ସାଙ୍ଗଙ୍କ ବଡ଼ଭାଇ କରିଥିଲେ ବଳାତ୍କାର, ମିଳିଲା ୨୦ ବର୍ଷ ଜେଲ ଦଣ୍ଡ
ଫୁଲବାଣୀ,୧୭।୭(ରାକେଶ ରାଉତ): ଏକ ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହା ଅନାଦାୟ ଅଧିକ ୧୩ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଟିକାବାଲି ଥାନା ଅଞ୍ଚଳର ବନମାଳୀ ପ୍ରଧାନ (୨୭)। ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକା ପାଠ […] The post ସାଙ୍ଗଙ୍କ ବଡ଼ଭାଇ କରିଥିଲେ ବଳାତ୍କାର, ମିଳିଲା ୨୦ ବର୍ଷ ଜେଲ ଦଣ୍ଡ appeared first on Dharitri Odia News.
ଫୁଲବାଣୀ,୧୭।୭(ରାକେଶ ରାଉତ): ଏକ ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହା ଅନାଦାୟ ଅଧିକ ୧୩ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଟିକାବାଲି ଥାନା ଅଞ୍ଚଳର ବନମାଳୀ ପ୍ରଧାନ (୨୭)।
ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକା ପାଠ ପଢ଼ିବା ପାଇଁ ଜଣେ ନାବାଳିକା ସାଙ୍ଗ ଘରକୁ ଯାଉଥିଲେ। ଦୀର୍ଘ ଦିନ ହେଲା ଯାଉଥିବାରୁ ଏହାର ସୁଯୋଗ ନେଇ ସାଙ୍ଗଙ୍କ ବଡ଼ଭାଇ ବନମାଳୀ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଏହା ପରେ ବିଭିନ୍ନ ସମୟରେ ତାଙ୍କୁ ବଳାତ୍କାର କରୁଥିଲେ। ଏ ନେଇ କାହାରିକୁ କହିଲେ ଜୀବନରେ ମାରିଦେବାକୁ ଅଭିଯୁକ୍ତ ଧମକ ଦେଉଥିଲେ। ଏଥିରେ ଅଥୟ ହୋଇ ପୀଡ଼ିତା ଜଣକ ସାଙ୍ଗ ଘରକୁ ନ ଯିବାରୁ ବନମାଳୀ ଆସିବା ପାଇଁ ବାଧ୍ୟ କରୁଥିଲେ। କିନ୍ତୁ ପୀଡ଼ିତା ଭୟରେ ଘରେ କିଛି କହୁ ନ ଥିଲେ। ଅନେକ ସମୟରେ ପୀଡ଼ିତାଙ୍କ ଦେହ ଅସୁସ୍ଥ ରହୁଥିଲା। ଏନେଇ ପରିବାର ଲୋକେ ବହୁ ଚିନ୍ତାରେ ରହୁଥିଲେ। ଦିନେ ପୀଡ଼ିତା ତାଙ୍କ ବଡ଼ ଭଉଣୀଙ୍କ ସହିତ ଗାଁ ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ବଡ଼ ଭଉଣୀ ସାନଭଉଣୀ ଶରୀରରେ କିଛି ପରିବର୍ତ୍ତନ ଦେଖି ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ। ଏହି ସମୟରେ ପୀଡ଼ିତା ଘଟଣା ସମ୍ପର୍କରେ ବଡ଼ ଭଉଣୀଙ୍କୁ କହିଥିଲେ। ବଡ଼ ଭଉଣୀଠାରୁ ପରିବାର ଲୋକେ ଶୁଣି ୨୦୨୨ ନଭେମ୍ବର ୧୯ରେ ଟିକାବାଲି ଥାନାରେ ଏତଲା ଦେଇଥିଲେ। ପୋଲିସ ୮୭ା୨୨ରେ ଏକ ମାମଲା ରୁଜୁ କରି ବନମାଳୀଙ୍କୁ କୋର୍ଟ ଚାଲାଣ କରିଥିଲା।ଉପଯୁକ୍ତ ୧୪ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡିତାଙ୍କୁ ୬ ଲକ୍ଷ କ୍ଷତିପୂରଣ ଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପି.ପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।
The post ସାଙ୍ଗଙ୍କ ବଡ଼ଭାଇ କରିଥିଲେ ବଳାତ୍କାର, ମିଳିଲା ୨୦ ବର୍ଷ ଜେଲ ଦଣ୍ଡ appeared first on Dharitri Odia News.