୨୦୧୮ରେ ପୋଲିସ ଏନ୍କାଉଣ୍ଟର ମାମଲା: ଅପରାଧୀ ବୁଦ୍ଧିଆଙ୍କୁ ୭ ବର୍ଷ କାରାଦଣ୍ଡାଦେଶ
କଟକ,୩ା୨(କାର୍ତ୍ତିକ ସାହୁ): ସଦର ଥାନା ପୋଲିସ ୨୦୧୮ ଜାନୁଆରୀ ୪ ତାରିଖରେ ଗୋପାଳପୁର ଅଞ୍ଚଳରେ କରିଥିବା ଏନ୍କାଉଣ୍ଟର ମାମଲାରେ ରାୟ ପ୍ରକାଶ ପାଇଛି। କଟକ ଜିଲାର ବିଭିନ୍ନ ସ୍ଥାନରେ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିବା ଅପରାଧୀ ବୁଦ୍ଧିଆ ଓରଫ ତ୍ରିଲୋଚନ ନାୟକଙ୍କୁ କଟକ ଜିଲା ଅତିରିକ୍ତ ସେସନ ଜଜ୍ ଦୋଷୀ ସାବ୍ୟସ୍ତ କରି ୭ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ଅଭିଯୁକ୍ତ ବୁଦ୍ଧିଆ ଉପରେ ଅଦାଲତ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ୩ ମାସ […] The post ୨୦୧୮ରେ ପୋଲିସ ଏନ୍କାଉଣ୍ଟର ମାମଲା: ଅପରାଧୀ ବୁଦ୍ଧିଆଙ୍କୁ ୭ ବର୍ଷ କାରାଦଣ୍ଡାଦେଶ appeared first on Dharitri Odia News.
କଟକ,୩ା୨(କାର୍ତ୍ତିକ ସାହୁ): ସଦର ଥାନା ପୋଲିସ ୨୦୧୮ ଜାନୁଆରୀ ୪ ତାରିଖରେ ଗୋପାଳପୁର ଅଞ୍ଚଳରେ କରିଥିବା ଏନ୍କାଉଣ୍ଟର ମାମଲାରେ ରାୟ ପ୍ରକାଶ ପାଇଛି। କଟକ ଜିଲାର ବିଭିନ୍ନ ସ୍ଥାନରେ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିବା ଅପରାଧୀ ବୁଦ୍ଧିଆ ଓରଫ ତ୍ରିଲୋଚନ ନାୟକଙ୍କୁ କଟକ ଜିଲା ଅତିରିକ୍ତ ସେସନ ଜଜ୍ ଦୋଷୀ ସାବ୍ୟସ୍ତ କରି ୭ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ଅଭିଯୁକ୍ତ ବୁଦ୍ଧିଆ ଉପରେ ଅଦାଲତ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ନୟାଗଡ଼ ଜିଲା ଶରଣକୂଳ ଥାନା ଅଞ୍ଚଳର ତ୍ରିଲୋଚନ ନାୟକ କଟକ ସହର ସମେତ ବିଭିନ୍ନ ସ୍ଥାନରେ ଆପରାଧିକ କାର୍ଯ୍ୟକଳାପ ଚଳାଇଥିଲେ। ସେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ସଂଘବଦ୍ଧ ଅପରାଧ ଘଟାଇବା ପାଇଁ ଯୋଜନା କରିଥିବା ବେଳେ ପୋଲିସ ଏନ୍କାଉଣ୍ଟରରେ ଧରାପଡ଼ିଥିଲେ। ବୁଦ୍ଧିଆ ଓ ସହଯୋଗୀମାନେ ପୋଲିସବାହିନୀ ଉପରକୁ ଆଖିବୁଜା ଗୁଳି ଚଳାଇବାରୁ ସଦର ଥାନାର ତତ୍କାଳୀନ ସବ୍ଇନ୍ସପେକ୍ଟର କୃପାସିନ୍ଧୁ ବରାଡ଼ ପୋଲିସବାହିନୀ ସହ ଆତ୍ମରକ୍ଷା ପାଇଁ ବୁଦ୍ଧିଆଙ୍କୁ ଗୁଳି ଚଳାଇଥିଲେ। ବୁଦ୍ଧିଆଙ୍କ ଡାହାଣ ଗୋଡ଼ରେ ଗୁଳି ବାଜି ଆହତ ହେବା ପରେ ଚିକିତ୍ସା ନିମନ୍ତେ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହେବା ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଦ୍ଧିଆଙ୍କ ନାମରେ କଟକ ସମେତ ବିଭିନ୍ନ ଜିଲାରେ ବହୁ ଆପରାଧିକ ମାମଲା ରହିଥିଲା। ପୋଲିସ ବୁଦ୍ଧିଆଙ୍କ ନାମରେ ଚାର୍ଜଶିଟ୍ ଦାଖଲ କରିବା ପରେ ଅତିରିକ୍ତ ସେସନ ଜଜ୍ କୋର୍ଟରେ ମାମଲାର ବିଚାର ହୋଇଥିଲା। ୧୬ଜଣ ସାକ୍ଷୀ ଓ ୧୦ଟି ପ୍ରମାଣକୁ ଆଧାର କରି ଅଦାଲତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ଆଇନଜୀବୀ ରାମ ପ୍ରସାଦ ଦାଶ ମାମଲା ପରିଚାଳନା କରୁଥିଲେ।
The post ୨୦୧୮ରେ ପୋଲିସ ଏନ୍କାଉଣ୍ଟର ମାମଲା: ଅପରାଧୀ ବୁଦ୍ଧିଆଙ୍କୁ ୭ ବର୍ଷ କାରାଦଣ୍ଡାଦେଶ appeared first on Dharitri Odia News.