ବଢ଼ିଲା ପୂର୍ବତନ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କ ଅଡ଼ୁଆ, ମାମଲା ରୁଜୁ କରିବାକୁ ଆଦେଶ ଦେଲେ ମୁମ୍ବାଇ ଏସିବି
ମୁମ୍ବାଇ: ବଢ଼ିଲା ପୂର୍ବତନ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କ ଅଡ଼ୁଆ। ଶେୟାର ବଜାରରେ କଥିତ ଠକେଇ ଏବଂ ନିୟମର ଉଲ୍ଲଘଂନ ଅଭିଯୋଗରେ ପ୍ରାଥମିକ ମାମଲା ରୁଜୁ କରିବାକୁ ଆଦେଶ ଦେଲେ ମୁମ୍ବାଇର ବିଶେଷ ଏସିବି କୋର୍ଟ। ମାଧବୀଙ୍କ ସହ ଅନ୍ୟ ୫ ଜଣକ ବିରୋଧରେ ମଧ୍ୟ ମାମଲା ରୁଜୁ ପାଇଁ କୋର୍ଟ ଆଦେଶ ଦେଇଛନ୍ତି। କୋର୍ଟ ମଧ୍ୟ ନିଜେ ଯାଞ୍ଚର ନିରୀକ୍ଷଣ କରିବା ସହ ୩୦ ଦିନ ମଧ୍ୟରେ ଯାଞ୍ଚର ସ୍ଥିତି ରିପୋର୍ଟ ଦେବାକୁ କହିଛନ୍ତି।ପ୍ରକୃତରେ ଆମେରିକା ରିସର୍ଚ୍ଚ ଫର୍ମ ହିଣ୍ଡେନବର୍ଗ ୨୦୨୪ରେ ତତ୍କାଳୀନ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କ ବିରୋଧରେ ଏକ ରିପୋର୍ଟ ଜାରି କରିଥିଲା। ଯେଉଁଥିରେ ଦାବି ହୋଇଥିଲା ଆଦାନୀ ଗ୍ରୁପ୍ର ବିଦେଶୀ ଫଣ୍ଡରେ ସେବି ମୁଖ୍ୟ ମାଧବୀ ଏବଂ ତାଙ୍କ ସ୍ବାମୀଙ୍କ ସେୟାର ରହିଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଥିଲା ଆଦାନୀ ଗ୍ରୁପ୍ ଏବଂ ସେବି ଉଭୟ ମିଶି ଏହି ଠକେଇ କରିଥିଲେ। ଅବଶ୍ୟ ହିଣ୍ଡେନବର୍ଗର ଏହି ଅଭିଯୋଗକୁ ମାଧବୀ ପୁରୀ ବୁଚ ଏବଂ ତାଙ୍କ ସ୍ବାମୀ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଥିଲେ। ଆଉ କୌଣସି ସୂଚନା ଲୁଚାଇ ନାହୁଁ ଏବଂ ହିଣ୍ଡେନବର୍ଗର ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହିଥିଲେ ମାଧବୀ ବୁଚ୍ ଏବଂ ତାଙ୍କ ସ୍ବାମୀ।ଆଦାନୀ ଗ୍ରୁପ୍ ବି ଦେଇଥିଲା ପ୍ରତିକ୍ରିୟା ସେହିଭଳି ହିଣ୍ଡେନବର୍ଗ ଦ୍ବାରା ଲଗାଯାଇଥିବା ଏହି ଅଭିଯୋଗ ଉପରେ ଆଦାନୀ ଗ୍ରୁପ୍ ପ୍ରତିକ୍ରିୟ
ମୁମ୍ବାଇ: ବଢ଼ିଲା ପୂର୍ବତନ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କ ଅଡ଼ୁଆ। ଶେୟାର ବଜାରରେ କଥିତ ଠକେଇ ଏବଂ ନିୟମର ଉଲ୍ଲଘଂନ ଅଭିଯୋଗରେ ପ୍ରାଥମିକ ମାମଲା ରୁଜୁ କରିବାକୁ ଆଦେଶ ଦେଲେ ମୁମ୍ବାଇର ବିଶେଷ ଏସିବି କୋର୍ଟ। ମାଧବୀଙ୍କ ସହ ଅନ୍ୟ ୫ ଜଣକ ବିରୋଧରେ ମଧ୍ୟ ମାମଲା ରୁଜୁ ପାଇଁ କୋର୍ଟ ଆଦେଶ ଦେଇଛନ୍ତି। କୋର୍ଟ ମଧ୍ୟ ନିଜେ ଯାଞ୍ଚର ନିରୀକ୍ଷଣ କରିବା ସହ ୩୦ ଦିନ ମଧ୍ୟରେ ଯାଞ୍ଚର ସ୍ଥିତି ରିପୋର୍ଟ ଦେବାକୁ କହିଛନ୍ତି।
