ବଡ ଖମାର ମଠ ରୁ ଡୁଙ୍ଗୁରି କୁ ଯାଇଥିବା ମୁଖ୍ୟ ରାସ୍ତା ଉପର ବିଦ୍ୟୁତ ଖୁଣ୍ଟ କୁ ହଟାଇବାକୁ ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ମଠ ଠାରୁ ଡୁଙ୍ଗୁରି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହିଛି । ଉକ୍ତ ରାସ୍ତାଟି ପ୍ରଶସ୍ତିକରଣ କାମ ସରିଥିବା ବେଳେ ମଝିରେ ଥିବା ବିଦ୍ୟୁତ ଖୁଣ୍ଟ ନହଟାଇ ପିଚୁ କାମ ହୋଇଛି । ଏଭଳି ହୋଇଛି ଯେ , ଯେକୌଣସି ସମୟରେ ବାଇକ ଆରୋହୀ ମାନେ ଏହି ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇ ଦୁର୍ଘଟଣା […] The post ବଡ ଖମାର ମଠ ରୁ ଡୁଙ୍ଗୁରି କୁ ଯାଇଥିବା ମୁଖ୍ୟ ରାସ୍ତା ଉପର ବିଦ୍ୟୁତ ଖୁଣ୍ଟ କୁ ହଟାଇବାକୁ ଦାବି appeared first on Odisha.News.

ବଡ ଖମାର ମଠ ରୁ ଡୁଙ୍ଗୁରି କୁ ଯାଇଥିବା ମୁଖ୍ୟ ରାସ୍ତା ଉପର ବିଦ୍ୟୁତ ଖୁଣ୍ଟ କୁ ହଟାଇବାକୁ ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ମଠ ଠାରୁ ଡୁଙ୍ଗୁରି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହିଛି । ଉକ୍ତ ରାସ୍ତାଟି ପ୍ରଶସ୍ତିକରଣ କାମ ସରିଥିବା ବେଳେ ମଝିରେ ଥିବା ବିଦ୍ୟୁତ ଖୁଣ୍ଟ ନହଟାଇ ପିଚୁ କାମ ହୋଇଛି । ଏଭଳି ହୋଇଛି ଯେ , ଯେକୌଣସି ସମୟରେ ବାଇକ ଆରୋହୀ ମାନେ ଏହି ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇ ଦୁର୍ଘଟଣା ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଛି । ତୁରନ୍ତ ଏହି ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ଜନସାଧାରଣ ରେ ଦାବି ହେଉଛି।

The post ବଡ ଖମାର ମଠ ରୁ ଡୁଙ୍ଗୁରି କୁ ଯାଇଥିବା ମୁଖ୍ୟ ରାସ୍ତା ଉପର ବିଦ୍ୟୁତ ଖୁଣ୍ଟ କୁ ହଟାଇବାକୁ ଦାବି appeared first on Odisha.News.