୟୁ ହୋଇଛି। ତେବେ ଗୋରୁ ମୃତ୍ୟୁକୁ ନେଇ ଭାଙ୍ଗି ପଡିଛନ୍ତି ଗ୍ରାମର […]

ବଜ୍ରାଘାତରେ ୭ ଗୋରୁ ମୃତ
କାମାକ୍ଷାନଗର: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ସୋଗର ଗ୍ରାମରେ ବଜ୍ରାପାତ ଘଟି ୭ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଗ୍ରାମର ଧୀରେନ୍ଦ୍ର କାଣ୍ଡି, ମାର୍କଣ୍ଡ ଦେହୁରୀ, ଜଟିଆ ଦେହୁରୀ ଓ ତ୍ରିଲୋଚନ ବାରିକଙ୍କ ଗୋରୁଗୁଡିକ ଗ୍ରାମ ପାଖ ପଡିଆରେ ଚରୁଥିବା ବେଳେ ବର୍ଷାପବନ ଘଡଘଡି ମାରିବାରୁ ଏକ ଗଛ ମୁଳେ ଆଶ୍ରୟ ନେଉଥିଲେ। ଏହ ସମୟରେ ବଜ୍ରାପାତ ଘଟିବାରୁ ଘଟଣାସ୍ଥଳରେ ସମସ୍ତ ୭ଟି ଯାକ ଗୋରୁଙ୍କ ମୃତ୍ୟୁ ହୋଇଛି। ତେବେ ଗୋରୁ ମୃତ୍ୟୁକୁ ନେଇ ଭାଙ୍ଗି ପଡିଛନ୍ତି ଗ୍ରାମର ୪ ଗୋଟି ପରିବାର। ତୁରନ୍ତ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।