ବଡପୋଖରୀଆରେ ଖଣି ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ

ଖୋର୍ଦ୍ଧା : ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଛି ବେଧଡକ ବେଆଇନ ଖଣି ଖନନ । ପ୍ରଶାସନ ଦୃଷ୍ଟି ଆଢୁଆଳରେ ଖଣି ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟୁଛନ୍ତି । ପ୍ରଶାସନ ଓ ଖଣି ବିଭାଗ ପକ୍ଷରୁ ଚଢଉ ହେଲେ କେତେବେଳେ ଅପରାଧି ଖସି ଯାଉଛନ୍ତି ତ ଆଉକେତେବେଳେ ମାଫିଆଙ୍କ ଆକ୍ରମଣର ଶିକାର ଖଣି ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ହେଉଛନ୍ତି । ଏହି କ୍ରମରେ ଗୁରୁବାର ଅପରାହ୍ନ ସମୟରେ ଟାଙ୍ଗୀ ତହସିଲ ଅନ୍ତର୍ଗତ ବଡପୋଖରୀଆ ଅଞ୍ଚଳକୁ […]

ବଡପୋଖରୀଆରେ ଖଣି ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ
Mafia attacks on mining officials

ଖୋର୍ଦ୍ଧା : ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଛି ବେଧଡକ ବେଆଇନ ଖଣି ଖନନ । ପ୍ରଶାସନ ଦୃଷ୍ଟି ଆଢୁଆଳରେ ଖଣି ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟୁଛନ୍ତି । ପ୍ରଶାସନ ଓ ଖଣି ବିଭାଗ ପକ୍ଷରୁ ଚଢଉ ହେଲେ କେତେବେଳେ ଅପରାଧି ଖସି ଯାଉଛନ୍ତି ତ ଆଉକେତେବେଳେ ମାଫିଆଙ୍କ ଆକ୍ରମଣର ଶିକାର ଖଣି ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ହେଉଛନ୍ତି ।

ଏହି କ୍ରମରେ ଗୁରୁବାର ଅପରାହ୍ନ ସମୟରେ ଟାଙ୍ଗୀ ତହସିଲ ଅନ୍ତର୍ଗତ ବଡପୋଖରୀଆ ଅଞ୍ଚଳକୁ ସର୍ଭେ କରିବା ନିମନ୍ତେ ଖଣି ଅଧିକାରୀ ଜଗନ ବେହେରା, ଏସିଏଫ ସୁଶାନ୍ତ ବନ୍ଧ, ପରିବେଶ ବିଜ୍ଞାନୀ ସ୍ମୃତିରଞ୍ଜନ ପ୍ରଧାନ, ଭୂତତ୍ୱ ବିଜ୍ଞାନୀ ସୁଶାନ୍ତ ବେହେରା, ରେଭିନ୍ୟୁ ସୁପରଭାଇଜର ଟୁଟୁ ସ୍ୱାଇଁ, ସର୍ଭେୟର ମାନସ ମହନ୍ତ ପ୍ରମୁଖ ଯାଇଥିଲେ । ଅପରାହ୍ନ ପ୍ରାୟ ୩ଟା ସମୟରେ ଖଣିରେ ଚଢାଉ କରିବାକୁ ଆସିଥିବା ସନ୍ଦେହରେ ୨୦ରୁ ଉର୍ଦ୍ଧ୍ବ ମାଫିଆ ସଂଘବଦ୍ଧ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଖଣି ଅଧିକାରୀ ଶ୍ରୀ ବେହେରା, ଏସିଏଫ ଶ୍ରୀ ବନ୍ଧ ଆହତ ହୋଇଥିବାବେଳେ ୨ଜଣଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଖଣି ଅଧିକାରୀ ଓ ଏସିଏଫଙ୍କ ଗାଡିକୁ ଭାଙ୍ଗି ନଷ୍ଟ କରିଛନ୍ତି । ଘଟଣାସ୍ଥଳରୁ ଅଧିକାରୀମାନେ ଆସି ନଥିବାବେଳେ ରିପୋର୍ଟ ଲେଖାହେବା ଯାଏଁ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି ।