ବଡପୁଅ ଘର ଉପରକୁ ବୋମା ମାଡ଼, ବାଜିଲା ସାନପୁଅ ମୁଣ୍ଡରେ..ତା’ପରେ..

ଖୋର୍ଦ୍ଧା ବାଲୁଗାଁରେ ସମ୍ପତ୍ତି ବିବାଦକୁ ନେଇ ବୋମା ମାଡ଼ ହୋଇଥିବା ଜଣାପଡିଛି। ବାପା ଓ ସାନପୁଅ ବଡ଼ ପୁଅକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଘର ଉପରକୁ ବୋମା ମାଡ଼ କରିଥିଲେ। କିନ୍ତୁ ବୋମାଟି ଛିଟିକି ଆସି ସାନପୁଅ ଦେହରେ ବାଜିଥିଲା।

ବଡପୁଅ ଘର ଉପରକୁ ବୋମା ମାଡ଼, ବାଜିଲା ସାନପୁଅ ମୁଣ୍ଡରେ..ତା’ପରେ..

ବାପାର ବୋମା ମାଡ଼ରେ ସାନପୁଅ ମୃତ। ବଡପୁଅ, ବାପା ଅଟକ। ଖୋର୍ଦ୍ଧା ବାଲୁଗାଁରେ ସମ୍ପତ୍ତି ବିବାଦକୁ ନେଇ ବୋମା ମାଡ଼ ହୋଇଥିବା ଜଣାପଡିଛି। ବାପା ଓ ସାନପୁଅ ବଡ଼ ପୁଅକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଘର ଉପରକୁ ବୋମା ମାଡ଼ କରିଥିଲେ। କିନ୍ତୁ ବୋମାଟି ଛିଟିକି ଆସି ସାନପୁଅ ଦେହରେ ବାଜିଥିଲା। ଘଟଣା ସ୍ଥଳରେ ହିଁ ସାନପୁଅ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା। ବଡ଼ପୁଅ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ମାମଲାରେ ବାପା ଶଠ ରାଉତରାୟ ଓ ବଡ଼ ପୁଅକୁ ପୋଲିସ ଅଟକ ରଖିଛି । ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି।

ସୂଚନା ମୁତାବକ ଜମିବାଡ଼ିକୁ ନେଇ ସୁବାଷ ସହ ତାଙ୍କ ବାପାଙ୍କର ବିବାଦ ଲାଗି ରହିଥିଲା। ଆଜି ବାପା ଶଠ ଓ ତାଙ୍କ ସାନ ପୁଅ ଦିବ୍ୟସିଂହ ବଡ଼ ପୁଅକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ବଡ଼ ପୁଅ ଘର ଉପରକୁ ବୋମାମାଡ଼ କରିଥିଲେ। କିନ୍ତୁ ବୋମାଟି ଘର ଗ୍ରୀଲ ଉପରେ ବାଜି ଛିଟିକି ଆସି ସାନପୁଅ ଦେହରେ ବାଜିଥିଲା। ଘଟଣା ସ୍ଥଳରେ ହିଁ ସାନପୁଅ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା। ବୋମାମାଡ଼ରେ ବଡ଼ପୁଅ ସାମାନ୍ୟ ଆହତ ହୋଇଛନ୍ତି। ବାପ ପୁଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରୁ ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ଜମିବାଡ଼ି ବିବାଦକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ପୋଲିସ ବାପା ଓ ବଡ଼ ପୁଅକୁ ଅଟକ ରଖି ପଚରାଉଚରା କରୁଛି। ପୋଲିସର କହିବାନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ତଦନ୍ତ ଚାଲିଛି। ବହୁଦିନ ଧରି ଜମିବାଡ଼ି ନେଇ ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା।