ବଡ଼ ଅଡ଼ୁଆରେ ଆତୀଶି, ନୋଟିସ୍ ଜାରି କଲେ ନିର୍ବାଚନ କମିଶନର
ନୂଆଦିଲ୍ଲୀ,୫।୪: ବଡ଼ ଅଡୁଆରେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତୀଶି। ଭାଜପା ତାଙ୍କୁ ଦଳରେ ମିଶିବାକୁ ଅଫର କରିଥିବା ବୟାନ ଦେଇ ଫଶିଛନ୍ତି ଆତୀଶି। ତାଙ୍କର ଏହି ବୟାନକୁ ନେଇ ଏବେ ନିର୍ବାଚନ କମିଶନର ତାଙ୍କୁ ନୋଟିସ ଜାରି କରିଛନ୍ତି। ଭାଜପାର ଅଭିଯୋଗ ପରେ ଏହି ନୋଟିସ ତାଙ୍କୁ ଜାରି କରାଯାଇଛି। ନିର୍ବାଚନ କମିଶନରଙ୍କ ମୁତାବକ, ଏପ୍ରିଲ ୪ରେ ଆତୀଶିଙ୍କ ବିରୋଧରେ ଭାଜପା ଅଭିଯୋଗ କରିଛି। ସେ ଭାଜପା ବିରୋଧରେ ମିଥ୍ୟା […] The post ବଡ଼ ଅଡ଼ୁଆରେ ଆତୀଶି, ନୋଟିସ୍ ଜାରି କଲେ ନିର୍ବାଚନ କମିଶନର appeared first on Dharitri Odia News.
ନୂଆଦିଲ୍ଲୀ,୫।୪: ବଡ଼ ଅଡୁଆରେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତୀଶି। ଭାଜପା ତାଙ୍କୁ ଦଳରେ ମିଶିବାକୁ ଅଫର କରିଥିବା ବୟାନ ଦେଇ ଫଶିଛନ୍ତି ଆତୀଶି। ତାଙ୍କର ଏହି ବୟାନକୁ ନେଇ ଏବେ ନିର୍ବାଚନ କମିଶନର ତାଙ୍କୁ ନୋଟିସ ଜାରି କରିଛନ୍ତି। ଭାଜପାର ଅଭିଯୋଗ ପରେ ଏହି ନୋଟିସ ତାଙ୍କୁ ଜାରି କରାଯାଇଛି।
ନିର୍ବାଚନ କମିଶନରଙ୍କ ମୁତାବକ, ଏପ୍ରିଲ ୪ରେ ଆତୀଶିଙ୍କ ବିରୋଧରେ ଭାଜପା ଅଭିଯୋଗ କରିଛି। ସେ ଭାଜପା ବିରୋଧରେ ମିଥ୍ୟା ବୟାନ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆତୀଶିଙ୍କୁ ନୋଟିସ ଜାରି କରାଯାଇଛି। ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ଲିଖିତ ରୂପେ ଏହାର ଜବାବ ଦେବାକୁ ନିର୍ବାଚନ କମିଶନର ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
The post ବଡ଼ ଅଡ଼ୁଆରେ ଆତୀଶି, ନୋଟିସ୍ ଜାରି କଲେ ନିର୍ବାଚନ କମିଶନର appeared first on Dharitri Odia News.