ବଡ଼ଦାଣ୍ଡରେ ସଫେଇ କଲେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ
ପୁରୀ ୦୬।୦୭: ରାତିପାହିଲେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହା ପୂର୍ବରୁ ଆଜି ପୁରୀ ଗସ୍ତରେ ଆସି ଗୁଣ୍ଡିଚା ମନ୍ଦିର ସହ ବାଡ଼ଦାଣ୍ଡକୁ ମାର୍ଜନା ଓ ସଫେଇ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ରଥ ଦାଣ୍ଡକୁ ମାର୍ଜନା କରିବାର ପରମ୍ପରା ରହି ଆସିଛି। ତେଣୁ ମହାପ୍ରଭୁଙ୍କ ଏହି ମହାନ ବଡ଼ଦାଣ୍ଡକୁ ମାର୍ଜନା କରି ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ମହାପ୍ରଭୁଙ୍କ ଏହି ପବିତ୍ର ବଡଦାଣ୍ଡକୁ ସଫା ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ବି. ସିଂହଦେଓଙ୍କ ସହ ମନ୍ତ୍ରୀମଣ୍ଡଳର ସଦସ୍ୟ, ପୁରୀ ସାଂସଦ ଏବଂ ଅନେକ ବିଧାୟକ ଉପସ୍ଥିତ ରହି ବଡଦାଣ୍ଡକୁ ସଫା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀକୁ ଆସିଥିବା ପ୍ରାୟ ୩୦ରୁ ଅଧିକ ସ୍ୱେଚ୍ଛାସେବୀ ସଂଗଠନ, ସ୍କାଉଟ, ଗାଇଡ଼ ଓ କଲେଜ ଛାତ୍ରଛାତ୍ରୀମାନେ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସ୍କାଉଟ ଗାଇଡ୍ସର ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇପଡିଥିଲେ। ସେପଟେ ରବିବାର ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ
ପୁରୀ ୦୬।୦୭: ରାତିପାହିଲେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହା ପୂର୍ବରୁ ଆଜି ପୁରୀ ଗସ୍ତରେ ଆସି ଗୁଣ୍ଡିଚା ମନ୍ଦିର ସହ ବାଡ଼ଦାଣ୍ଡକୁ ମାର୍ଜନା ଓ ସଫେଇ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ରଥ ଦାଣ୍ଡକୁ ମାର୍ଜନା କରିବାର ପରମ୍ପରା ରହି ଆସିଛି। ତେଣୁ ମହାପ୍ରଭୁଙ୍କ ଏହି ମହାନ ବଡ଼ଦାଣ୍ଡକୁ ମାର୍ଜନା କରି ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ମହାପ୍ରଭୁଙ୍କ ଏହି ପବିତ୍ର ବଡଦାଣ୍ଡକୁ ସଫା ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ବି. ସିଂହଦେଓଙ୍କ ସହ ମନ୍ତ୍ରୀମଣ୍ଡଳର ସଦସ୍ୟ, ପୁରୀ ସାଂସଦ ଏବଂ ଅନେକ ବିଧାୟକ ଉପସ୍ଥିତ ରହି ବଡଦାଣ୍ଡକୁ ସଫା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀକୁ ଆସିଥିବା ପ୍ରାୟ ୩୦ରୁ ଅଧିକ ସ୍ୱେଚ୍ଛାସେବୀ ସଂଗଠନ, ସ୍କାଉଟ, ଗାଇଡ଼ ଓ କଲେଜ ଛାତ୍ରଛାତ୍ରୀମାନେ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସ୍କାଉଟ ଗାଇଡ୍ସର ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇପଡିଥିଲେ।
ସେପଟେ ରବିବାର ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ୍ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ମା ସୁଭଦ୍ରାଙ୍କ ରଥ ଟାଣିବେ ବୋଲି ଆଶା ରଖିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।