ବିଧାନସଭା : ବିଦ୍ୟାଳୟ ସିନା ଏକ, ହେଲେ ଏଥର ପାଠଶାଳା ଅଲଗା

ଭୁବନେଶ୍ୱର : ଓଡ଼ିଶାରେ ଏବେ ନୂଆ ସରକାର । ବିଜେପି ସରକାର, ମୋହନ ସରକାର ବୋଲି କୁହାଯାଉଛି । ଅନେକ ନୂଆ ବିଧାୟକ ବି ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ତେଣୁ ନୂତନ ବିଧାୟକମାନେ ଗୃହର କାଇଦା କାନୁନ ଓ ମର୍ଯ୍ୟାଦା ବିଷୟରେ ଅବଗତ ହେବା ନିହାତି ଜରୁରୀ  । ତେବେ ସବୁଥର ଭଳି ଏଥର ମଧ୍ୟ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ହେଲେ ଏହାକୁ ନେଇ ତିନି ପ୍ରମୁଖ […] The post ବିଧାନସଭା : ବିଦ୍ୟାଳୟ ସିନା ଏକ, ହେଲେ ଏଥର ପାଠଶାଳା ଅଲଗା appeared first on KNews Odisha.

ବିଧାନସଭା : ବିଦ୍ୟାଳୟ ସିନା ଏକ, ହେଲେ ଏଥର ପାଠଶାଳା ଅଲଗା
assembly

ଭୁବନେଶ୍ୱର : ଓଡ଼ିଶାରେ ଏବେ ନୂଆ ସରକାର । ବିଜେପି ସରକାର, ମୋହନ ସରକାର ବୋଲି କୁହାଯାଉଛି । ଅନେକ ନୂଆ ବିଧାୟକ ବି ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ତେଣୁ ନୂତନ ବିଧାୟକମାନେ ଗୃହର କାଇଦା କାନୁନ ଓ ମର୍ଯ୍ୟାଦା ବିଷୟରେ ଅବଗତ ହେବା ନିହାତି ଜରୁରୀ  । ତେବେ ସବୁଥର ଭଳି ଏଥର ମଧ୍ୟ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା ।

ହେଲେ ଏହାକୁ ନେଇ ତିନି ପ୍ରମୁଖ ରାଜେନୖତିକ ଦଳ ଭିତରେ ହେଲା କଥା କଟାକଟି । କାରଣ ତ ସମସ୍ତେ ଜାଣନ୍ତି । ହେଲେ ଏଠି କଥା ହେଉଛି କି ମୁଖ୍ୟ ପ୍ରଶିକ୍ଷଣ ଶିବିରରେ କେବଳ ଶାସକ ବିଜେପି ଦଳର ବିଧାୟକମାନେ ଯୋଗ ଦେଲେ । ଆଉ ଏବେ ବିଜେଡି ତାର ନିଜସ୍ୱ ପ୍ରଶିକ୍ଷଣ ଶିବିର ଆୟୋଜନ କରୁଛି । ତାହା ହେବ ଶଙ୍ଖ ଭବନରେ ।

ଅନ୍ୟପଟେ କଂଗ୍ରେସ ଯଦିଓ ବିଧାନସଭା ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ନାହିଁ ତେବେ ତାର ବିଧାୟକମାନଙ୍କୁ ପାଠ ଶିଖାଇବ କି ନାହିଁ ତାହା ଏବେ ସ୍ପଷ୍ଟ ନୁହେଁ । ତାହାହେଲେ କଣ କଂଗ୍ରେସର ନୂଆ ବିଧାୟକମାନେ ବିନା ପ୍ରଶିକ୍ଷଣ ବା ବିନା ପାଠ ପଢ଼ାରେ ଗୃହରେ ବସିବେ ?

The post ବିଧାନସଭା : ବିଦ୍ୟାଳୟ ସିନା ଏକ, ହେଲେ ଏଥର ପାଠଶାଳା ଅଲଗା appeared first on KNews Odisha.