ବଡ ସହରରେ ପହଞ୍ଚିବ ଗାଁ ଫସଲ

ଭୁବନେଶ୍ଵର: ଓଡିଶାରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଆସିଛି। ଉତ୍ପାଦନ ବଢିଛି। କିନ୍ତୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ରୋଜଗାର ବୃଦ୍ଧି ହେଉନାହିଁ। ସହର ଏବଂ ଗ୍ରାମାଞ୍ଚଳର ଚାଷୀଙ୍କ ରୋଜଗାରରେ ବଡ ପାର୍ଥକ୍ୟ ରହୁଛି। ସର୍ବାଧିକ ସଂଖ୍ୟାରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ନିଜ ରୋଜଗାର ବୃଦ୍ଧି ପାଇଁ ଆଧୁନିକ କୃଷି ପ୍ରଣାଳୀ ବ୍ୟବହାର କରିବା ପାଇଁ ଅସମର୍ଥ। ସରକାର ଏଥିରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଚାଷ କାର୍ଯ୍ୟ ଆରମ୍ଭ ଠାରୁ ନେଇ ସେମାନଙ୍କ ଉତ୍ପାଦ […]

ବଡ ସହରରେ ପହଞ୍ଚିବ ଗାଁ ଫସଲ

ଭୁବନେଶ୍ଵର: ଓଡିଶାରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଆସିଛି। ଉତ୍ପାଦନ ବଢିଛି। କିନ୍ତୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ରୋଜଗାର ବୃଦ୍ଧି ହେଉନାହିଁ। ସହର ଏବଂ ଗ୍ରାମାଞ୍ଚଳର ଚାଷୀଙ୍କ ରୋଜଗାରରେ ବଡ ପାର୍ଥକ୍ୟ ରହୁଛି। ସର୍ବାଧିକ ସଂଖ୍ୟାରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ନିଜ ରୋଜଗାର ବୃଦ୍ଧି ପାଇଁ ଆଧୁନିକ କୃଷି ପ୍ରଣାଳୀ ବ୍ୟବହାର କରିବା ପାଇଁ ଅସମର୍ଥ। ସରକାର ଏଥିରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଚାଷ କାର୍ଯ୍ୟ ଆରମ୍ଭ ଠାରୁ ନେଇ ସେମାନଙ୍କ ଉତ୍ପାଦ ଦେଶ ବିଦେଶର ବଜାରରେ ପହଞ୍ଚିବ। ସେଥିପାଇଁ ସମବାୟ ବିଭାଗ ପକ୍ଷରୁ ରାଜ୍ୟ କୃଷି ବିପଣନ ନୀତି ଆଣିବାକୁ ଯାଉଛି। ବିଭାଗ ପକ୍ଷର ପ୍ରସ୍ତୁତ ଚିଠା ନୀତି ଅନୁସାରେ କୃଷି ଓ କୃଷକଙ୍କ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରଖାଯିବ। ଜାତୀୟ ନୀତି ଅନୁସାରେ ରାଜ୍ୟ ନୀତି କାର୍ଯ୍ୟକାରୀ ହେବ। ଚାଷୀ ମାନଙ୍କ ଉତ୍ପାଦ ବିକ୍ରି ପାଇଁ ସ୍ଥାନୀୟ ହାଟ ଠାରୁ ଆରମ୍ଭ କରି ସହରାଞ୍ଚଳ ବଜାର, ହୋଲସେଲ ବଜାର , ସପିଂ ମଲ ସହ ସଂଯୋଗ ସ୍ଥାପନ କରାଯିବ। ସେହିପରି ରାଜ୍ୟ ସରକାରଙ୍କ ଓସାମ୍ ବୋର୍ଡ ସ୍ଵାରା ପରିଚାଳିତ ୫୩୫ଟି ନିୟନ୍ତ୍ରିତ ବଜାର ଏବଂ ୪୩ଟି କୃଷକ ବଜାର ଗୁଡିକୁ ମଧ୍ୟ ଉପଯୋକ କରାଯିବ। ଏଥିସହ ଇ କମର୍ସ ଦ୍ଵାରା ଚାଷୀଙ୍କ ଉତ୍ପାଦ ବିକ୍ରି ପାଇଁ ପଦକ୍ଷେପ ନିଆଯିବ। ଚାହିଦା ଓ ଅଧିକ ମୂଲ୍ୟ ମିଳୁଥିବା ସ୍ଥାନରେ କୃଷି ଉତ୍ପାଦନ ପହଞ୍ଚିବ।