ବଡକୁଟୃ ଛକ ନିକଟରୁ ବାଇକ୍ ସହ ୨୫.୫୦୦ କି.ଗ୍ରା ଗଞ୍ଜେଇ ଜବତ ଜଣେ ଗିରଫ।
କୋକସରା:୩୦/୦୪ ମଙ୍ଗଳବାର ଭୋର ସମୟରେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ବଡକୁଟୃ ଛକ ନିକଟରୁ ଏକ ବାଇକ୍ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ଜନୈକ ଯୁବକକୁ ଅବକାରୀ ବିଭାଗ କର୍ମଚାରୀ ଗିରଫ କରିଥିଲେ। ସୂଚନା ଅନୁସାରେ ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ହେମକାନ୍ତ ସୁନାଙ୍କ ନେତୃତ୍ବରେ ଧର୍ମଗଡ ଓଆଇସି ପ୍ରତୀମା ବେହେରା, ଜୁନାଗଡ଼ ଓଆଇସି ଲକ୍ଷ୍ମୀ ପ୍ରିୟା ମଲ୍ଲିକ, ଜୟପାଟଣା ଓଆଇସି ନରେନ୍ଦ୍ର ମିଞ୍ଜ ପ୍ରମୁଖଙ୍କ ସମେତ ବିଭାଗୀୟ କର୍ମଚାରୀ ବଡକୁଟୃ ଛକ ନିକଟରେ ଡେରା ପକାଇଥିଲେ। କୌଣସି […] The post ବଡକୁଟୃ ଛକ ନିକଟରୁ ବାଇକ୍ ସହ ୨୫.୫୦୦ କି.ଗ୍ରା ଗଞ୍ଜେଇ ଜବତ ଜଣେ ଗିରଫ। appeared first on Odisha.News.
କୋକସରା:୩୦/୦୪
ମଙ୍ଗଳବାର ଭୋର ସମୟରେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ବଡକୁଟୃ ଛକ ନିକଟରୁ ଏକ ବାଇକ୍ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ଜନୈକ ଯୁବକକୁ ଅବକାରୀ ବିଭାଗ କର୍ମଚାରୀ ଗିରଫ କରିଥିଲେ।
ସୂଚନା ଅନୁସାରେ ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ହେମକାନ୍ତ ସୁନାଙ୍କ ନେତୃତ୍ବରେ ଧର୍ମଗଡ ଓଆଇସି ପ୍ରତୀମା ବେହେରା, ଜୁନାଗଡ଼ ଓଆଇସି ଲକ୍ଷ୍ମୀ ପ୍ରିୟା ମଲ୍ଲିକ, ଜୟପାଟଣା ଓଆଇସି ନରେନ୍ଦ୍ର ମିଞ୍ଜ ପ୍ରମୁଖଙ୍କ ସମେତ ବିଭାଗୀୟ କର୍ମଚାରୀ ବଡକୁଟୃ ଛକ ନିକଟରେ ଡେରା ପକାଇଥିଲେ। କୌଣସି ସୂତ୍ରରୁ ସେମାନେ ଜାଣିଥିଲେ ଯେ, ଏକ ବାଇକ୍ ଯୋଗେ କିଛି ଗଞ୍ଜେଇ ଚାଲାଣ କରାଯାଉଛି। ଏହି ସମୟରେ କଲମପୁର ଥାନା ଅଧିନସ୍ଥ ଡୁମେରମୁଣ୍ଡା ଗ୍ରାମର ଶଙ୍କର ନାଏକ ନାମକ ଜନୈକ ଯୁବକ ଏକ ହିରୋ ପେସନ ପ୍ରୋ ବାଇକ୍ ଯୋଗେ ଆସୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ତାକୁ ଅଟକାଇ ଖାନତଲାସୀ କରିଥିଲେ। ବାଇକ୍ ରେ ଥିବା ୨୫.୫୦୦ କି ଗ୍ରା ଗଞ୍ଜେଇ ସହ ବାଇକକୁ ଜବତ କରିଥିଲେ। ଏହାସହ ଯୁବକ ଶଙ୍କର କୁ ଧର୍ମଗଡ଼ ଅବକାରୀ ଥାନାକୁ ନେଇ ଘଠଣାର ଅଧିକ ତଦନ୍ତ କରିଥିଲେ। ଧର୍ମଗଡ଼ ଅବକାରୀ ଥାନା କେସ ନଂ ୧୫/୨୦୨୫/୨୫ରେ ମାମଲା ରୁଜୁ କରି ଶଙ୍କର କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବା ପରେ ଶଙ୍କର କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
The post ବଡକୁଟୃ ଛକ ନିକଟରୁ ବାଇକ୍ ସହ ୨୫.୫୦୦ କି.ଗ୍ରା ଗଞ୍ଜେଇ ଜବତ ଜଣେ ଗିରଫ। appeared first on Odisha.News.