ବଡ଼ଠାକୁରଙ୍କୁ ଅସମ୍ମାନ, ବିଦେଶିନୀଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ...
ଭୁବନେଶ୍ୱର ୦୩।୦୩ : ମହାପ୍ରଭୁଙ୍କୁ ଅସମ୍ମାନ। ଜଂଘରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ। ଜଂଘରେ ଟାଟୁ କରି ଅଡ଼ୁଆରେ ବିଦେଶିନୀ। ଟାଟୁ କରିଥିବା ଟାଟୁ ଆର୍ଟ ଦେଲେ ହ୍ୱାଟ୍ସଆପ ଷ୍ଟାଟସ୍। ଯାହାପରେ ସାଧାରଣରେ ଅସନ୍ତୋଷ ବଢିଛି। ତେବେ ଘଟଣାକୁ ନେଇ ସହିଦ ନଗର ଥାନାର ଦ୍ବାରସ୍ଥ ହେଲେ ଜଗନ୍ନାଥ ପ୍ରେମୀ। ସଂପୃକ୍ତ ଟାଟୁ ଆର୍ଟିଷ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି।ଖବର ଅନୁଯାୟୀ, ସହିଦନଗରରେ ଥିବା ରକି ଷ୍ଟୁଡିଓ ପକ୍ଷରୁ ଦିଆଯାଇଥିବା ଷ୍ଟାଟସ୍ରେ ଜଣେ ବିଦେଶିନୀଙ୍କ ଜଂଘରେ ଜଗନ୍ନାଥ ଟାଟୁ ଥିବାର ନଜର ଆସିଥିଲା । ଏହି ଟାଟୁକୁ ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟସପ୍ରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ବଢିଥିଲା । ଏହା ହିନ୍ଦୁର ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ଜଗନ୍ନାଥ ପ୍ରେମୀମାନେ ଅଭିଯୋଗ କରିଥିଲେ । ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରିବାକୁ ସାମାଜିକ କର୍ମୀ ଦାବି କରିଛନ୍ତି । ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ରକି ରଞ୍ଜନ ସାମ୍ନାକୁ ଆସି ସଫେଇ ଦେଇଛନ୍ତି । ଆଉ ଏଥିପାଇଁ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି । ଇଟାଲିର ଯୁବତୀ ଜଣଙ୍କ ଶନିବାର ଷ୍ଟୁଡିଓକୁ ଆସି ଜଂଘରେ ଟାଟୁ କରିବାକୁ ଅନୁରୋଧ କରିଥିଲେ । ଏହାପରେ ଜଣେ ଆର୍ଟିଷ୍ଟ୍ ତାହା କରିଦେଇଥିଲେ। ଉକ୍ତ ଟାଟୁ କରିଥିବା ଯୁବତୀଙ୍କୁ ସେ ଯୋଗାଯୋଗ କରିଛନ୍ତି । ବର୍ତ୍ତମାନ ଉକ୍ତ ଟାଟୁକୁ ଲିଭାଗଲେ ସଂକ୍ରମଣ ହୋଇଯିବାର ଆଶଙ୍କା
ଭୁବନେଶ୍ୱର ୦୩।୦୩ : ମହାପ୍ରଭୁଙ୍କୁ ଅସମ୍ମାନ। ଜଂଘରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ। ଜଂଘରେ ଟାଟୁ କରି ଅଡ଼ୁଆରେ ବିଦେଶିନୀ। ଟାଟୁ କରିଥିବା ଟାଟୁ ଆର୍ଟ ଦେଲେ ହ୍ୱାଟ୍ସଆପ ଷ୍ଟାଟସ୍। ଯାହାପରେ ସାଧାରଣରେ ଅସନ୍ତୋଷ ବଢିଛି। ତେବେ ଘଟଣାକୁ ନେଇ ସହିଦ ନଗର ଥାନାର ଦ୍ବାରସ୍ଥ ହେଲେ ଜଗନ୍ନାଥ ପ୍ରେମୀ। ସଂପୃକ୍ତ ଟାଟୁ ଆର୍ଟିଷ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି।

ଖବର ଅନୁଯାୟୀ, ସହିଦନଗରରେ ଥିବା ରକି ଷ୍ଟୁଡିଓ ପକ୍ଷରୁ ଦିଆଯାଇଥିବା ଷ୍ଟାଟସ୍ରେ ଜଣେ ବିଦେଶିନୀଙ୍କ ଜଂଘରେ ଜଗନ୍ନାଥ ଟାଟୁ ଥିବାର ନଜର ଆସିଥିଲା । ଏହି ଟାଟୁକୁ ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟସପ୍ରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ବଢିଥିଲା । ଏହା ହିନ୍ଦୁର ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ଜଗନ୍ନାଥ ପ୍ରେମୀମାନେ ଅଭିଯୋଗ କରିଥିଲେ । ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରିବାକୁ ସାମାଜିକ କର୍ମୀ ଦାବି କରିଛନ୍ତି ।

ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ରକି ରଞ୍ଜନ ସାମ୍ନାକୁ ଆସି ସଫେଇ ଦେଇଛନ୍ତି । ଆଉ ଏଥିପାଇଁ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି । ଇଟାଲିର ଯୁବତୀ ଜଣଙ୍କ ଶନିବାର ଷ୍ଟୁଡିଓକୁ ଆସି ଜଂଘରେ ଟାଟୁ କରିବାକୁ ଅନୁରୋଧ କରିଥିଲେ । ଏହାପରେ ଜଣେ ଆର୍ଟିଷ୍ଟ୍ ତାହା କରିଦେଇଥିଲେ। ଉକ୍ତ ଟାଟୁ କରିଥିବା ଯୁବତୀଙ୍କୁ ସେ ଯୋଗାଯୋଗ କରିଛନ୍ତି । ବର୍ତ୍ତମାନ ଉକ୍ତ ଟାଟୁକୁ ଲିଭାଗଲେ ସଂକ୍ରମଣ ହୋଇଯିବାର ଆଶଙ୍କା ରହିଛି। ଯୁବତୀ ଜଣଙ୍କ ମାସେ ପରେ ଏଠାକୁ ଆସି ଟାଟୁକୁ ଲିଭାଇବେ କିମ୍ବା ତାହା ପରିବର୍ତ୍ତେ ସେହି ସ୍ଥାନରେ ଆଉ କିଛି ଆର୍ଟ କରିବେ ବୋଲି ରକି କହିଛନ୍ତି।