ବଡ଼ଠାକୁର ପଡ଼ିଯିବା ନେଇ ଏମିତି କହିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୦।୭: ଶ୍ରୀବିଗ୍ରହମାନଙ୍କ ଆଡ଼ପ ମଣ୍ଡପ ପହଣ୍ଡି ଏକ ବଡ଼ଧରଣର ଅଘଟଣ ଘଟିଛି। ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବାବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣି ପହଣ୍ଡି କରି ଜନ୍ମବେଦୀ ବା ଆଡ଼ପ ମଣ୍ଡପକୁ ନିଆଯାଇଥିଲା। ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏକ୍ସରେ ଏକ ପୋଷ୍ଟ ଶେୟାର କରି ଏହି ଘଟଣାକୁ ନିନ୍ଦା […] The post ବଡ଼ଠାକୁର ପଡ଼ିଯିବା ନେଇ ଏମିତି କହିଲେ ନବୀନ ପଟ୍ଟନାୟକ appeared first on Dharitri Odia News.
ଭୁବନେଶ୍ୱର,୧୦।୭: ଶ୍ରୀବିଗ୍ରହମାନଙ୍କ ଆଡ଼ପ ମଣ୍ଡପ ପହଣ୍ଡି ଏକ ବଡ଼ଧରଣର ଅଘଟଣ ଘଟିଛି। ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବାବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣି ପହଣ୍ଡି କରି ଜନ୍ମବେଦୀ ବା ଆଡ଼ପ ମଣ୍ଡପକୁ ନିଆଯାଇଥିଲା।
ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏକ୍ସରେ ଏକ ପୋଷ୍ଟ ଶେୟାର କରି ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁରଙ୍କ ଚାରମାଳରେ ଘଟିଥିବା ଅଘଟଣ ବିଷୟରେ ଜାଣି ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଶାବାସୀଙ୍କ ଦୁଃଖରେ ମୁଁ ମର୍ମାହତ। ଏହି ଅଘଟଣରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ସମ୍ବେଦନଶୀଳ ଘଟଣାର ପୁନରାବୃତ୍ତି ଯେପରି ନହେଉ ସମସ୍ତଙ୍କୁ ଅନୁରୋଧ। ଜୟ ଜଗନ୍ନାଥ।
ବଡ଼ଠାକୁରଙ୍କ ସେନାପଟା ଲାଗୁଥିବା ପାଟଡୋର ଖସିଯିବାରୁ ଏପରି ଅଘଟଣ ହୋଇଥିବା କୁହାଯାଉଥିବାବେଳେ ଏହାକୁ ନେଇ ଭକ୍ତମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ୯ ସେବାୟତ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁରଙ୍କ ଚାରମାଳରେ ଘଟିଥିବା ଅଘଟଣ ବିଷୟରେ ଜାଣି ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଶାବାସୀଙ୍କ ଦୁଃଖରେ ମୁଁ ମର୍ମାହତ। ଏହି ଅଘଟଣରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ସମ୍ବେଦନଶୀଳ ଘଟଣାର ପୁନରାବୃତ୍ତି ଯେପରି ନହେଉ ସମସ୍ତଙ୍କୁ ଅନୁରୋଧ। ଜୟ ଜଗନ୍ନାଥ
![]()
— Naveen Patnaik (@Naveen_Odisha) July 9, 2024
The post ବଡ଼ଠାକୁର ପଡ଼ିଯିବା ନେଇ ଏମିତି କହିଲେ ନବୀନ ପଟ୍ଟନାୟକ appeared first on Dharitri Odia News.