ବଡ଼ ଠାକୁରଙ୍କ ପହଣ୍ଡିବେଳେ ଅଘଟଣ,ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନାଁରେ ଏତଲା

ଭୁବନେଶ୍ୱର : ବଡ଼ ଠାକୁରଙ୍କ ଆଡ଼ପ ପହଣ୍ଡି ବେଳେ ଅଘଟଣ । ଗଭୀର ମର୍ମାହତ ହୋଇଛନ୍ତି ଜଗନ୍ନାଥ ପ୍ରେମୀ । ଏହି ଘଟଣା ପାଇଁ ଖାଲି ସେବକ ନା ମନ୍ଦିର ପ୍ରଶାସନ ବି ଦାୟୀ ? ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟରେ କାହିଁକି ଉପସ୍ଥିତ ନଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ? ସେବାୟତଙ୍କ ସହ ମନ୍ଦିର ପ୍ରଶାସନର ଅଧିକାରୀମାନେ ସମନ୍ୱୟ ରକ୍ଷା କରିଥିଲେ କି ନାହିଁ ? ରଥ ଉପରକୁ ଅନଧିକୃତ ଓ ଅନାବଶ୍ୟକ ସେବାୟତଙ୍କୁ ଚଢ଼ିବାକୁ […]

ବଡ଼ ଠାକୁରଙ୍କ ପହଣ୍ଡିବେଳେ ଅଘଟଣ,ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନାଁରେ ଏତଲା
ବଡ଼ ଠାକୁରଙ୍କ ପହଣ୍ଡିବେଳେ ଅଘଟଣ,ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନାଁରେ ଏତଲା

ଭୁବନେଶ୍ୱର : ବଡ଼ ଠାକୁରଙ୍କ ଆଡ଼ପ ପହଣ୍ଡି ବେଳେ ଅଘଟଣ । ଗଭୀର ମର୍ମାହତ ହୋଇଛନ୍ତି ଜଗନ୍ନାଥ ପ୍ରେମୀ । ଏହି ଘଟଣା ପାଇଁ ଖାଲି ସେବକ ନା ମନ୍ଦିର ପ୍ରଶାସନ ବି ଦାୟୀ ? ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟରେ କାହିଁକି ଉପସ୍ଥିତ ନଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ? ସେବାୟତଙ୍କ ସହ ମନ୍ଦିର ପ୍ରଶାସନର ଅଧିକାରୀମାନେ ସମନ୍ୱୟ ରକ୍ଷା କରିଥିଲେ କି ନାହିଁ ? ରଥ ଉପରକୁ ଅନଧିକୃତ ଓ ଅନାବଶ୍ୟକ ସେବାୟତଙ୍କୁ ଚଢ଼ିବାକୁ କାହିଁକି ବାରଣ କରାଯାଇ ନଥିଲା ? ଚାରମାଳ ଓ ପାଟଡୋର ଠିକ୍ ରେ ବନ୍ଧା ଯାଇଛି କ ନାହିଁ ତାର ଯାଞ୍ଚ ସହ ନିରୀକ୍ଷଣ କାହିଁକି ହୋଇନଥିଲା ? ଏଥିପାଇଁ କିଏ ସେବାୟତଙ୍କୁ ଦାୟୀ କରୁଛି ତ କିଏ ମନ୍ଦିର ପ୍ରଶାସନ ଉପରେ ଦୋଷାରୋପ କରୁଛି । ଏହାରି ଭିତରେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ନାମରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏତଲା ଦିଆଯାଇଛି । ଏହାସହ ବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାରେ ଓକିଲ ସଂଘ ଉଦବେଗ ପ୍ରକାଶ କରିଛି । ଏହାସହ ଓକିଲ ସଂଘ ତରଫରୁ ମୁଖ୍ୟ ପ୍ରଶାସକଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି । ଓକିଲ ସଂଘ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି, ମୁଖ୍ୟ ପ୍ରଶାସକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।