ବଢ଼ିଲା ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା, ଏପ୍ରିଲ ୧ ତାରିଖରୁ ଲାଗୁ ହେବ

ଭୁବନେଶ୍ବର : ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୭୫୦୦ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା। ସୂଚନାଯୋଗ୍ୟ ଗତ ୧୨ ତାରିଖରେ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବୃଦ୍ଧି କରିଥିଲେ। ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ୧୨ ତାରଖରେ ଏହାକୁ ବୃଦ୍ଧି କରାଯାଇ ୭,୫୦୦ ଟଙ୍କା କରାଯିବା […]

ବଢ଼ିଲା ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା, ଏପ୍ରିଲ ୧ ତାରିଖରୁ ଲାଗୁ ହେବ
salary of panchayat samiti members has been increased

ଭୁବନେଶ୍ବର : ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୭୫୦୦ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା।
Screenshot 6

ସୂଚନାଯୋଗ୍ୟ ଗତ ୧୨ ତାରିଖରେ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବୃଦ୍ଧି କରିଥିଲେ। ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ୧୨ ତାରଖରେ ଏହାକୁ ବୃଦ୍ଧି କରାଯାଇ ୭,୫୦୦ ଟଙ୍କା କରାଯିବା ନେଇ ଘୋଷଣା ହୋଇଥିଲା। ହେଲେ ସରପଞ୍ଚ ମାନଙ୍କ ଦରମା ୧୦,୦୦୦ ହୋଇଥିବା କାରଣରୁ ସମିତି ସଭ୍ୟମାନେ ଦରମା ବୃଦ୍ଧି ନେଇ ଗତକାଲି ଭୁବନେଶ୍ବରରେ ବିଶାଳ ରାଲି କରିଥିଲେ। ଯାହା ପରେ ଆଜି ରାଜ୍ୟ ସରକାର ସେମାନଙ୍କ ଦରମା ୭୫୦୦ରୁ ୯୫୦୦ ଟଙ୍କାକୁ  ବୃଦ୍ଧି ନେଇ ଘୋଷଣା କରିଛନ୍ତି।