ବଟବୃକ୍ଷରୁ ଝରୁଛି କ୍ଷୀର: ପ୍ରଭୁଙ୍କ ଚମତ୍କାର ବୋଲି କହିଲେ ପୂଜକ, ପୂଜାର୍ଚ୍ଚନାରେ କମ୍ପୁଛି ପରିବେଶ…

ପୁରୀ: ବଟବୃକ୍ଷରୁ ଝରି ଚାଲିଛି କ୍ଷୀର। ଆଜି ବିଭିନ୍ନ ଶକ୍ତିପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ଏଭଳି ଅଲୌକିକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ନାନପୁର ଗ୍ରାମରେ । ଏହି ଘଟଣା ଆଖିକୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ । ଆଜି ହେଉଛି ମୂଳାଷ୍ଟମୀ । ବିଭିନ୍ନ ଶକ୍ତିପୀଠରେ ଚାଲିଛି ଷୋଡଶ ଉପଚାର ପୂଜା । ଆଜି ଭଳି ପବିତ୍ର ଦିନରେ […]

ବଟବୃକ୍ଷରୁ ଝରୁଛି କ୍ଷୀର: ପ୍ରଭୁଙ୍କ ଚମତ୍କାର ବୋଲି କହିଲେ ପୂଜକ, ପୂଜାର୍ଚ୍ଚନାରେ କମ୍ପୁଛି ପରିବେଶ…
tree

ପୁରୀ: ବଟବୃକ୍ଷରୁ ଝରି ଚାଲିଛି କ୍ଷୀର। ଆଜି ବିଭିନ୍ନ ଶକ୍ତିପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ଏଭଳି ଅଲୌକିକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ନାନପୁର ଗ୍ରାମରେ । ଏହି ଘଟଣା ଆଖିକୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ । ଆଜି ହେଉଛି ମୂଳାଷ୍ଟମୀ । ବିଭିନ୍ନ ଶକ୍ତିପୀଠରେ ଚାଲିଛି ଷୋଡଶ ଉପଚାର ପୂଜା । ଆଜି ଭଳି ପବିତ୍ର ଦିନରେ ନାନପୁର ଗ୍ରାମରେ ଥିବା ଅବଦୁତ ଗାଦିବ୍ରହ୍ମ ପୀଠରେ ପୂଜା ପାଉଥିବା ବଟବୃକ୍ଷରୁ କ୍ଷୀର ଝରିବା ସମସ୍ତଙ୍କୁ ଚକିତ କରିଛି । ଏ ଖବରଟି ଚାରିଆଡେ ପ୍ରଚାର ହେବା ପରେ ଏହା ସତ କି ମିଛ ତାହା ଦେଖିବା ପାଇଁ ବଟବୃକ୍ଷଗଛ ମୂଳେ ପହଞ୍ଚିଥିଲେ ଲୋକେ। ଆଉ ତୁରନ୍ତ ଆରମ୍ଭ କରିଦେଇଥିଲେ ପୂଜା ପାଠ। ଶଙ୍ଖ, ଘଣ୍ଟ ଓ ହୁଳହୁଳିରେ କମ୍ପୁଛି ସମଗ୍ର ପରିବେଶ। ଲୋକେ ମୁଣ୍ଡିଆ ମାରିବା ସହ ସେହି ଗଛରୁ ଝରୁଥିବା କ୍ଷୀରକୁ ପାଦୁକା ରୂପେ ପାଉଛନ୍ତି। ଆଉ ଏସବୁ ସେଇ ପ୍ରଭୁଙ୍କ ଆଶୀର୍ବାଦ ବୋଲି ସମସ୍ତେ କହୁଛନ୍ତି।

ଖବର ବ୍ୟାପିବା ପରେ ଏଠାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ଲୋକମାନେ ପୂଜାର୍ଚ୍ଚନା କରୁଛନ୍ତି। ସେଠାକାର ପୂଜକ କହୁଛନ୍ତି ସେ ଦୀର୍ଘ ୬୫ ବର୍ଷ ହେଲାଣି ଏମିତି ଦିବ୍ୟ ଅଲୌକିକ ଦୃଶ୍ୟ କେବେବି ଦେଖିନଥିଲେ । ଆଉ ଲୋକେ ବି କହୁଛନ୍ତି ଏହା ଚମତ୍କାର ।

ବିଶ୍ୱାସ ରହିଛି ମହାପୁରୁଷ ମାନଙ୍କ ବୈଷ୍ଣବ ଲୀଳା ପ୍ରଚାର ସମୟରେ ଅବଧୂତ ଗୋସ୍ୱାମୀ ନାମକ ଜଣେ ଉଚ୍ଚ କୋଟିର ସାଧୁ ଏହି ସ୍ଥାନରେ ତପସ୍ୟା କରିଥିଲେ ଆଉ ଏହି ବଟ ବୃକ୍ଷ ସେହି ସମୟରୁ ଏହି ସ୍ଥାନରେ ଥିବା ନେଇ ସୂଚନା ରହିଛି। ଏହି ଗ୍ରାମର ଜଣେ ମେଡିକାଲକୁ ଅସ୍ତ୍ରେପଚାର ପାଇଁ ଯିବା ପୂର୍ବରୁ ଅନ୍ୟ ଏକ ମହିଳାଙ୍କ ହାତରେ ଦ୍ୱୀପ ସହିତ ଭୋଗ ପଠାଇଥିଲେ, ଉକ୍ତ ମହିଳା ଜଣଙ୍କ ପୂଜାରୀଙ୍କୁ ଡାକି ଗାଦିବ୍ରହ୍ମଙ୍କୁ ସ୍ନାନ ମାର୍ଜନା କରିବା ପରେ ବଟବୃକ୍ଷରୁ କ୍ଷୀର ଝରିଥିଲା। ଯାହାକୁ ଦେଖିବା ପରେ ମନ୍ଦିରର ପୂଜକ ଚକିତ ହୋଇପଡିଥିଲେ। ଏହା ପ୍ରଭୁଙ୍କ ଚମତ୍କାର ବୋଲି ପୂଜକ କହିଥିଲେ।