ବଡ଼ ହୋଇ ହିରୋ ନୁହେଁ, ଫୁଟ୍ବଲ୍ ଖେଳାଳି ହେବାକୁ ଚାହାନ୍ତି କରିନାଙ୍କ ପୁଅ ତୈମୁର
ବମ୍ବେ: ଅଭିନେତ୍ରୀ କରିନା କପୁର ଖାନ୍ଙ୍କ ବଡ଼ପୁଅ ତୈମୁର ବଲିଉଡ୍ର ଲୋକପ୍ରିୟ ଷ୍ଟାରକିଡ୍ଙ୍କ ମଧ୍ୟରୁ ଜଣେ । ପିଲାଟିଦିନରୁ ସେ ଲାଇମଲାଇଟ୍ରେ ରହି ଆସୁଛନ୍ତି। କଳାକାରଙ୍କ ସନ୍ତାନ ହୋଇଥିବା ଯୋଗୁ ସେ ବଡ଼ ହୋଇ ହିରୋ ହେବେ ବୋଲି କୁହାଯାଉଥିଲା। ହେଲେ ତୈମୁରଙ୍କ ଭିନ୍ନ ସ୍ବପ୍ନ ରହିଛି। ସେ ଜଣେ ଖେଳାଳି ହେବାକୁ ଚାହାନ୍ତି। ଏପରିକି ସଂଗୀତରେ ମଧ୍ୟ ରୁଚି ରଖିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ବାପା ତଥା ଅଭିନେତା ସୈଫ ଅଲ୍ଲୀ ଖାନ୍ ପୁଅ ତୈମୁର […] The post ବଡ଼ ହୋଇ ହିରୋ ନୁହେଁ, ଫୁଟ୍ବଲ୍ ଖେଳାଳି ହେବାକୁ ଚାହାନ୍ତି କରିନାଙ୍କ ପୁଅ ତୈମୁର appeared first on Dharitri Odia News.
ବମ୍ବେ: ଅଭିନେତ୍ରୀ କରିନା କପୁର ଖାନ୍ଙ୍କ ବଡ଼ପୁଅ ତୈମୁର ବଲିଉଡ୍ର ଲୋକପ୍ରିୟ ଷ୍ଟାରକିଡ୍ଙ୍କ ମଧ୍ୟରୁ ଜଣେ । ପିଲାଟିଦିନରୁ ସେ ଲାଇମଲାଇଟ୍ରେ ରହି ଆସୁଛନ୍ତି। କଳାକାରଙ୍କ ସନ୍ତାନ ହୋଇଥିବା ଯୋଗୁ ସେ ବଡ଼ ହୋଇ ହିରୋ ହେବେ ବୋଲି କୁହାଯାଉଥିଲା। ହେଲେ ତୈମୁରଙ୍କ ଭିନ୍ନ ସ୍ବପ୍ନ ରହିଛି। ସେ ଜଣେ ଖେଳାଳି ହେବାକୁ ଚାହାନ୍ତି। ଏପରିକି ସଂଗୀତରେ ମଧ୍ୟ ରୁଚି ରଖିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ବାପା ତଥା ଅଭିନେତା ସୈଫ ଅଲ୍ଲୀ ଖାନ୍ ପୁଅ ତୈମୁର ବଡ଼ ହୋଇ ଲିଡ୍ ଗିଟାରିଷ୍ଟ ଏବଂ ଫୁଟ୍ବଲ୍ ଖେଳାଳି ହେବାକୁ ଚାହାନ୍ତି ବୋଲି କହିଛନ୍ତି। ସେହିଭଳି କରିନା ମଧ୍ୟ ପୁଅ ମେସିଙ୍କ ଭଳି ହେବାକୁ ଚାହାନ୍ତି ବୋଲି କହିଛନ୍ତି। ତୈମୁର ଏବେ ପାଠପଢ଼ା ସହ କରାଟେ ଶିଖୁଛନ୍ତି।
The post ବଡ଼ ହୋଇ ହିରୋ ନୁହେଁ, ଫୁଟ୍ବଲ୍ ଖେଳାଳି ହେବାକୁ ଚାହାନ୍ତି କରିନାଙ୍କ ପୁଅ ତୈମୁର appeared first on Dharitri Odia News.