ଜମିଜମା ବିବାଦରୁ ବିଭତ୍ସ ହତ୍ୟା : ପୁତୁରାର ଶାବଳ ଚୋଟରେ ଚାଲିଗଲା ଦାଦାର ଜୀବନ

କାଲିମେଳା : ଜମି ବିବାଦରୁ ଦାଦାକୁ ହତ୍ୟା କଲା ପୁତୁରା ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତ ବାଞ୍ଜିଗୁଡା ଗାଁରେ । ଦାଦା ପୁତୁରା ଭିତର ଜମିଜମାକୁ ନେଇ ବହୁ ଦିନ ହେଲା ବିବାଦ ଲାଗିରହିଥିଲା। ଏହାକୁ ନେଇ ପୁଣି ଥରେ କଲି ବିବାଦ ସୃଷ୍ଟି ହୋଇଥିଲା । ଏହି ବିବାଦ ହତ୍ୟାକାଣ୍ଡ ରୂପ ନେଇଥିଲା । ଗତ କାଲି ସନ୍ଧ୍ୟାରେ ଦାଦା ଭୀମା ମାଡି ଜମିକୁ ଯାଇ ଘରକୁ ଫେରିବା ପରେ ଦୁଇ […]

ଜମିଜମା ବିବାଦରୁ ବିଭତ୍ସ ହତ୍ୟା : ପୁତୁରାର ଶାବଳ ଚୋଟରେ ଚାଲିଗଲା ଦାଦାର ଜୀବନ
two nephew killed his uncle in baripada

କାଲିମେଳା : ଜମି ବିବାଦରୁ ଦାଦାକୁ ହତ୍ୟା କଲା ପୁତୁରା ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତ ବାଞ୍ଜିଗୁଡା ଗାଁରେ । ଦାଦା ପୁତୁରା ଭିତର ଜମିଜମାକୁ ନେଇ ବହୁ ଦିନ ହେଲା ବିବାଦ ଲାଗିରହିଥିଲା।

ଏହାକୁ ନେଇ ପୁଣି ଥରେ କଲି ବିବାଦ ସୃଷ୍ଟି ହୋଇଥିଲା । ଏହି ବିବାଦ ହତ୍ୟାକାଣ୍ଡ ରୂପ ନେଇଥିଲା । ଗତ କାଲି ସନ୍ଧ୍ୟାରେ ଦାଦା ଭୀମା ମାଡି ଜମିକୁ ଯାଇ ଘରକୁ ଫେରିବା ପରେ ଦୁଇ ଜଣଙ୍କ ଭିତରେ ବଚସା ହୋଇଥିଲା । ବଚସା ପରେ ପୁତୁରା ଲାଛା ମାଡି ଏକ ଶାବଳରେ ଆକ୍ରମଣ କରି ଦାଦା ଭୀମା ମାଡିର ମୁଣ୍ଡ ଫଟେଇ ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଦାଦା ଭୀମା ମାଡ଼ିର ମୃତ୍ୟୁ ହୋଇଥିଲା । ଭୀମା ମାଡିଙ୍କ ସ୍ତ୍ରୀ ଏନେଇ ମୋଟୁ ଥାନାରେ ଅଭିଯୋଗ କରିବା ପରେ ମୋଟୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।