ଆହୁରି ୬ ଦିନ ତାତି : ୧୬ରେ ଲଘୁଚାପ, ନେଇପାରେ ବାତ୍ୟାର ରୂପ…..

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ଅସହ୍ୟ ଗୁଳୁଗୁଳି। ଉପକୂଳ ଓଡ଼ିଶାରେ ବାୟୁମଣ୍ଡଳରେ ଆର୍ଦ୍ରତା ଗୁଳୁଗୁଳିକୁ ବୃଦ୍ଧି କରିଛି। ତାପମାତ୍ରା ୪୦ ଡିଗ୍ରୀ ତଳେ ରହୁଥିଲେ ମଧ୍ୟ ଅନୁଭବ ତାପମାତ୍ରା (ଫିଲ୍‌ ଲାଇକ୍‌ ଟେମ୍ପରେଚର) ୪୫ରୁ ୪୮ ଡିଗ୍ରୀ ରହିଛି। ଉପକୂଳ ଓଡ଼ିଶାରେ ଏହି ସ୍ଥିତି ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଜାରି ରହିବ ଓ ଆସନ୍ତା ୧୦ ତାରିଖରୁ ତାପମାତ୍ରା ବୃଦ୍ଧି ପରେ ଗ୍ରୀଷ୍ମଲହରୀ ପରିସ୍ଥିତି ସୃଷ୍ଟି ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି  […]

ଆହୁରି ୬ ଦିନ ତାତି : ୧୬ରେ ଲଘୁଚାପ, ନେଇପାରେ ବାତ୍ୟାର ରୂପ…..
Low pressure on the may 16, it may take the form of cyclone

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ଅସହ୍ୟ ଗୁଳୁଗୁଳି। ଉପକୂଳ ଓଡ଼ିଶାରେ ବାୟୁମଣ୍ଡଳରେ ଆର୍ଦ୍ରତା ଗୁଳୁଗୁଳିକୁ ବୃଦ୍ଧି କରିଛି। ତାପମାତ୍ରା ୪୦ ଡିଗ୍ରୀ ତଳେ ରହୁଥିଲେ ମଧ୍ୟ ଅନୁଭବ ତାପମାତ୍ରା (ଫିଲ୍‌ ଲାଇକ୍‌ ଟେମ୍ପରେଚର) ୪୫ରୁ ୪୮ ଡିଗ୍ରୀ ରହିଛି। ଉପକୂଳ ଓଡ଼ିଶାରେ ଏହି ସ୍ଥିତି ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଜାରି ରହିବ ଓ ଆସନ୍ତା ୧୦ ତାରିଖରୁ ତାପମାତ୍ରା ବୃଦ୍ଧି ପରେ ଗ୍ରୀଷ୍ମଲହରୀ ପରିସ୍ଥିତି ସୃଷ୍ଟି ହେବ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ଅପରପକ୍ଷରେ ଆସନ୍ତା ୧୬ ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଅଧିକ ଘନୀଭୂତ ହୋଇପାରେ ବୋଲି ଅଧିକାଂଶ ମଡେଲ୍‌ ଆକଳନ କରୁଛନ୍ତି। ଯେହେତୁ ବର୍ତ୍ତମାନ ପ୍ରାକ୍‌ ମୌସୁମୀ ବାତ୍ୟା ଋତୁ ଜାରି ରହିଛି, ସେଥିପାଇଁ ଏହି ପାଣିପାଗ ଜନିତ ସ୍ଥିତି ଉପରେ ଆଇଏମ୍‌ଡି ନଜର ରଖିଛି। ୨୦୨୧ ମସିହା ମେ’ ମାସ ୨୩ରେ ସାମୁଦ୍ରିକ ଝଡ଼ ‘ୟସ’ ଘନୀଭୂତ ହୋଇ ୨୬ରେ ଓଡ଼ିଶାରେ ସ୍ଥଳଭାଗ ଅତିକ୍ରମ କରିଥିଲା। ଏଥିପାଇଁ ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହେଲେ ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।

ଯଦିଓ ବର୍ତ୍ତମାନ ସୁଦ୍ଧା ସମ୍ଭାବ୍ୟ ଲଘୁଚାପ ସମ୍ପର୍କରେ ଆଇଏମ୍‌ଡି କୌଣସି ଆକଳନ କରି ନାହିଁ, ହେଲେ ଗୁରୁବାର ବିଭାଗ ପକ୍ଷରୁ ଜାରି ହୋଇଥିବା ବିସ୍ତାରିତ ପରିସର ଆକଳନରେ ବିଭିନ୍ନ ମଡେଲ୍‌ର ଆକଳନ ନେଇ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଏଥିରେ କିଛି ମଡେଲ୍‌ ଏହି ଲଘୁଚାପ ସୃଷ୍ଟି ପରେ ବାତ୍ୟା ହେବା ନେଇ ଆକଳନ କରୁଥିବା ବେଳେ କିଛି ମଡେଲ୍‌ ଏହା ବାତ୍ୟା ହୋଇ ଦିଗ ପରିବର୍ତ୍ତନ କରି ପାରେ ବୋଲି ଆକଳନ କରୁଛନ୍ତି।