ବାଘ ଭୟରେ ଆତଙ୍କିତ ଗ୍ରାମବାସୀ, କ୍ୟାମେରା ଲଗାଇ ମନିଟରିଂ କରୁଛି ବନ ବିଭାଗ
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ନରସିଂହଗଡ଼ ଗ୍ରାମରେ ବାଘ ଆତଙ୍କ । ବାଘ ଭୟରେ ଆତଙ୍କିତ ଗ୍ରାମବାସୀ। ଦିଗପହଣ୍ଡି ରେଞ୍ଜ୍ ନରସିଂହଗଡ଼ ଗାଁ ପାଖରେ ବାଘର ପାଦ ଚିହ୍ନ ସନ୍ଦେହ ପରେ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଆତଙ୍କ । ତେବେ ଲୋକେ ଖବର ପାଇ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଏବଂ ବ୍ରହ୍ମପୁର ଏସଇଏଫ୍ ଗାଁରେ ପହଞ୍ଚିଛନ୍ତି। ସୁରକ୍ଷା ଦୃଷ୍ଟିରୁ କ୍ୟାମେରା ଲଗାଯାଇ ମନିଟରିଂ କରାଯାଉଛି। ତାହା ପ୍ରକୃତରେ ବାଘର ପଦ ଚିହ୍ନ କିମ୍ବା ନୁହେଁ ତାହା ଜାଣିବାକୁ ପ୍ରୟାସ କରୁଛି ବନ ବିଭାଗ।