ବଡ ଦୁର୍ଘଟଣା, ଶ୍ରଦ୍ଧାଳୁଙ୍କ ବସ୍ରେ ନିଆଁ, ଜୀବନ୍ତ ଜଳିଗଲେ ୮ ଯାତ୍ରୀ
ଚଣ୍ଡିଗଡ଼,୧୮।୫: ଶୁକ୍ରବାର ବିଳମ୍ବିତ ରାତିରେ ହରିୟାଣାର ନୁହ ନିକଟ କେଏମପି ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭକ୍ତମାନଙ୍କ ଦ୍ୱାରା ଭର୍ତ୍ତି ଏକ ବସରେ କୌଣସି କାରଣରୁ ନିଆଁ ଲାଗିଯାଇ ୨୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୮ ଜଣ ଜୀବନ୍ତ ଜଳି ଯାଇିଛନ୍ତି। ଏଥି ସହିତ ୧୨ରୁ ଅଧିକ ଲୋକ ଗୁରୁତର ଭାବେ ଜଳିଯାଇଛନ୍ତି। କୁହାଯାଉଛି ଯେ ରାତି ପ୍ରାୟ ୧ଟା ୩୦ ସମୟରେ କୁଣ୍ଡଲି ମନେସର ପାଲୱାଲ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା […] The post ବଡ ଦୁର୍ଘଟଣା, ଶ୍ରଦ୍ଧାଳୁଙ୍କ ବସ୍ରେ ନିଆଁ, ଜୀବନ୍ତ ଜଳିଗଲେ ୮ ଯାତ୍ରୀ appeared first on Dharitri Odia News.
ଚଣ୍ଡିଗଡ଼,୧୮।୫: ଶୁକ୍ରବାର ବିଳମ୍ବିତ ରାତିରେ ହରିୟାଣାର ନୁହ ନିକଟ କେଏମପି ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭକ୍ତମାନଙ୍କ ଦ୍ୱାରା ଭର୍ତ୍ତି ଏକ ବସରେ କୌଣସି କାରଣରୁ ନିଆଁ ଲାଗିଯାଇ ୨୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୮ ଜଣ ଜୀବନ୍ତ ଜଳି ଯାଇିଛନ୍ତି। ଏଥି ସହିତ ୧୨ରୁ ଅଧିକ ଲୋକ ଗୁରୁତର ଭାବେ ଜଳିଯାଇଛନ୍ତି।
କୁହାଯାଉଛି ଯେ ରାତି ପ୍ରାୟ ୧ଟା ୩୦ ସମୟରେ କୁଣ୍ଡଲି ମନେସର ପାଲୱାଲ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି। ବସରେ ପ୍ରାୟ ୬୦ଜଣ ଲୋକ ଥିଲେ। ସମସ୍ତ ଭକ୍ତ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଯାଇ ବନାରସ ଏବଂ ବୃନ୍ଦାବନ ପରିଦର୍ଶନ କରିବା ପରେ ଫେରୁଥିଲେ। ଏହି ସମୟ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ନିଆଁ ବିଷୟରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଗାଡି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ନିଆଁକୁ ଆୟତ୍ତ କରିବା ବେଳକୁ ଅନେକ ଲୋକ ଜଳି ଯାଇଥିଲେ।
The post ବଡ ଦୁର୍ଘଟଣା, ଶ୍ରଦ୍ଧାଳୁଙ୍କ ବସ୍ରେ ନିଆଁ, ଜୀବନ୍ତ ଜଳିଗଲେ ୮ ଯାତ୍ରୀ appeared first on Dharitri Odia News.