ବଡ ପିଲାକୁ ବଞ୍ଚାଇବାକୁ ଯାଇ ବାପା ହାତରୁ ଖସିଗଲା କୋଳରେ ଥିବା ଶିଶୁ, ତାପରେ....

ଛତିଶଗଡ ୨୦/୦୩: ଛତିଶଗଡ ରାଜଧାନୀ ରାୟପୁରରେ ନଜର ଆସିଛି ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କ କରିଦେବ ଚକିତ । ଜଣେ ବାପାଙ୍କ ହାତରୁ ଖସି କୁନି ପିଲାଟିର ଯାଇଛି ଜୀବନ । ତିନିମହଲାରୁ ଖସି ଘଟଣାସ୍ଥଲରେ ପିଲାଟିର ହୋଇଛି ମୃତ୍ୟୁ । ମଲରେ ଏସ୍କେଲେଟର ଉପରକୁ ଚଢିବାବେଳେ ବାପାଙ୍କ ହାତରୁ ଖସିପଡିଥିଲା କୁନି ପିଲାଟି । ଘଟଣା ପରେ ମଲରେ କିଛି ସମୟ ପାଇଁ ପ୍ରକାଶ ପାଇଥିଲା ଉତ୍ତେଜନା । ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସୂଚନାଥାଉକି, ଏହି ଘଟଣା ରାୟପୁରର ଏକ ମଲରେ ଘଟିଥିଲା । ଗୋଟିଏ ପରିବାର ସପିଂ ପାଇଁ ଏଠାକୁ ଆସିଥିଲେ । ବାପା ମଲ୍‌ର ତୃତୀୟ ମହଲାକୁ ଚଢୁଥିଲେ ପିଲାକୁ କୋଳରେ ଧରି । ଏହି ସମୟରେ ସାଙ୍ଗରେ ଥିବା ବଡ ପିଲାଟି ଏଣେତେଣେ ହେଉଥିଲା । ଫଳରେ ବାପା ପିଲାଟିକୁ ଧରି ଏପଟକୁ ଟାଣିଆଣିଥିଲେ । ହେଲେ ଏହି ସମୟରେ ହାତରେ ଥିବା କୁନି ଶିଶୁଟି ଦୁର୍ଭାଗ୍ୟବଶତଃ ତଳକୁ ଖସିପଡିଥିଲା । ପିଲାଟି ତଳେ ପଡ଼ିବା ମାତ୍ରେ ପରିବାର ସଦସ୍ୟ ତୁରନ୍ତ ମଲରୁ ଓହ୍ଲାଇ ଆସିଥିଲେ । କାନ୍ଦିବା ସହ ପିଲାଟିକୁ ଉଠାଇ ନେଇ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ତେବେ ସେତେବେଲେକୁ ସରିଯାଇଥିଲା ସବୁକିଛି । ଡାକ୍ତରମାନେ ପରୀକ୍ଷା ପରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ମଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥି

ବଡ ପିଲାକୁ ବଞ୍ଚାଇବାକୁ ଯାଇ ବାପା ହାତରୁ ଖସିଗଲା କୋଳରେ ଥିବା ଶିଶୁ, ତାପରେ....

ଛତିଶଗଡ ୨୦/୦୩: ଛତିଶଗଡ ରାଜଧାନୀ ରାୟପୁରରେ ନଜର ଆସିଛି ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କ କରିଦେବ ଚକିତ । ଜଣେ ବାପାଙ୍କ ହାତରୁ ଖସି କୁନି ପିଲାଟିର ଯାଇଛି ଜୀବନ । ତିନିମହଲାରୁ ଖସି ଘଟଣାସ୍ଥଲରେ ପିଲାଟିର ହୋଇଛି ମୃତ୍ୟୁ । ମଲରେ ଏସ୍କେଲେଟର ଉପରକୁ ଚଢିବାବେଳେ ବାପାଙ୍କ ହାତରୁ ଖସିପଡିଥିଲା କୁନି ପିଲାଟି । ଘଟଣା ପରେ ମଲରେ କିଛି ସମୟ ପାଇଁ ପ୍ରକାଶ ପାଇଥିଲା ଉତ୍ତେଜନା । ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । 


ସୂଚନାଥାଉକି, ଏହି ଘଟଣା ରାୟପୁରର ଏକ ମଲରେ ଘଟିଥିଲା । ଗୋଟିଏ ପରିବାର ସପିଂ ପାଇଁ ଏଠାକୁ ଆସିଥିଲେ । ବାପା ମଲ୍‌ର ତୃତୀୟ ମହଲାକୁ ଚଢୁଥିଲେ ପିଲାକୁ କୋଳରେ ଧରି । ଏହି ସମୟରେ ସାଙ୍ଗରେ ଥିବା ବଡ ପିଲାଟି ଏଣେତେଣେ ହେଉଥିଲା । ଫଳରେ ବାପା ପିଲାଟିକୁ ଧରି ଏପଟକୁ ଟାଣିଆଣିଥିଲେ । ହେଲେ ଏହି ସମୟରେ ହାତରେ ଥିବା କୁନି ଶିଶୁଟି ଦୁର୍ଭାଗ୍ୟବଶତଃ ତଳକୁ ଖସିପଡିଥିଲା । 


ପିଲାଟି ତଳେ ପଡ଼ିବା ମାତ୍ରେ ପରିବାର ସଦସ୍ୟ ତୁରନ୍ତ ମଲରୁ ଓହ୍ଲାଇ ଆସିଥିଲେ । କାନ୍ଦିବା ସହ ପିଲାଟିକୁ ଉଠାଇ ନେଇ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ତେବେ ସେତେବେଲେକୁ ସରିଯାଇଥିଲା ସବୁକିଛି । ଡାକ୍ତରମାନେ ପରୀକ୍ଷା ପରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । 


ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ମଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ପିଲାଟି ତଳେ ପଡ଼ିଯିବା ଘଟଣା ସମଗ୍ର ମଲରେ ଉତ୍ତେଜନା ସୃଷ୍ଟି କରିଥିଲା । ସମଗ୍ର ଘଟଣା ମଲରେ ଥିବା  ସିସିଟିଭିରେ କଏଦ ହୋଇଛି । ଏମିତିକି ମଲରେ ଉପସ୍ଥିତ ଲୋକମାନେ ଏହି ଦୁଃଖଦ ଦୁର୍ଘଟଣା ଦେଖିବା ପରେ ତାଙ୍କ ହୃଦୟ ବି କମ୍ପଥିଲା । ମଙ୍ଗଳବାର ରାତିରେ ଘଟିଛି ଏହି ଘଟଣା । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।