ଯେପର୍ଯ୍ୟନ୍ତ ମୋଦୀଙ୍କୁ କ୍ଷମତାରୁ ନ ହଟାଇଛୁ, ମୁଁ ମରିବି ନାହିଁ : ମଲ୍ଲିକାର୍ଜୁନ ଖଡଗେ
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ପାଇଁ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ବିଜେପି ଏବଂ କଂଗ୍ରେସ ସହିତ ସ୍ଥାନୀୟ ଦଳଗୁଡିକ ପ୍ରଚାରକୁ ଆଗେଇ ନେବା ସହ ଅକ୍ଟୋବର ୧ ତାରିଖରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ଭୋଟ୍କୁ ନିଜ ସପକ୍ଷରେ ନେବା ପାଇଁ ପ୍ରୟାସ ଚଳାଇଛନ୍ତି। ରବିବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଏକ ଆଶ୍ଚର୍ଯ୍ୟଜନକ […]

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ପାଇଁ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ବିଜେପି ଏବଂ କଂଗ୍ରେସ ସହିତ ସ୍ଥାନୀୟ ଦଳଗୁଡିକ ପ୍ରଚାରକୁ ଆଗେଇ ନେବା ସହ ଅକ୍ଟୋବର ୧ ତାରିଖରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ଭୋଟ୍କୁ ନିଜ ସପକ୍ଷରେ ନେବା ପାଇଁ ପ୍ରୟାସ ଚଳାଇଛନ୍ତି। ରବିବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଲିରେ ସମ୍ବୋଧିତ କରିବା ସମୟରେ ଅସୁସ୍ଥ ହୋଇପଡିଥିଲେ। କିଛି ସମୟ ପରେ ସେ ସୁସ୍ଥ ହେବା ପରେ ସେ ସିଧାସଳଖ ପିଏମ ମୋଦୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ମୋଦୀଙ୍କୁ ଯେପର୍ଯ୍ୟନ୍ତ ସେ କ୍ଷମତାରୁ ନହଟାଇଛନ୍ତି ସେ ପର୍ଯ୍ୟନ୍ତ ମୁଁ ମରିବି ନାହିଁ।
जब तक मोदी को नहीं हटाएंगे, तब तक मैं जिंदा रहूंगा।
आपकी बात सुनूंगा, आपके लिए लड़ूंगा।
pic.twitter.com/XEJ3Ym9auw— Congress (@INCIndia) September 29, 2024
ରବିବାର ଦିନ କାଠୁଆ ଜିଲ୍ଲାର ଜସରୋତାଠାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ଜନସଭାରେ ଭାଷଣ ଦେଉଥିବାବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । କିଛି ସମୟପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେ କହିଥିଲେ ଆମେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟର ମାନ୍ୟତା ଫେରାଇ ଆଣିବା ପାଇଁ ଲଢ଼େଇ କରିବୁ। ମୋର ବୟସ ୮୩ ବର୍ଷ ଏବଂ ଏତେ ଶୀଘ୍ର ମରିବାକୁ ଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଷମତାରୁ ହଟାଇବା ପର୍ଯ୍ୟନ୍ତ ମୁଁ ବଞ୍ଚି ରହିବି।
भाजपा ने आपके जीवन को ब्रेक लगा दिया है !
जसरोटा, जम्मू और कश्मीर pic.twitter.com/PwHgeyyVsD
— Mallikarjun Kharge (@kharge) September 29, 2024
ଏଥି ସହିତ ସଭାମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିକୁ ଟାର୍ଗେଟ କରି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଭାରତର ଯୁବକମାନଙ୍କୁ କିଛି ଦେଇନାହାଁନ୍ତି । ଆପଣ ସେହି ବ୍ୟକ୍ତିଙ୍କୁ ବିଶ୍ୱାସ କରିପାରିବେ କି ଯିଏ ୧୦ ବର୍ଷ ମଧ୍ୟରେ ଆପଣଙ୍କ ସମୃଦ୍ଧି ଫେରାଇ ଆଣିପାରିବେ ନାହିଁ? ଯଦି କୌଣସି ବିଜେପି ନେତା ଆପଣଙ୍କ ସାମ୍ନାକୁ ଆସନ୍ତି ତେବେ ତାଙ୍କୁ ପଚାରନ୍ତୁ ସେ ସମୃଦ୍ଧି ଆଣିଛନ୍ତି କି ନାହିଁ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏଠାକୁ ଆସି ଯୁବକମାନଙ୍କ ଭବିଷ୍ୟତ ପାଇଁ ମିଥ୍ୟା ଲୁହ ଝରାଉଛନ୍ତି। ସତ କଥା ହେଉଛି ଏହି ଲୋକମାନେ ଗତ ୧୦ ବର୍ଷ ମଧ୍ୟରେ ସମଗ୍ର ଦେଶର ଯୁବକମାନଙ୍କୁ ଅନ୍ଧାର ଭିତରକୁ ଠେଲି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ମୋଦି ଏଥିପାଇଁ ଦାୟୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ୪୫ ବର୍ଷର ବେକାରି ରେକର୍ଡ ଭାଙ୍ଗିଛି। ଜାମ୍ମୁ କାଶ୍ମୀରର ସରକାରୀ ବିଭାଗରେ ୬୫ ପ୍ରତିଶତ ପଦବୀ ଖାଲି ଅଛି। ଏହି ସମସ୍ତ ପଦବୀରେ ବାହାର ଲୋକଙ୍କୁ ନିଯୁକ୍ତ କରାଯାଉଛି, କିନ୍ତୁ ଏଠାରେ ଥିବା ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଛି ବୋଲି ଖଡଗେ କହିଛନ୍ତି।
जसरोटा, जम्मू और कश्मीर