ବଢ଼ିଲା ଦଶମ ପରୀକ୍ଷା ୨୦୨୫ ଫର୍ମ ଭରିବା ତାରିଖ
ଭୁବନେଶ୍ୱର,୧୮।୧୧: ଦଶମ ପରୀକ୍ଷା ୨୦୨୫ ପାଇଁ ଫର୍ମ ଭରିବା ତାରିଖ ଘୁଞ୍ଚିଛି। ସୋମବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଏହି ସୂଚନା ଦେଇଛି। ବିଏସଇ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ଏବଂ ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (SOSC) ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖ ନଭେମ୍ବର୨୫, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ବର୍ଦ୍ଧିତ ତାରିଖ ପରେ ଆଉ କୌଣସି ସମୟ ଦିଆଯିବ ନାହିଁ […] The post ବଢ଼ିଲା ଦଶମ ପରୀକ୍ଷା ୨୦୨୫ ଫର୍ମ ଭରିବା ତାରିଖ appeared first on Dharitri Odia News.
ଭୁବନେଶ୍ୱର,୧୮।୧୧: ଦଶମ ପରୀକ୍ଷା ୨୦୨୫ ପାଇଁ ଫର୍ମ ଭରିବା ତାରିଖ ଘୁଞ୍ଚିଛି। ସୋମବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଏହି ସୂଚନା ଦେଇଛି। ବିଏସଇ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ଏବଂ ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (SOSC) ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖ ନଭେମ୍ବର୨୫, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ବର୍ଦ୍ଧିତ ତାରିଖ ପରେ ଆଉ କୌଣସି ସମୟ ଦିଆଯିବ ନାହିଁ ବୋଲି ବୋର୍ଡ କହିଛି।
ବାର୍ଷିକ ଓଡ଼ିଶା ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୧, ୨୦୨୫ ରେ ଆରମ୍ଭ ହେବ। ଏହା ମାର୍ଚ୍ଚ ୬, ୨୦୨୫ ପର୍ଯ୍ୟନ୍ତ ଚାଲିବ। ଗଣିତ ବ୍ୟତୀତ ସମସ୍ତ ପରୀକ୍ଷା ସକାଳ ୯ ଟାରୁ ୧୦.୩୦ ପର୍ୟ୍ୟନ୍ତ ଆରମ୍ଭ ହେବ, ଯାହା ସକାଳ ୧୧.୪୫ ରେ ଶେଷ ହେବ।
The post ବଢ଼ିଲା ଦଶମ ପରୀକ୍ଷା ୨୦୨୫ ଫର୍ମ ଭରିବା ତାରିଖ appeared first on Dharitri Odia News.