ପ୍ରକୃତରେ ଆମେରିକା ରିସର୍ଚ୍ଚ ଫର୍ମ ହିଣ୍ଡେନବର୍ଗ ୨୦୨୪ରେ ତତ୍କାଳୀନ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କ ବିରୋଧରେ ଏକ ରିପୋର୍ଟ ଜାରି କରିଥିଲା। ଯେଉଁଥିରେ ଦାବି ହୋଇଥିଲା ଆଦାନୀ ଗ୍ରୁପ୍ର ବିଦେଶୀ ଫଣ୍ଡରେ ସେବି ମୁଖ୍ୟ ମାଧବୀ ଏବଂ ତାଙ୍କ ସ୍ବାମୀଙ୍କ ସେୟାର ରହିଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଥିଲା ଆଦାନୀ ଗ୍ରୁପ୍ ଏବଂ ସେବି ଉଭୟ ମିଶି ଏହି ଠକେଇ କରିଥିଲେ। ଅବଶ୍ୟ ହିଣ୍ଡେନବର୍ଗର ଏହି ଅଭିଯୋଗକୁ ମାଧବୀ ପୁରୀ ବୁଚ ଏବଂ ତାଙ୍କ ସ୍ବାମୀ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଥିଲେ। ଆଉ କୌଣସି ସୂଚନା ଲୁଚାଇ ନାହୁଁ ଏବଂ ହିଣ୍ଡେନବର୍ଗର ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହିଥିଲେ ମାଧବୀ ବୁଚ୍ ଏବଂ ତାଙ୍କ ସ୍ବାମୀ।
ଆଦାନୀ ଗ୍ରୁପ୍ ବି ଦେଇଥିଲା ପ୍ରତିକ୍ରିୟା
ସେହିଭଳି ହିଣ୍ଡେନବର୍ଗ ଦ୍ବାରା ଲଗାଯାଇଥିବା ଏହି ଅଭିଯୋଗ ଉପରେ ଆଦାନୀ ଗ୍ରୁପ୍ ପ୍ରତିକ୍ରିୟା ରଖିଥିଲା। ଆଦାନୀ ଗ୍ରୁପ ତରଫରୁ କୁହାଯାଇଥିଲା ଲାଭ ତଥା କମ୍ପାନିକୁ ବଦନାମ କରିବାକୁ ଏଭଳି ଷଡ଼ଯନ୍ତ୍ର କରାଯାଉଛି।
ବିବାଦରେ ରହିଥିଲା ମାଧବୀଙ୍କ କାର୍ଯ୍ୟକାଳ
ମାଧବୀଙ୍କ ଉପରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। ୨୦୨୪ ସେପ୍ଟେମ୍ବରରେ ଅର୍ଥ ମନ୍ତ୍ରଣାଳୟକୁ ସେବିର ୫୦୦ କର୍ମଚାରୀ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଲେଖାଥିଲା ସେବି କାର୍ଯ୍ୟାଳୟରେ କାମ କରିବାର ସ୍ଥିତି ଭଲ ନାହିଁ। ମାଧବୀ ପୁରୀ ବୁଚ୍ ମିଟିଂରେ ଗାଳିଗୁଲଜ କରୁଛନ୍ତି। ସେବି ମୁଖ୍ୟ ସମସ୍ତଙ୍କ ସାମ୍ନାରେ ଅପମାନ ମଧ୍ୟ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ମାଧବୀ ପୁରୀ ବୁଚଙ୍କ ସେବି ମୁଖ୍ୟ ଭାବରେ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ସମାପ୍ତ ହେବାକୁ ଯାଉଛି। ତାଙ୍କ ସ୍ଥାନରେ ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ ନୂଆ ସେବି ମୁଖ୍ୟ କରାଯାଇଛି। ତୁହିନକାନ୍ତ ୩ ବର୍ଷ ପର୍ଯ୍ୟନ୍ତ ଏହି ପଦ ସମ୍ଭାଳିବେ।