ବଢ଼ିବ ପାରଦ, କମିବ ଶୀତ: ୩ ଜିଲ୍ଲାକୁ ଘନ କୁହୁଡି ନେଇ ଆଲର୍ଟ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିଛି। ଫଳରେ ଶୀତ ପ୍ରକୋପ ସାମାନ୍ୟ କମିଛି। ଆସନ୍ତା, ୩ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଫଳସ୍ବରୂପ ଶୀତ ପ୍ରକୋପ ଆହୁରି କମିବା ସମ୍ଭାବନା ରହିଛି। ଫୁଲବାଣୀରେ ରାତି ତାପମାତ୍ରା ୯ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଉରକେଲା ୧୦.୨, ଭବାନୀପାଟଣା ଓ ଦାରିଙ୍ଗବାଡ଼ିରେ ୧୧, ଅନୁଗୋଳ ୧୧.୬, ଭୁବନେଶ୍ବର ୧୪.୪ ଏବଂ କଟକରେ […]

ବଢ଼ିବ ପାରଦ, କମିବ ଶୀତ: ୩ ଜିଲ୍ଲାକୁ ଘନ କୁହୁଡି ନେଇ ଆଲର୍ଟ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିଛି। ଫଳରେ ଶୀତ ପ୍ରକୋପ ସାମାନ୍ୟ କମିଛି। ଆସନ୍ତା, ୩ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଫଳସ୍ବରୂପ ଶୀତ ପ୍ରକୋପ ଆହୁରି କମିବା ସମ୍ଭାବନା ରହିଛି। ଫୁଲବାଣୀରେ ରାତି ତାପମାତ୍ରା ୯ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଉରକେଲା ୧୦.୨, ଭବାନୀପାଟଣା ଓ ଦାରିଙ୍ଗବାଡ଼ିରେ ୧୧, ଅନୁଗୋଳ ୧୧.୬, ଭୁବନେଶ୍ବର ୧୪.୪ ଏବଂ କଟକରେ ୧୪.୮ଡିଗ୍ରୀ ରହିଛି। ଆଜି ସକାଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାରେ ଘନ କୁହୁଡ଼ିର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।